28.1 C
Bhubaneswar
Saturday, May 11, 2024
Homeବ୍ରେକୀଙ୍ଗକରୋନା ପାଇଁ କଠୋର ହେଲେ ସରକାର : ୨ବର୍ଷ ଯାଏଁ ଚାକିରୀ ନାହିଁ, ସ୍ୱାସ୍ଥ୍ୟ ବିଭାଗ...

କରୋନା ପାଇଁ କଠୋର ହେଲେ ସରକାର : ୨ବର୍ଷ ଯାଏଁ ଚାକିରୀ ନାହିଁ, ସ୍ୱାସ୍ଥ୍ୟ ବିଭାଗ ଛଡ଼ା

ଭୁବନେଶ୍ୱର : ଆଗାମୀ୨ବର୍ଷ ଯାଏଁ ସ୍ୱାସ୍ଥ୍ୟ ବିଭାଗକୁ ଛାଡି ଅନ୍ୟ କୌଣସି ବିଭାଗରୋ ନୂଆ ପଦବୀ ସୃଷ୍ଟି ହେବ ନାହିଁ । ସେହିପରି ରାଜ୍ୟରେ କୌଣସି ନୂଆ ଯୋଜାନା କିମ୍ବା ପ୍ରକଳ୍ପ କାର୍ଯ୍ୟକାରୀ ହେବ ନାହିଁ । ଗତ ୩ମାସ ଧରି ରାଜ୍ୟରେ କରୋନ ଯୋଗୁଁ ଅର୍ଥନୈତିକ କାର୍ଯ୍ୟକଳାପ ଏକରକମ ଠପ୍ ହୋଇପଡ଼ିଥିବା ବେଳେ ରାଜ୍ୟ ସରକାର ଉପରୋକ୍ତ କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି । ଏନେଇ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ ମୀନା ସବୁ ବିଭାଗକୁ ଚିଠି ଲେଖି ଅବଗତ କରିଛନ୍ତି । ବିଶେଷକରି କରୋନା ପାଇଁ ଦୁର୍ବଳ ଅର୍ଥନୀତି ଯୋଗୁଁ ସରକାର ଖର୍ଚ୍ଚକାଟ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ବିଭିନ୍ନ ଉପାୟରେ କିଭଳି ବ୍ୟୟ କମ୍ କରାଯାଇ ପାରିବ ସେ ସଂକ୍ରାନ୍ତରେ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ନିର୍ଦ୍ଦେଶନାମା ଜାରି ହୋଇଛି ।
ଚିଠିରେ ଶ୍ରୀ ମୀନା ଉଲ୍ଲେକ କରିଛନ୍ତି ଯେ, ବିଶ୍ୱ ମହାମାରୀ କୋଭିଡ୍‌-୧୯ ଯୋଗୁଁ ରାଜ୍ୟର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଛି । ଦେଶବ୍ୟାପୀ ଲକ୍‌ଡାଉନ୍‌/ସଟ୍‌ଡାଉନ୍ କାରଣରୁ ଅର୍ଥନୈତିକ କାର୍ଯ୍ୟକଳାପରେ ବାଧା ଉପୁଜିଛି । ଅନ୍ୟପଟେ କୋଭିଡ୍ ପରିଚାଳନା ପାଇଁ ଅଧିକ ଖର୍ଚ୍ଚର ଆବଶ୍ୟକତା ରହିଛି । ସେହିପରି ସମାଜର ପ୍ରଭାବିତ ବର୍ଗଙ୍କ ଲାଗି ଜୀବନଜୀବିକା ଓ ନୂତନ ନିଯୁକ୍ତି ସୃଷ୍ଟି ସକାଶେ ଅଧିକ ଖର୍ଚ୍ଚ ଜରୁରୀ ହୋଇପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆର୍ଥିକ କଟକଣା ଲାଗୁ କରିଛନ୍ତି । ବଡ ନିଷ୍ପତ୍ତି ସ୍ୱରୂପ ଆସନ୍ତା ୨ବର୍ଷ ପର୍ଯ୍ୟନ୍ତ ନୂଆ ଗାଡି କିଣିବା ଉପରେ ସରକାର ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । ସେହିଭଳି ବିଭିନ୍ନ ସ୍ଥାନକୁ ଗସ୍ତ କରିବା ବଦଳରେ ଭିଡିଓ କନ୍‍ଫରେନ୍ସି ଜରିଆରେ ବୈଠକ ଓ ସରକାରୀ କାର୍ଯ୍ୟ କରିବା ପାଇଁ କୁହାଯାଇଛି । ବିଦେଶ ଗସ୍ତକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବାବେଳେ ସରକାରୀ ଅର୍ଥରେ ବିଜିନେସ୍‍ କ୍ଲାସରେ ଯିବାପାଇଁ ମଧ୍ୟ ବାରଣ ହୋଇଛି । ବିମାନ ଯାତ୍ରା ବଦଳରେ ଭିଡିଓ କନଫରେନ୍ସି ମାଧ୍ୟମରେ ବୈଠକରେ ଯୋଗଦେବାକୁ କୁହାଯାଇଛି । ସେହିପରି ସରକାରୀ ବାବୁଙ୍କ ପାଇଁ ପ୍ରଥମଶ୍ରେଣୀ ରେଳଯାତ୍ରାକୁ ବି ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏବେ ଭଡ଼ାରେ ଗାଡ଼ି ଆଣିବା ପାଇଁ ଅର୍ଥ ବିଭାଗରୁ ଅନୁମତି ନେବାକୁ ପଡିବ । ସେହିଭଳି ରାଜ୍ୟ ସରକାରଙ୍କ ନିବାସ ଓ ଭବନ ଥିବା ଦିଲ୍ଲୀ, କୋଲକତା, ମୁମ୍ବାଇ ଓ ଚେନ୍ନାଇରେ ବାବୁମାନେ ହୋଟେଲ୍‌ରେ ରହିପାରିବେ ନାହିଁ । ମେଡିକାଲ ଓ ଡିଜିଟାଲ ଯୋଗାଯୋଗ ସାମଗ୍ରୀକୁ ବାଦ୍‍ ଦେଲେ କୌଣସି ନୂଆ ଉପକରଣ କିଣାଯାଇ ପାରିବ ନାହିଁ । ତେବେ ମେଡିକାଲ ଓ ଯୋଗାଯୋଗ ସାମଗ୍ରୀ କିଣିବା ପାଇଁ ଅର୍ଥ ବିଭାଗରୁ ଅନୁମତି ନେବାକୁ ପଡିବ । ସରକାରୀ ଦପ୍ତରରେ କୌଣସି ଫର୍ଣ୍ଣିଚର କିଣାଯାଇ ପାରିବ ନାହିଁ କିମ୍ବା ଦପ୍ତରର ସାଜସଜ୍ଜା ହୋଇପାରିବନାହିଁ । ସରକାରୀ ପଇସାରେ ବୈଠକ, ସେମିନାର, କର୍ମଶାଳାରେ ଲଞ୍ଚ କିମ୍ବା ଡିନର୍ ଉପରେ କଟକଣା ଜାରି ହୋଇଛି । ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ ଉପରେ ଗୁରୁତ୍ୱ ଦିଆଯାଇଛି । ସେହିଭଳି ସରକାରୀ କର୍ମଚାରୀମାନେ ନେଉଥିବା ଅଗ୍ରୀମ ଉପରେ କଟକଣା ଜାରି ହୋଇଛି । ତେବେ ଘର ତିଆରି ପାଇଁ ଦିଆଯାଉଥିବା ଅଗ୍ରୀମରୁ ଅଳ୍ପ କିଛି ଉଠାଇବାକୁ ଅନୁମତି ମିଳିବ । ୨୦୨୨ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ କର୍ମଚାରୀଙ୍କ ଏଲ୍‍ଟିସି ଉପରେ ପୂର୍ଣ୍ଣ କଟକଣା ଲଗାଯାଇଛି । କର୍ମଚାରୀମାନେ କାଗଜ ନଥିବା ଅପେକ୍ଷା ଡିଜିଟାଲ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି । କଣ୍ଟିଜେନ୍ସ ପାଣ୍ଠି ଉପରେ ୬୦ ପ୍ରତିଶତ କଟକଣା ଲାଗିଛି । ସରକାରୀ ସ୍ତରରେ ଟେଲିଫୋନ୍‍ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବ୍ୟତୀତ ଅନ୍ୟ ସମସ୍ତ ବିଭାଗରେ ନୂଆ ପଦବୀ ସୃଷ୍ଟି ଉପରେ ପୂର୍ଣ୍ଣ କଟକଣା ଲଗାଯାଇଛି । ଯଦି ବିକାଶ କାର୍ଯ୍ୟ ପାଇଁ କୌଣସି ଠାରେ ପଦବୀ ପୂରଣର ଆବଶ୍ୟକ ପଡ଼ିବ ତେବେ ଅର୍ଥ ବିଭାଗର ଅନୁମତି ନେଇ ଉଚ୍ଛେଦ ପଦବୀ ବଦଳରେ ନୂଆ ପଦବୀ ସୃଷ୍ଟି କରାଯାଇପାରିବ । ୫ବର୍ଷରୁ ଅଧିକ ସମୟ ଧରି ଖାଲି ପଡିଥିବା ପଦବୀ ଉଚ୍ଛେଦ ହେବ । ଚଳିତମାସ ୩୧ ତାରିଖ ସୁଦ୍ଧା ଏଭଳି ପଦବୀ ଗୁଡିକ ଉଚ୍ଛେଦ ନେଇ ନିର୍ଦ୍ଦେଶନାମା ଜାରି କରିବା ସହିତ ଅର୍ଥ ଓ ସାଧାରଣ ପ୍ରଶାସନ ବିଭାଗକୁ ଅବଗତ କରିବେ । କନ୍‍ସଲ୍‌ଟାଣ୍ଟ ନିଯୁକ୍ତି, ଆଉଟସୋର୍ସିଂ ଓ ଅବସରପ୍ରାପ୍ତ ଅଧିକାରୀଙ୍କ ନିଯୁକ୍ତି ଉପରେ କଟକଣା ଲାଗିଥିବାବେଳେ ଆବଶ୍ୟକ ପଡିଲେ ଏ ସଂକ୍ରାନ୍ତରେ ଅର୍ଥ ବିଭାଗରୁ ଅନୁମତି ନେବାକୁ ପଡିବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଛଡା ଅନ୍ୟ କୌଣସି ବିଭାଗରେ ନୂଆ ଯୋଜନା କିମ୍ବା ପ୍ରକଳ୍ପ କାର୍ଯ୍ୟକାରୀ ହେବନାହିଁ । ଯଦି କୌଣସି ଯୋଜନା ଆବଶ୍ୟକ ପଡେ ତେବେ ଏଥିପାଇଁ ଅର୍ଥ ବିଭାଗରୁ ପ୍ରାରମ୍ଭିକ ଅନୁମତି ନେବାକୁ ପଡିବ । ୨୦୨୦-୨୧ ଆର୍ôଥକ ବର୍ଷରେ କୃଷି ଓ ଅନ୍ୟାନ୍ୟ କ୍ଷେତ୍ରରେ ଚାଲୁଥିବା ଜୀବିକା ପ୍ରକଳ୍ପ ବାଦ୍‍ ଅନ୍ୟ ପ୍ରକଳ୍ପରେ ବ୍ୟୟ ହ୍ରାସ କରାଯିବ । ସରକାରୀ ଦପ୍ତର ଓ ଅତିଥିଭବନର ନବୀକରଣ ହୋଇପାରିବନାହିଁ । ସରକାରୀ ଅଫିସ ପାଇଁ ୫ଲକ୍ଷ ଓ ସରକାରୀ କ୍ୱାର୍ଟର୍ସ ପାଇଁ ୨ଲକ୍ଷ ଟଙ୍କାର ବ୍ୟୟ ହେଲେ ସେଥିପାଇଁ ଆଗୁଆ ଅନୁମତି ନେବାକୁ ପଡିବ । ନୂଆ ପ୍ରତିମୂର୍ତ୍ତି ନିର୍ମାଣ, ପାର୍କ ଓ ସର୍ବସାଧାରଣ ସ୍ଥାନରେ ସାଜସଜ୍ଜାକୁ ଚଳିତବର୍ଷ ପାଇଁ ବାରଣ କରାଯାଇଛି । ନୂତନ ସରକାରୀ ଦପ୍ତର, ଅତିଥିଭବନ ଆଦି ନିର୍ମାଣ ପାଇଁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଟେଣ୍ଡର ଜାରି ହୋଇପାରିବନି । କେନ
୍ଦ୍ରୀୟ ଅନୁଦାନ ପ୍ରକଳ୍ପ ଗୁଡିକ କେବଳ କେନ୍ଦ୍ରରୁ ଅର୍ଥ ମିଳିଲା ପରେ କାର୍ଯ୍ୟକାରୀ କରାଯିବ । ସରକାରଙ୍କର ଏଭଳି କଟକଣା ସରକାରଙ୍କ ଠାରୁ ଆର୍ଥିକ ସହାୟତା ପାଉଥିବା ସଂସ୍ଥା, ସମବାୟ ସଂସ୍ଥା ଓ ସ୍ୱୟଂଶାସିତ ସଂସ୍ଥା ଗୁଡିକ ପାଇଁ ଲାଗୁ ହେବ ।
20042-Austerity Circular-

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking