31.1 C
Bhubaneswar
Monday, May 6, 2024
HomeUncategorizedବରିଷ୍ଠ ଓଏଏସ୍ ସ୍ତରରେ ଅଦଳବଦଳ

ବରିଷ୍ଠ ଓଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ମଙ୍ଗଳବାର ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ବରିଷ୍ଠ ଓଏଏସ୍ କମଳ ଲୋଚନ ମିଶ୍ରଙ୍କୁ ଓସ୍‌ଡମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ସେ ଅତିରିକ୍ତ ରିଲିଫ୍ କମିଶନର ଭାବେ ମଧ୍ୟ ଦାୟିତ୍ୱ ତୁଲାଇବେ । ସେହିପରି ବାଲେଶ୍ୱର ଉପଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ ବାଲେଶ୍ୱର ଡିଆର୍‌ଡିଏରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ପ୍ରଶାସନ) ଭାବେ ବଦଳି କରାଯାଇଛି । ବବିତାରାଣୀ ଦଳବେହେରାଙ୍କୁ ବୌଦ୍ଧ ଡିଆର୍‌ଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରଶାସନ), ରଜନୀକାନ୍ତ ବିଶ୍ୱାଳଙ୍କୁ କରଞ୍ଜିଆ ଉପଜିଲ୍ଲାପାଳ, ଦେବାଶୀଷ ମହାନ୍ତିଙ୍କୁ ଓଡ଼ିଶା ଜଳ ଯୋଗାଣ ଓ ସ୍ୱେରେଜ ବୋର୍ଡର ପ୍ରଶାସନିକ ଅଧିକାରୀ ଭାବେ ବଦଳି କରାଯାଇଛି । ସେହିପରି ଲଲାଟ କୁମାର ଲୁହାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଆଇଟିଡିଏ ପିଏ , ଅଶ୍ୱିନୀ କୁମାର ମେହରଙ୍କୁ ବୌଦ୍ଧ ଉପଜିଲ୍ଲାପାଳ, ସରୋଜିନୀ ପ୍ରସନ୍ନ କୁଲ୍ଲୁଙ୍କୁ ସୁନ୍ଦରଗଡ଼ର ଅତିରିକ୍ତ ଉପଜିଲ୍ଲାପାଳ, ସରୋଜ କୁମାର ଦାଶଙ୍କୁ ଛତ୍ରପୁରର ଅତିରିକ୍ତ ଉପଜିଲ୍ଲାପାଳ ଓ ରଶ୍ମିରେଖା ସ୍ୱାଇଁଙ୍କୁ ବୋର୍ଡ ଅଫ୍ ରେଭନ୍ୟୁରେ ଉପସଚିବ ଭାବେ ବଦଳି କରାଯାଇଛି । ସେହିପରି ବଡ଼ସାହି ବିଡିଓ ଦିଲ୍ଲୀପ କୁମାର ମହାରଣାଙ୍କ ଭଞ୍ଜନଗର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ବଦଳିକୁ ବାତିଲ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking