39.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗସିବିଏସ୍‌ଇ ସିଲାବସ୍ ୩୦% କମିବ

ସିବିଏସ୍‌ଇ ସିଲାବସ୍ ୩୦% କମିବ

ଭୁବନେଶ୍ୱର : ସମଗ୍ର ବିଶ୍ୱରେ କରୋନା ମହାମାରୀ ଭୟାବହ ରୂପ ନେଇଥିବା ବେଳେ ଭାରତରେ ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଫଳରେ ଚଳିତବର୍ଷ ପିଲାଙ୍କ ପଢ଼ା ଗୁରୁତର ବାଧାପ୍ରାପ୍ତ ହୋଇଛି । ସ୍କୁଲ କେବେ ଖୋଲିବ, ପାଠପଢ଼ା କେବେ ହେବ ସେଥିନେଇ ଛାତ୍ରଛାତ୍ରୀମାନେ ଅନିଶ୍ଚିତତା ଭିତରେ ଗତି କରୁଥିଲା ବେଳେ ଅଭିଭାବକମାନେ ମଧ୍ୟ ପିଲାଙ୍କ ଭବିଷ୍ୟତ ନେଇ ଚିନ୍ତିତ ହୋଇପଡିଛନ୍ତି । ତେବେ କେନ୍ଦ୍ର ସରକାର ନିର୍ଦ୍ଧାରିତ ସମୟରେ ପାଠ୍ୟକ୍ରମ ସାରିବା ଏବଂ ପରୀକ୍ଷା କରିବା ଲକ୍ଷ୍ୟରେ ‘କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ’ (ସିବିଏସଇ) ସିଲାବସ୍ ବା ପାଠ୍ୟ ଖସଡ଼ାକୁ ଚଳିତ ବର୍ଷ ପାଇଁ ୩୦% ହ୍ରାସ କରିବାକୁ ଘୋଷଣା କରିଛନ୍ତି । ପାଠ୍ୟକ୍ରମରୁ କେଉଁ ବିଷୟ ବାଦ ଦିଆଯିବ ଓ କେଉଁ ବିଷୟ ରହିବ, ସେ ବିଷୟରେ ସିବିଏସଇ ଦ୍ୱାରା ଗଠିତ କମିଟି ନିଷ୍ପତ୍ତି ନେବ । ତେବେ ସିଲାବସ୍ କାଣ୍ଟଛାଣ୍ଟ କରାଯାଇ ସେହି ଅନୁଯାୟୀ ପିଲାଙ୍କୁ ଶିକ୍ଷାଦାନ କରାଯିବ । ଯେଉଁ ବିଷୟଗୁଡିକ ପାଠ୍ୟକ୍ରମରୁ ବାଦ୍ ପଡିବ ସେ ସମ୍ପର୍କିତ ପ୍ରଶ୍ନ ଇଣ୍ଟରନାଲ ଆସେସମେଣ୍ଟ କିମ୍ବା ବାର୍ଷିକ ପରୀକ୍ଷାରେ ଆସିବ ନାହିଁ ବୋଲି କୁହାଯାଇଛି । ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଏ ବିଷୟରେ ସୂଚନା ଦେଇ କହିଛନ୍ତି, ସିବିଏସଇର ୯ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସ୍‌କୁ ୩୦% ହ୍ରାସ କରାଯିବ । ପିଲାମାନଙ୍କ ଶିକ୍ଷା ଗ୍ରହଣ କରିବା ପାଇଁ ଆବଶ୍ୟକ ମୁଖ୍ୟ ବିଷୟବସ୍ତୁ ଏଥିରେ ରହିବ । ସିବିଏସଇକୁ ସିଲାବସ୍ ସମ୍ପର୍କରେ ବିଚାର କରିବାକୁ କୁହାଯାଇଥିଲା । ବିଚାର ବିମର୍ସ କରିବା ପରେ ୯ମରୁ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ଉପରୁ ଚାପ ଦୂର କରିବା ପାଇଁ ସିଲାବସ୍‌ରୁ ୩୦% ବିଷୟ ବାଦ୍ ଦିଆଯିବାକୁ ନିଷ୍ପତ୍ତି ହୋଇଛି । ତେବେ ପାଠ୍ୟଖସଡାରେ କେତେ ପ୍ରତିଶତ କୋର୍ସ କାଣ୍ଟଛାଣ୍ଟ କରାଯିବ ଓ କେଉଁ ବିଷୟ ପଢ଼ାଯିବ ସେ ସମ୍ପର୍କରେ ଶିକ୍ଷାବିତ୍‌ଙ୍କ ଠାରୁ ମତାମତ ନିଆଯାଇଛି । ଏହିକ୍ରମରେ ଶିକ୍ଷାବିତ୍‌ମାନଙ୍କ ଠାରୁ ୧୫ଶହରୁ ଅଧିକ ପ୍ରସ୍ତାବ ଆସିଥିବାରୁ ମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶିକ୍ଷାବିତ୍‌ମାନଙ୍କ ପ୍ରସ୍ତାବକୁ ଦୃଷ୍ଟିରେ ରଖି ୩୦% ସିଲାବସ୍ ହ୍ରାସ କରିବାକୁ ନିଷ୍ପତ୍ତି ହୋଇଛି ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking