28.1 C
Bhubaneswar
Friday, March 29, 2024
Homeକରୋନାବଡ଼ ଖବର : କରୋନା ନେଲା ଆଉ ୪ ଜୀବନ, ସଂଖ୍ୟା ପହଂଚିଲା ୪୨କୁ

ବଡ଼ ଖବର : କରୋନା ନେଲା ଆଉ ୪ ଜୀବନ, ସଂଖ୍ୟା ପହଂଚିଲା ୪୨କୁ

ଭୁବନେଶ୍ୱର : ରାଜ୍ୟରେ ଆଜି ସକାଳୁ ସବୁଠୁ ବଡ଼ ଖବର ଆସି ପହଂଚିଛି । ଆଉ ୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୃତକଙ୍କ ସଂଖ୍ୟା ୪୨କୁ ବୃଦ୍ଧିପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ମୃତକ ୪ଜଣଙ୍କ ମଧ୍ୟରୁ ଜଣେ କଟକ ଜିଲ୍ଲାର ମୃତ୍ୟୁ ବରଣ କରିଛନ୍ତି । ସେ ୮୦ବର୍ଷୀୟ ବୃଦ୍ଧ କ୍ୟାନ୍‌ସର ରୋଗରେ ପୀଡ଼ିତ ଥିବାେବେଳ କରୋନା ଆକ୍ରାନ୍ତରେ ସଂକ୍ରମିତ ହୋଇଥିଲେ । ଅନ୍ୟ ୩ଜଣ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି । ସେମାନଙ୍କ ବୟସ ୭୦, ୬୦ ଓ ୫୩ ବର୍ଷ । ସମେସ୍ତ ପୁରୁଷ ବୋଲି ଜଣାପଡ଼ିଛି । ୨ଜଣ ଡାଇବେଟିଜ୍ ରୋଗରେ ପୀଡ଼ିତଥିଲେ । ପରେ କରୋନା ଆକ୍ରାନ୍ତରେ ସଂକ୍ରିତ ହୋଇ ମୃତ୍ୟୁ ବରଣ କରିଛନ୍ତି । ଆଉ ୨ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁର କାରଣ ଭିନ୍ନ ଦର୍ଶାଇଛନ୍ତି ସରକାର । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ କଟକ ଓ ଜଣେ ମୟୁରଭଞ୍ଜର ବୋଲି ଜଣାପଡ଼ିଛି । ଅନ୍ୟପଟେ ଆଜି ରାଜ୍ୟରେ ସର୍ବାଧିକ ୨୧ଟି ଜିଲ୍ଲାରୁ ୫୭୧କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବତ୍ତର୍ମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ହଜାର ୯୭କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ୪୨ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୬୪୮୬ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୩୫୫୭ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking