29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଫ୍ୟୁଚର୍ ରିଟେଲ୍ ସିଏଫ୍‌ଓଙ୍କ ଇସ୍ତଫା

ଫ୍ୟୁଚର୍ ରିଟେଲ୍ ସିଏଫ୍‌ଓଙ୍କ ଇସ୍ତଫା

ନୂଆଦିଲ୍ଲୀ: ଋଣ ଭାରରେ ବୁଡି ରହିଥିବା ଫ୍ୟୁଚର ରିଟେଲ ଗ୍ରୁପର ସମସ୍ୟା ଏବେ ପୁଣି ବଢିବାରେ ଲାଗିଛି । ନିକଟରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ, ଫ୍ୟୁଚର ସହିତ ୨୪ ହଜାର କୋଟିର ଚୁକ୍ତି ବାତିଲ କରିଦେଇଥିଲା । ଏହା ପରେ କମ୍ପାନୀର ଅନେକ କର୍ମଚାରୀ ଇସ୍ତଫା ଦେବାରେ ଲାଗିଛନ୍ତି ଓ କମ୍ପାନୀ ଦେବାଳିଆ ହେବା ରାସ୍ତାରେ ରହିଛି । ଏବେ ଆଉ ଏକ ବଡ ସଙ୍କଟ ଦେଇ ଗତି କରୁଛି ଗ୍ରୁପ୍ । ଗ୍ରୁପର ମୁଖ୍ୟ ଅର୍ଥନୈତିକ ଅଧିକାରୀ(ସିଏଫଓ) ସି ପି ତୋଶନିୱାଲ କମ୍ପାନୀର ହାତ ଛାଡିଛନ୍ତି ।

ଏ ସମ୍ପର୍କରେ ଜାରି ଏକ ରିପୋର୍ଟ ଅନୁସାରେ ତୋଶନିୱାଲଙ୍କ ଇସ୍ତଫା ମେ ୧୨ରୁ କାର୍ଯ୍ୟକାରୀ ହୋଇଛି । ଏହା ପୂର୍ବରୁ କମ୍ପାନୀର ଅନେକ ବଡ ବଡ ଅଧିକାରୀ କମ୍ପାନୀ ସହ ସମ୍ପର୍କ ଛିନ୍ନ କରିଛନ୍ତି । ତୋଶନିୱାଲ, କିଶୋର ବିୟାନୀଙ୍କ ବହୁତ ପ୍ରିୟ ଥିଲେ । ଫ୍ୟୁଚର ରିଟେଲ ନିୟାମକ ସମ୍ବନ୍ଧିତ ଏକ ବୟାନରେ କୁହାଯାଇଛି କି ତୋଶନିୱାଲ କମ୍ପାନୀର କେଏମପି ପଦରେ ମଧ୍ୟ ରହିବେନି । ସୂଚନାଯୋଗ୍ୟ କିଶୋର ବିୟାନୀଙ୍କ ନେତୃତ୍ୱଧାନୀ ଫ୍ୟୁଚର ଗ୍ରୁପର ଏକ ପ୍ରମୁଖ ଫାର୍ମ ଫ୍ୟୁଚର ରିଟେଲକୁ ଏବେ ନିଜ ଋଣଦାତାଙ୍କ ଦ୍ୱାରା ଏନସିଏଲଟି ସମ୍ମୁଖରେ ଦାୟର ହୋଇଥିବା ଦେବାଳିଆ ଯାଚିକାର ସାମ୍ନା କରିବାକୁ ପଡୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking