29.1 C
Bhubaneswar
Tuesday, May 7, 2024
Homeବିଜିନେସ୍ମେ ୨୬ରୁ ବଦଳିବ ବ୍ୟାଙ୍କରେ ଜମା ଓ ଉଠାଣ : ପାନ୍ ବ୍ୟବହାର ବାଧ୍ୟତାମୂଳକ

ମେ ୨୬ରୁ ବଦଳିବ ବ୍ୟାଙ୍କରେ ଜମା ଓ ଉଠାଣ : ପାନ୍ ବ୍ୟବହାର ବାଧ୍ୟତାମୂଳକ

ନୂଆଦିଲ୍ଲୀ : କ୍ୟାସ୍ ଟ୍ରାଞ୍ଜାକ୍ସନ ଲାଗି ପୁଣି ଥରେ ସରକାର ଓ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ନିୟମ ବଦଳାଇବାକୁ ପ୍ରସ୍ତୁତି କରିସାରିଲେଣି। ସେହି ଅନୁସାରେ ୨୬ ମେ ୨୦୨୨ରୁ ଟଙ୍କା ଉଠାଣ ଓ ଜମା କରିବାର ନିୟମ ବଦଳିଯିବ । ଟ୍ୟାକ୍ସ ଚୋରି ରୋକିବା ନିମନ୍ତେ ଆୟକର ବିଭାଗ ପକ୍ଷରୁ ଏହି ନିୟମ ପରିବର୍ତ୍ତନ କରାଯାଇଛି । ନୂଆ ପରିବର୍ତ୍ତନ ଅନୁସାରେ ଆପଣ ବିନା ପାନ୍ ନମ୍ବରରେ ୨୦ ଲକ୍ଷରୁ ଅଧିକ ଟଙ୍କା ଜମା କରିପାରିବେନି କିମ୍ବା ଉଠାଇବାରେ ସମର୍ଥ ହେବେ ନାହିଁ । କ୍ୟାସ୍ ଟ୍ରାଞ୍ଜାକ୍ସନ ଲାଗି ପୁଣି ଥରେ ସରକାର ଓ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ନିୟମ ବଦଳାଇବାକୁ ପ୍ରସ୍ତୁତି କରିସାରିଲେଣି । ସେହି ଅନୁସାରେ ୨୬ ମେ ୨୦୨୨ରୁ କ୍ୟାସ୍ ଉଠାଣ ଓ ଜମା କରିବାର ନିୟମ ବଦଳିଯିବ । ଟିକସ ଚୋରି ରୋକିବା ନିମନ୍ତେ ଆୟକର ବିଭାଗ ଏହି ନିୟମ ପରିବର୍ତ୍ତନ କରିଛନ୍ତି । ଏହା ସହିତ ପାନ୍ କାର୍ଡ ନଥିଲେ ଏହାର ବିକଳ୍ପ ଭାବରେ ଆଧାର କାର୍ଡକୁ ବ୍ୟବହାର କରାଯାଇପାରିବ।

ନେଣଦେଣ ନିୟମ ପରିବର୍ତ୍ତନ ସହିତ ସିବିଡିଟି ପକ୍ଷରୁ ନୂଆ ନିୟମ ନେଇ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି । ନୂଆ ନିୟମରେ ମେ୨୬ ରୁ କୌଣସି ବ୍ୟକ୍ତି ଗୋଟିଏ ଆର୍ôଥକ ବର୍ଷରେ ୨୦ ଲକ୍ଷରୁ ଯଦି ଅଧିକ ରାଶି ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରୁଛନ୍ତି ଅଥବା ଉଠାଉଛନ୍ତି ତେବେ ପାନ୍ କାର୍ଡର ସୂଚନା ଦେବାକୁ ହେବ । ସିବିଡିଟି ୨୦ ଲକ୍ଷରୁ ଅଧିକ ନେଣଦେଣ ନିୟମ ସଂଶୋଧନ କରି ପାନ୍‌କାର୍ଡ ବାଧ୍ୟତାମୂଳକ କରିଦେଇଛନ୍ତି ।
ସିବିଡିଟିଙ୍କ ଏହି ନିୟମ ପ୍ରତ୍ୟେକ ଆର୍ôଥକ ସଂସ୍ଥାନ ଯେପରିକି ବ୍ୟାଙ୍କ, କୋ-ଅପରେଟିଭ ବ୍ୟାଙ୍କ ଓ ଡାକଘର ଜମା ଆଦି ଲାଗି ପ୍ରଜୁଯ୍ୟ । ୨୦ ଲକ୍ଷ ଅଥବା ଏହାଠାରୁ ଅଧିକ ନେଣଦେଣ ଲାଗି ପାନ୍‌କାର୍ଡ ସୂଚନା ଦେବାକୁ ପଡିବ । ପାନ୍‌ର ବ୍ୟବହାର ଦ୍ୱାରା ଏହି ଅର୍ଥ ରାଶିକୁ ଟ୍ରାକ୍ କରାଯାଇପାରିବ । ସେହିପରି ବ୍ୟାଙ୍କମାନେ ମଧ୍ୟ କରେଣ୍ଟ ଆକାଉଣ୍ଟ ଖୋଲିବାର ନିୟମ ବଦଳାଇ ଦେଇଛନ୍ତି । ଏପରି ଆକାଉଣ୍ଟ ଖୋଲିବା ଲାଗି ଏବେ ପାନ୍‌କାର୍ଡ ଦାଖଲ କରିବାକୁ ହେବ । ଯେଉଁମାନଙ୍କର ପାନ ନମ୍ବର ବ୍ୟାଙ୍କ ଆକାଉଣ୍ଟ ସହ ସଞ୍ଜୁକ୍ତ ସେମାନେ ମଧ୍ୟ ନେଣ ଦେଶ ସମୟରେ ନିୟମର ପାଳନ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking