29.4 C
Bhubaneswar
Thursday, April 18, 2024
Homeଓଡିଶାରାଜଧାନୀ ଛାତିରେ ସଂଘର୍ଷ କରୁଥିବା କୁନି ପୁଅ ମୁହଁରେ ଖୁସି ଆଣିଦେଲା ଓଡ଼ିଶା ମୋ ପରିବାର

ରାଜଧାନୀ ଛାତିରେ ସଂଘର୍ଷ କରୁଥିବା କୁନି ପୁଅ ମୁହଁରେ ଖୁସି ଆଣିଦେଲା ଓଡ଼ିଶା ମୋ ପରିବାର

ଭୁବନେଶ୍ୱର : ଦୁଃଖର ଭାରକୁ ନିଜ କାନ୍ଧରେ ବୋହି ରୋଗିଣା ମା’ର ଚିକିତ୍ସା ପାଇଁ ପରିବା ବିକୁଥିଲା ୧୩ ବର୍ଷର ପୁଅ ଆକାଶ । ଗ୍ରାହକ ପରିବା କିଣିବା ପରେ ସେହି ପଇସାରେ ମା’ ପାଇଁ ଔଷଧ ନେବାକୁ ଜଗି ବସୁଥିଲା ସେ । ଛୋଟ ଛୁଆଟିର କାନ୍ଧରୁ ଦୁଃଖର ଭାରକୁ ନିଜ କାନ୍ଧକୁ ନେଲା ଓଡ଼ିଶା- ମୋ ପରିବାର । ଔଷଧ କିଣିବା ଚିନ୍ତା ଦୂର କରିବା ସହିତ ମାସିକ ରାସନ୍ ପାଇବା ପାଇଁ ସାହାଯ୍ୟ ମଧ୍ୟ ଯୋଗାଇ ଦେଲା ।

ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଗୁଡୁପାଙ୍ଗି ଅଞ୍ଚଳର ବାବିନା ନାୟକ ପୁଅଝିଅଙ୍କୁ ପାଠ ପଢେଇବା ପାଇଁ ସ୍ଵାମୀ ନିବାସୀ ନାୟକଙ୍କ ହାତ ଧରି ଭୁବନେଶ୍ୱର ଆସିଥିଲେ । ସମୟ ବଦଳିବା ପରି ତାଙ୍କ ସ୍ଵାମୀ ମଧ୍ୟ ବଦଳିଗଲେ । ଶାଶୁ, ନଣନ୍ଦଙ୍କ କଥାରେ ପଡି ବାବିନାଙ୍କୁ ଅସହ୍ୟ ଅତ୍ୟାଚାର କରିବା ସହିତ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ଘରୁ ତଡିଦେଲେ । ଦୁଃଖିନି ବାବିନା ପିଲାଙ୍କୁ ଧରି ତାଙ୍କ ଭଉଣୀ ଘରେ ଆଶ୍ରୟ ନେଲେ । ବିଧିର ବିଧାନକୁ ଦେଖ, ସମସ୍ୟାର ବୋଝ ବାବିନାଙ୍କ ମୁଣ୍ଡରୁ ଟଳିନି, ଦୁର୍ଭାଗ୍ୟବଶତଃ, ତାଙ୍କର ଦୁଇଟି କିଡ଼ନୀ ମଧ୍ୟ ନଷ୍ଟ ହୋଇଗଲା । ପରେ ଚିକିତ୍ସା ନିମନ୍ତେ ତାଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଗଲା । ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିବାରୁ ୧୩ବର୍ଷର ପୁଅ ପଦାକୁ ଗୋଡ଼ କାଢି ନିକିତି ଧରି ପରିବା ବିକ୍ରି କଲା । ତଥାପି ସମସ୍ୟାର ସମାଧାନ ହୋଇପାରିନଥିଲା ।
ଏ ସମ୍ପର୍କରେ କଳିଙ୍ଗ ଟିଭିର ଜଣେ ସାମ୍ବାଦିକ ଓଡ଼ିଶା ମୋ ପରିବାରକୁ ଖବର ଦେଇଥିଲେ । ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ଓଡ଼ିଶା ମୋ ପରିବାର ହେଲ୍ପଡେସ୍କ ସହଯୋଗୀ ସୋମନାଥ ସ୍ଵାଇଁ ତାଙ୍କୁ ହସ୍ପିଟାଲରେ ଚିକିତ୍ସା ସହାୟତା ଯୋଗାଇ ଦେବା ସହିତ ତହସିଲଦାରଙ୍କ ପକ୍ଷରୁ ତାଙ୍କ ପାଇଁ ୩୦୦୦୦/- ଅର୍ଥରାଶି ସହାୟତା ପାଇବାରେ ସମସ୍ତ ସଂଯୋଜନା କରିଥିଲେ ।
ଖାଲି ଏତିକି ନୁହେଁ, ନିଜର ପରିବାର ସଦସ୍ୟ ଭଳି ତାଙ୍କ ପାଖରେ ଉପସ୍ଥିତ ରହି ସୋମନାଥ ତାଙ୍କର ଭୁଲ୍ ଥିବା ପରିଚୟ ପ୍ରମାଣ ପତ୍ରକୁ ଠିକ୍ କରିବାରେ ସଂଯୋଜନା କରିଥିଲେ ଏବଂ ମାସିକ ରାସନ୍ ପାଇବାରେ ସାହାଯ୍ୟ କରିଥିଲେ । ଶେଷରେ ବାବିନା ଆଜି ଘରକୁ ଫେରିଛନ୍ତି । ସେ ଘରକୁ ଫେରିବା ପାଇଁ ଓଡ଼ିଶା ମୋ ପରିବାର ତାଙ୍କୁ ଯାତାୟାତ ସହାୟତା ମଧ୍ୟ ଯୋଗାଇ ଦେଇଥିଲା । ନା ଅଛି ତାଙ୍କର ସେହି ଅର୍ଥର ଦୁଃଖ ନା ଅଛି, ପରିବାରରେ କେହି ମୁରବୀ ନଥିବାର ଭୟ । ଓଡ଼ିଶା ମୋ ପରିବାର ସାଥିରେ ଛିଡା ହେବା ପରଠାରୁ ଆଉ ଭୟ ନାହିଁ ବୋଲି କହିଛନ୍ତି ବାବିନା । ଏଥିପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking