29.1 C
Bhubaneswar
Wednesday, May 8, 2024
Homeଓଡିଶାଶ୍ରମିକଙ୍କୁ ମଜୁରି ନଦେବା ପଡ଼ିଲା ମହଙ୍ଗା, ସରକାରୀ କର୍ମଚାରୀ କରୁଥିଲେ ଠିକାଦାରୀ

ଶ୍ରମିକଙ୍କୁ ମଜୁରି ନଦେବା ପଡ଼ିଲା ମହଙ୍ଗା, ସରକାରୀ କର୍ମଚାରୀ କରୁଥିଲେ ଠିକାଦାରୀ

ଫୁଲବାଣୀ : ପେସା ହେଉଛି ସମବାୟ ସମିତିର ପରିଚାଳନା ନିର୍ଦ୍ଦେଶକ । କିନ୍ତୁ ନିଶା ହେଉଛି ଠିକାଦାର । ପେସା ଅପେକ୍ଷା ନିଶାକୁ ଅଧିକ ଗୁରୁ୍‌ତ୍ୱ ଦେବା ଏବଂ ଶ୍ରମିକଙ୍କୁ ମଜୁରି ନଦେବା ସମ୍ପୃକ୍ତ କର୍ମଚାରୀଙ୍କ ପାଇଁ ମହଙ୍ଗା ପଡିଛି । ତାଙ୍କ ବିରୋଧରେ କ.ନୂଆଗାଁ ବିଡିଓଙ୍କ ନିକଟରେ ଶ୍ରମିକମାନେ ଫେରାଦ୍‌ ହୋଇଛନ୍ତି । ଗୁଜିଂବାଡ଼ି ପଞ୍ଚାୟତ ସମବାୟ ସମିତିର ପରିଚାଳନା ନିର୍ଦ୍ଦେଶକ ଅଛନ୍ତି ଅଶୋକ ପାତ୍ର । ଜଣେ ସରକାରୀ କର୍ମଚାରୀ ହୋଇ ଅଙ୍ଗନୱାଡ଼ି କେନ୍ଦ୍ର, କଲଭର୍ଟ ଆଦି ସରକାରୀ କାର୍ଯ୍ୟ ନେଇ ଠିକାଦାରୀରେ ସମୟ ଦେଉଥିଲେ । ନିଜ କାର୍ଯ୍ୟରେ ପ୍ରାୟ ସମୟରେ ଅନୁପସ୍ଥିତ ରହୁଥିଲେ । ଶାସକ ଦଳର ଜଣେ ଟାଣୁଆ ନେତାଙ୍କ ଛତ୍ରଛାୟା ତଳେ ସେ ଠିକାକାମ କରୁଥିବା ଯୋଗୁଁ କେହି ଅଭିଯୋଗ କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନଥିଲା ।

ଚାଷୀଙ୍କୁ ବି ସୁଫଳ ମିଳୁନଥିଲା । ବର୍ଷେ ତଳେ ପଞ୍ଚାୟତ ଚତୁଃପାଶ୍ୱର୍ ବିକାଶ ହେବା ସହ ଗାଡଡ୍ରିଗା ଅଙ୍ଗନୱାଡ଼ି କେନ୍ଦ୍ର, ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ହାତକୁ ନେଇ ଶ୍ରମିକ ନିୟୋଜିତ କରିଥିଲେ । ଶ୍ରମିକମାନଙ୍କ ପାରିଶ୍ରମିକ ନ ଦେବାରୁ ଶ୍ରମିକ ବାଞ୍ଛାନିଧି ଦିଗାଲ ପୂର୍ବରୁ ସରପଞ୍ଚ, ପିଇଓ ପ୍ରମୁଖଙ୍କ ନିକଟରେ ଅଭିଯୋଗ କରିଥିଲେ ବି ସୁଫଳ ମିଳିନଥିଲା । ଫଳରେ ବାଧ୍ୟ ହୋଇ ସେ ମଙ୍ଗଳବାର ଉକ୍ତ କର୍ମଚାରୀ ତଥା ଠିକାଦାରଙ୍କ ବିରୋଧରେ କ.ନୂଆଗାଁ ବିଡ଼ିଓଙ୍କୁ ଏକ ଲିଖିତ ପତ୍ର ଦେଇଛନ୍ତି । ଏ ସମ୍ପର୍କରେ ଗୁଜିଂବାଡ଼ି ସରପଞ୍ଚ ଯୁବତୀ ପ୍ରଧାନ ଓ ପିଇଓ ବିରାଜ କୁମାର ସାହୁଙ୍କ ପଚାରିବାରେ ସେମାନେ କହିଥିଲେ ସମବାୟ ସମିତି ପରିଚାଳନା ନିର୍ଦ୍ଦେଶକ ଅଶୋକ ପାତ୍ର ପଞ୍ଚାୟତ ଗୃହଗୁଡ଼ିକୁ ଠିକାଦାର ଭାବେ ନିର୍ମାଣ କରନ୍ତି । ଶ୍ରମିକମାନେ ଟଙ୍କା ପାଉନଥିବା ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking