26.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶଅକ୍ଟୋବରରେ ଆସୁଛି ଏହି ଫିଲ୍ମ ଓ ୱେବ ସିରିଜ୍‌

ଅକ୍ଟୋବରରେ ଆସୁଛି ଏହି ଫିଲ୍ମ ଓ ୱେବ ସିରିଜ୍‌

ନୂଆଦିଲ୍ଲୀ: ୨୦୨୧ରେ କରୋନା ମହାମାରୀ ପାଇଁ ଅନେକ ଫିଲ୍ମ ଓ ସିରିଜ ଏ ପର୍ଯ୍ୟନ୍ତ ରିଲିଜ ହୋଇପାରିନାହିଁ । ହେଲେ ଏବେ ଆଶା କରାଯାଉଛି ଯେ, ଅକ୍ଟୋବରରେ କିଛି ଭଲ ଫିଲ୍ମ ଓ ୱେବ ସିରିଜ ରିଲିଜ ହୋଇପାରେ । ଓଟିଟି ଷ୍ଟ୍ରିମିଂ ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓ ଅକ୍ଟୋବରରେ ରିଲିଜ ହେବାକୁ ଥିବା ଫିଲ୍ମ ଓ ସିରିଜର ଲିଷ୍ଟ ଜାରି କରିଛି । ଏହି ଲିଷ୍ଟରେ ସରଦାର ଉଦ୍ଧମ ସିଂହ, ଡିବୁକ, ରଶ୍ମି ରକେଟ ସହିତ ଅନେକ ଫିଲ୍ମ ସାମିଲ ରହିଛି । ବିଗତ ଦିନରେ ପ୍ରାଇମ ଭିଡିଓ ବିଭିନ୍ନ ଭାଷାରେ ଫିଲ୍ମ ରିଲିଜ ନେଇ ଘୋଷଣା କରିଛି । ହିନ୍ଦୀ ଫିଲ୍ମ ଲିଷ୍ଟରେ ସବୁଠୁ ଆଗରେ ସରଦାର ଉଦ୍ଦଣ ସିଂହ, ସୁଜିତ ସରକାର ନିର୍ଦ୍ଦେଶିତ ଫିଲ୍ମରେ ଭିକି କୌଶଲ ଶୀର୍ଷକ ଚରିତ୍ରରେ ଅଛନ୍ତି । ଏହି ଫିଲ୍ମ ଥିଏଟର୍ସ ହିସାବରେ ବନା ଯାଇଛି । ହେଲେ କରୋନା ସ୍ଥିତି ପାଇଁ ଏହାକୁ ସିଧା ଓଟିଟି ପ୍ଲାଟଫର୍ମରେ ରିଲିଜ କରାଯିବ । ୧୩ ଅକ୍ଟୋବରରେ ରଜନୀକାନ୍ତଙ୍କ ଶିବାଜୀ ନେଟଫ୍ଲିକ୍ସରେ ଷ୍ଟ୍ରିମ ହେବ । ବଲିଉଡ ଆକ୍ଟ୍ରେସ ତାପସୀ ପନ୍ନୁଙ୍କ ଫିଲ୍ମ ରଶ୍ମି ରକେଟ ୧୫ ଅକ୍ଟୋବରରେ ରିଲିଜ ହେବ । ଏହାସହିତ ଡିଜନୀ ପ୍ଲସ ହଟଷ୍ଟାରରେ ସନୀ କୌଶଲ ଓ ରାଧିକା ମଦାନ ଷ୍ଟାରର ଶିଦ୍ଦତ ୧ ଅକ୍ଟୋବରରେ ରିଲିଜ ହେବ । ସେହିଭଳି ୧୫ ଅକ୍ଟୋବରରେ ଲିଟିଲ ଥିଙ୍ଗସକ ୪ର୍ଥ ସିଜିନ ବି ଆସୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking