32.1 C
Bhubaneswar
Saturday, May 18, 2024
Homeଓଡିଶାଅଳ୍ପ ପବନ, ପ୍ରବଳ ବର୍ଷା

ଅଳ୍ପ ପବନ, ପ୍ରବଳ ବର୍ଷା

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ନେଇ ଏସଆରସି ପ୍ରଦୀପ ଜେନା ସୂଚନା ପ୍ରଦାନ କରି କହିଛନ୍ତି, ଆଇଏମଡିର ଆକଳନ ଅନୁସାରେ ବାତ୍ୟା କାଲି ଲ୍ୟାଣ୍ଡଫଲ କରିବ । ଆନ୍ଧ୍ରର କଳିଙ୍ଗପଟନମ ନିକଟରେ ଲ୍ୟାଣ୍ଡଫଲ କରିବା ନେଇ ଆକଳନ କରାଯାଉଛି । ଫଳରେ ଏହା ପ୍ରଭାବରେ ରାଜ୍ୟର ୭ଟି ଜିଲ୍ଲାରେ ଅଧିକ ବର୍ଷା, ପବନ ହେବାର ସମ୍ଭାବନା ରହିଛି । ଗଂଜାମ, ଗଜପିତ, କୋରାପୁଟ, ରାୟଗଡା ପ୍ରଭାବିତ ହେବ । ନବରଙ୍ଗପୁର, କନ୍ଧମାଳ, ମାଲକାନଗିରିରେ ଅଧିକ ପ୍ରଭାବ ପଡିବ । ଆକଳନ ଅନୁସାରେ ଅଳ୍ପ ପବନ ରହିଛି । ମାତ୍ର ପ୍ରବଳ ବର୍ଷା ହେବ । ବର୍ଷାର ପରିମାଣ କାଲି ଏବଂ ପହରଦିନ ଅଧିକ ରହିବ । ସମ୍ଭାବ୍ୟ ବାତ୍ୟା ନେଇ କାଲିଠାରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି । ୭ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହୋଇଛି । ପ୍ରସ୍ତୁତି ଜାରି ରହିଛି ବୋଲି ସେ କହିଛନ୍ତି । ୭ ଜିଲ୍ଲା ସହ ନୟାଗଡରେ ଓଡ୍ରାଫ ଓ ଏନଡିଆରଏଫ ମୁତୟନ ହେବେ । ଓଡ୍ରାଫର ୪୨ ଓ ଏନଡିଆରଏଫର ୨୪ଟି ଟିମ ମୁତୟନ କରାଯିବେ । ପ୍ରବଳ ବର୍ଷା ଯୋଗୁଁ ଫ୍ଲାସ ଫ୍ଲଡ ହୋଇପାରେ ବୋଲି ଏସଆରସି କହିଛନ୍ତି । ଋଷିକୁଲ୍ୟା, ନାଗାବଳୀ ଓ ବଂଶଧାରାରେ ବନ୍ୟା ଆସିପାରେ । ବାତ୍ୟା ତିତଲି ଭଳି ଗଜପତି, ରାୟଗଡାରେ ଭୂସ୍ଖଳନ ହୋଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking