37.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶମହିଳାମାନଙ୍କ ପାଇଁ ତାଲିବାନ ପୁଣି କଡ଼ାକଡ଼ି କଲା ନିୟମ

ମହିଳାମାନଙ୍କ ପାଇଁ ତାଲିବାନ ପୁଣି କଡ଼ାକଡ଼ି କଲା ନିୟମ

ନୂଆଦିଲ୍ଲୀ : ୨୦ ବର୍ଷ ହେଲେ ଝିଅମାନଙ୍କୁ ବିବାହ କରିବାକୁ ବାଧ୍ୟ । ଏଭଳି ନୂଆ ନିୟମ ଜାରି କରି ମହିଳାମାନଙ୍କ ଆତ୍ମସମ୍ମାନକୁ ପୁଣି ଥରେ ତଳେ ପକାଇଛି ତାଲିବାନ୍‌ । କେବଳ ଏତିକି ନୁହେଁ, ୧୮ ବର୍ଷର ଝିଅମାନଙ୍କୁ ବିବାହ ପରେ ହିଁ ବିଶ୍ୱବିଦ୍ୟାଳୟରେ ପଢିବାକୁ ଅନୁମତି ମିଳିବ । ବିବାହ ପରେ ଝିଅମାନେ ତାଙ୍କ ସ୍ୱାମୀଙ୍କ ସହିତ ହିଁ ବିଶ୍ୱବିଦ୍ୟାଳୟ ଯାଇପାରିବେ । ଏହାସହ ୩୫ ବର୍ଷରୁ କମ୍‌ ବୟସ୍କ ବିଧବାଙ୍କ ବିବାହ ତାଲିବାନୀ ଯୁବକଙ୍କ ସହ କରିବା ନେଇ ମଧ୍ୟ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ସବୁ ନିର୍ଦ୍ଦେଶନାମାରୁ ସ୍ପଷ୍ଟ ଜଣାପଡୁଛି ଯେ, ମହିଳାମାନଙ୍କ ଉପରେ ଅତ୍ୟାଚାର କରିବା ଆରମ୍ଭ କରିଦେଇଛି ତାଲିବାନ୍‌ ।

ଆଫଗାନ୍‌ ଦଖଲ କରି କ୍ଷମତାକୁ ଆସିବା ପରେ ତାଲିବାନ ମହିଳାମାନଙ୍କୁ କାମକୁ ନ ଯିବାକୁ ନିର୍ଦ୍ଦେଶ ଦେଇଥିଲା । ବର୍ତ୍ତମାନ ତାଲିବାନମାନେ ସିରିଆ ଆଇନ୍‌ ଲାଗୁ କରିବା ଉଦ୍ଦେଶ୍ୟରେ ମହିଳାମାନଙ୍କୁ ନିଜ ଜାଲରେ ପକାଇବାକୁ ଷଡଯନ୍ତ୍ରର କରି ଚାଲିଛି । ସେଥିପାଇଁ ମହିଳାମାନଙ୍କ ପାଇଁ ଗୋଟିଏ ପରେ ଗୋଟିଏ ନିର୍ଦ୍ଦେଶାବଳୀ ଜାରି କରୁଛି । ଏଭଳି ଅଜବ ନିୟମ ଜାରି କରି ତାଲିବାନ୍‌ ତାର ମୁର୍ଖାମୀର ପରିଚୟ ଦେଇଛି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଆଫଗାନିସ୍ତାନ କବଜା କରିବା ପରେ ତାଲିବାନ ମହିଳାଙ୍କ ଅଧିକାର ଏବଂ ସେମାନଙ୍କ ସୁରକ୍ଷା ବିଷୟରେ ଯେଉଁ ପ୍ରତିଶ୍ରୃତି ଦେଇଥିଲା ତାହା ମିଥ୍ୟା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking