30.1 C
Bhubaneswar
Thursday, April 25, 2024
Homeଖେଳପିତାଙ୍କ ପରଲୋକ : ସ୍ୱଦେଶ ଫେରିବେ ରଦରଫୋର୍ଡ

ପିତାଙ୍କ ପରଲୋକ : ସ୍ୱଦେଶ ଫେରିବେ ରଦରଫୋର୍ଡ

ଦୁବାଇ: ଚଳିତ ଆଇପିଏଲ୍‌ରେ ୮ଟି ମ୍ୟାଚ୍‌ରୁ ୨ ପଏଣ୍ଟ ନେଇ ପଏଣ୍ଟ ଟେବଲ୍‌ର ସର୍ବନିମ୍ନରେ ଥିବା ସନ୍‌ରାଇଜର୍ସ ହାଇଦ୍ରାବାଦ ଟିମ୍ ସହ ଭାଗ୍ୟ ସାଥ୍ ଦେଉନଥିବା ପରି ଲାଗୁଛି । ଦୁଇଦିନ ତଳେ ଫାଷ୍ଟ ବୋଲର୍ ଟି ନଟରାଜନ୍ କୋଭିଡ୍‌-୧୯ ପଜିଟିଭ୍ ହୋଇଥିବା ବେଳେ ଏବେ ଜଣେ ବ୍ୟାଟ୍ସମ୍ୟାନ୍ ଟିମ୍ ଛାଡ଼ିବେ । ପିତାଙ୍କ ଦେହାନ୍ତ ହେବା କାରଣରୁ ଏହି ଦୁଃଖଦ ସମୟରେ ପରିବାର ସହିତ ଉପସ୍ଥିତ ରହିବା ନିମନ୍ତେ ଟିମ୍‌ର ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ଶେରଫାନ ରଦରଫୋର୍ଡ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ ।

ଗୁରୁବାର ସନ୍‌ରାଇଜର୍ସ ହାଇଦ୍ରାବାଦ ଫ୍ରାଞ୍ଚାଇଜି ଟ୍ୱିଟର୍‌ରେ ଏହି ସୂଚନା ଦେବା ସହ ରଦରଫୋର୍ଡ ଓ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛି । ସନ୍‌ରାଇଜର୍ସ ହାଇଦ୍ରାବାଦ ରଦରଫୋର୍ଡଙ୍କୁ ୭୫ ଲକ୍ଷ ଟଙ୍କାର ବେସ୍ ପ୍ରାଇସ୍‌ରେ ଖରିଦ୍ କରିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ସେ ଟିମ୍ ପକ୍ଷରୁ ଗୋଟିଏ ବି ମ୍ୟାଚ୍ ଖେଳିବାର ସୁଯୋଗ ପାଇନାହାନ୍ତି । ପୂର୍ବରୁ ସେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍‌ର ମଧ୍ୟ ସଦସ୍ୟ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking