28.1 C
Bhubaneswar
Saturday, May 11, 2024
Homeଓଡିଶା*ପ୍ରଗତି ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ*

*ପ୍ରଗତି ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ*

ଭବାନୀପାଟଣା:-ସ୍ଥାନୀୟ ଭବାନୀପାଟଣା ସହର ଉପକଣ୍ଠସ୍ଥ ପ୍ରଗତି ମହାବିଦ୍ୟାଳୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ଡ଼ଃ ସଞ୍ଜୟ କୁମାର ଶତପଥୀ ଓ ପ୍ରଗତି ମହାବିଦ୍ୟାଳୟର ଅଧ୍ୟକ୍ଷ ଜଗନ୍ନାଥ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ପ୍ରଫେସର ଡ଼ଃ ସଞ୍ଜୟ କୁମାର ଶତପଥୀଙ୍କ ଦ୍ଵାରା ଵୃକ୍ଷ ରୋପଣ ପ୍ରକ୍ରିୟାର ଶୁଭାରମ୍ଭ ହୋଇଥିଲା ।  ଏହି ଉତ୍ସବରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର  ଶ୍ରୀଚନ୍ଦନ, କଳାହାଣ୍ଡି ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ପିତାମ୍ବର ଭୋଇ, ଡେପୁଟି ରେଜିଷ୍ଟାର ଡ଼ଃ ଜୟଦେବ ସାହୁ, ପରୀକ୍ଷା ନିୟନ୍ତ୍ରକ ଡ଼ଃ ଅଖିଳ ନାଏକ,  ପ୍ରଗତି ଅନୁଷ୍ଠାନର ସ୍ରଷ୍ଟା ଅଜୟ କୁମାର ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ । ଏହି ଅବସରରେ କରୋନା ଯୋଦ୍ଧା ଡ଼ଃ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା କବି ଭବାନୀ ଶଙ୍କର ନିଆଲ, କଳାହାଣ୍ଡି କଳାକାର ସଂଘର ସଭାପତି ଭବେନ୍ଦ୍ର କୁମାର ପଣ୍ଡା, ପ୍ରଗତି ଅନୁଷ୍ଠାନର ପୂର୍ବତନ ଛାତ୍ର ତଥା ଓଡ଼ିଆ ଆଲବମ  ଅଭିନେତା  ଅରମାନ ମହାନ୍ତି ଓ ଶିକ୍ଷୟିତ୍ରୀ ପ୍ରଞ୍ଜିତ କୌରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।  ଏଥିରେ ପ୍ରଗତି ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ତଥା ଅନ୍ୟ କର୍ମଚାରୀମାନେ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ସନ୍ତୋଷ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ଅଧ୍ୟକ୍ଷ ଜଗନ୍ନାଥ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking