26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ଧାମି

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ଧାମି

ଡେରାଡୁନ୍‌: ଅପେକ୍ଷାର ହେଲା ଅନ୍ତ। ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂହ ଧାମି । ରାଜଭବନରେ ପଦ ଓ ଗୋପନୀୟତାର ଶପଥ ନେଲେ ଧାମି । ଧାମିଙ୍କୁ ଶପଥ ପାଠ କରାଇଲେ ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟ। ଦୁଇ ଦୁଇଥର ବିଧାୟକ ଥିବା ୪୫ ବର୍ଷିୟ ଧାମିଙ୍କୁ ବିଧାୟକ ଦଳ ବୈଠକରେ ନେତା ଭାବେ ସର୍ବସମ୍ମତିକ୍ରମେ ଚୟନ କରାଯାଇଛି। ଡେରାଡୁନ୍ ରାଜଭବନରେ ଶପଥ ପାଠ ନେଇ ସମସ୍ତ ପ୍ରସ୍ତୁତି ହୋଇଥିଲା। ଅଳ୍ପ ସଂଖ୍ୟକ ଅତିଥିଙ୍କୁ ନେଇ ଏହି କର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା। ଏହାପୂର୍ବରୁ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ଓ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ଯାଇ ଭେଟିଛନ୍ତି। ଉଦ୍ଧମ ସିଂ ନଗର ଜିଲ୍ଲା ଖାତିମା ନିର୍ବାଚନମଣ୍ଡଳୀରୁ ଦୁଇ ଥର ବିଧାୟକ ହୋଇଛନ୍ତି ପୁଷ୍କର ସିଂ ଧାମି। ତେବେ ଆସନ୍ତା ଫେବ୍ରୁଆରୀ କିମ୍ବା ମାର୍ଚ୍ଚ ମାସରେ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ହେବ। ତେଣୁ ୭ରୁ ୮ ମାସ ପାଇଁ ଦାୟିତ୍ୱରେ ରହିବେ ଧାମି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking