29.1 C
Bhubaneswar
Saturday, April 27, 2024
Homeଓଡିଶା୫୦୦ଟପିଲା ବଲାଙ୍ଗିର, ଦିନକୁ ୫୧ ଚିହ୍ନଟ, ୨ କରୋନା ଯୋଦ୍ଧା ସହ ୧୨ ସିଆରପିଏଫ ଜବାନ...

୫୦୦ଟପିଲା ବଲାଙ୍ଗିର, ଦିନକୁ ୫୧ ଚିହ୍ନଟ, ୨ କରୋନା ଯୋଦ୍ଧା ସହ ୧୨ ସିଆରପିଏଫ ଜବାନ ସଂକ୍ରମିତ

ବଲାଙ୍ଗିର : ଆଜି ବଲାଙ୍ଗିର ଜିଲ୍ଲା ରେ ସଂକ୍ରମିତଙ୍କ ସଂଖ୍ୟା ପ୍ରଥମ ଥର ପାଇଁ ୫ଶହ ଡେଇଁଛି । ସେହିପରି ସକ୍ରିୟଙ୍କ ସଂଖ୍ୟା ମଧ୍ୟ ୨ଶହ ପାର କରିଛି । ଆଜି ପ୍ରକାଶିତ ସରକାରି ତାଲିକା ଅନୁସାରେ ଜିଲ୍ଲାରେ ଦିନକୁ ୫୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମଧ୍ୟରେ ୨ ଜଣ କରୋନା ଯୋଦ୍ଧା ଓ ୧୨ ଜଣ ସିଆରପିଏଫ ଜବାନ ମଧ୍ୟ ସଂକ୍ରମିତ ହୋଇଥିବା ସୁଚନା ମିଳିଛି । ଏହା ସହିତ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତ ମଧ୍ୟରୁ ବେଲପଡା ବ୍ଲକରୁ ୪ ଜଣ, ପୁଇଁନ୍ତଳା ବ୍ଲକରୁ ୯ ଜଣ , ଦେଓଗାଁ ବ୍ଲକରୁ ଜଣେ ଓ ବଲାଙ୍ଗିର ପୌରାଞ୍ଚଳରୁ ୨୧ ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । ସେହିପରି ସହରର ତୁଳସିନଗରରୁ ୨ ଜଣ, ସୁଦପଡାରୁ ୪ ଜଣ, ଠିକାଦାର ପଡାରୁ ୫ଜଣ,ମାଲପଡାରୁ ୪ ଜଣ ସହ କ୍ଲବପଡା, ସାଗରପଡା, ତାଲପାଲି ପଡା, ଲାଲଟିକ୍ରା, ରାଧାରାଣୀ ପଡା, ରୁଗୁଡିପଡାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ତେବେ ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ ୫୧୪ ଜଣ ସଂକ୍ରମିତ ହୋଥିବାବେଳେ, ୨୦୮ ଜଣ ସକ୍ରିୟ ଅଛନ୍ତି ଓ ୩୦୬ ଜଣ ସୁସ୍ଥ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking