28.1 C
Bhubaneswar
Saturday, April 27, 2024
Homeଅପରାଧଗିରଫ ହେଲେ ୪ ଲୁଟେରା , ୨୦୦୦ ଟଙ୍କା ଓ ବାଇକ ଜବତ

ଗିରଫ ହେଲେ ୪ ଲୁଟେରା , ୨୦୦୦ ଟଙ୍କା ଓ ବାଇକ ଜବତ

ବଲାଙ୍ଗିର, : ବଲାଙ୍ଗିର ଆଦର୍ଶ ଟାଉନ ଥାନା ପୁଲିସ ଦ୍ୱାରା ୪ ଲୁଟେରା ଗିରଫ୍ ହୋଇଥିବା ସଂପୃକ୍ତ ଥାନା ପକ୍ଷରୁ ସୂଚନା ଦିଆଯାଇଛି । ଗତ ୩୧ ତାରିଖ ଦିନ ମଧ୍ୟାହ୍ନ ୧ଟା ୩୦ମି.ରେ ଘଟିଥିବା ଲୁଟ୍ ମାମଲାରେ ଗିରଫ୍ ଅଭିଯୁକ୍ତମାନେ ହେଲେ ବିଭୂତିପଡ଼ାର ରାକେଶ ଭୋଇ ଓ ଗୌତମ ସୁନା, ଚିମ୍ନିଭାଟିପଡ଼ାର ସିଟୁ ବନଛୋର ଓ ବିକାଶ ବୁଡେ଼କ୍ । ସେମାନଙ୍କଠାରୁ ନଗଦ ୨୦୦୦ ଟଙ୍କା ଏବଂ ଏକ ଟିଭିଏସ୍ ବାଇକ୍ ମଧ୍ୟ ପୁଲିସ୍ ଜବତ୍ କରିବାରେ ସଫଳ ହୋଇଛି । ଦିଆଯାଇଥିବା ସୂଚନା ଅନୁସାରେ ଅଭିଯୋଗକାରୀ ବୀରମହାରାଜପୁରର ସଚ୍ଚିଦାନନ୍ଦ ସେଠୀ ଦିନ ସାଢେ଼ ଗୋଟିଏ ବେଳେ ସ୍ଥାନୀୟ ଓମେନ୍ସ କଲେଜ୍ ରୋଡ଼ରେ ଯାଉଥିବା ବେଳେ ଚାରି ଜଣ ଅଚିହ୍ନା ଯୁବକ ତାଙ୍କୁ ଭୁଜାଲି ଦେଖାଇ ଲୁଟ୍ କରିଥିଲେ । ତାଙ୍କଠାରୁ ୧୭ ହଜାର ୯ ଶହ ଟଙ୍କା ଏବଂ ଗୋଟିଏ ଭିଭୋ ମୋବାଇଲ୍ ଲୁଟି ନେଇଥିଲେ । ତେବେ ଆଦର୍ଶ ଟାଉନ୍ ଥାନା ପକ୍ଷରୁ ସିସିଟିଭି ଫୁଟେଜ୍ ସାହାଯ୍ୟରେ ତଦନ୍ତ କରାଯାଇ ଏହି ଘଟଣାରେ ସଂପୃକ୍ତ ୬ ଜଣଙ୍କୁ ଚିହ୍ନଟ କରାଯିବା ସହ ୪ ଜଣ ଅଭିଯୁକ୍ତ ଲୁଟେରାଙ୍କୁ ଗିରଫ୍ କରାଯାଇଛି ବୋଲି ବଲାଙ୍ଗିର ଆଦର୍ଶ ଟାଉନ୍ ଥାନା ଆଇଆଇସି. ସଂଗ୍ରାମ କେଶରୀ ପଟ୍ଟନାୟକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking