27.1 C
Bhubaneswar
Tuesday, March 19, 2024
Homeକରୋନାଜିମ୍ ଓ ଯୋଗ କେନ୍ଦ୍ର ପାଇଁ ଜାରି ହେଲା ଗାଇଡ ଲାଇନ

ଜିମ୍ ଓ ଯୋଗ କେନ୍ଦ୍ର ପାଇଁ ଜାରି ହେଲା ଗାଇଡ ଲାଇନ

ସେହିପରି ଯୋଗ କେନ୍ଦ୍ରରେ ୬ଫୁଟର ଦୂରତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯୋଗ କେନ୍ଦ୍ରରେ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ ହୋଇଛି । ଯୋଗଭ୍ୟାସ ପାଇଁ ନିଜ ସାଥିରେ ମ୍ୟାଟ ଆଣିବେ । ଲାପ୍ଟରୟୋଗା ପାଇଁ ଅନୁମତି ମିଳିବନି । ଶ୍ୱାସ କ୍ରିୟାରେ କଷ୍ଟ ଅନୁଭବ କଲେ ଯୋଗାଭ୍ୟାସ, ବ୍ୟାୟାମରୁ ନିବୃତ୍ତ ରହିବେ । ଯୋଗ କେନ୍ଦ୍ର , ଜିମର ଶୌଚାଳୟ ବ୍ୟବହାର ପୂର୍ବରୁ ଓ ପରେ ସାନିଟାଇଜ କରାଯିବ । ବ୍ୟାୟାମ ଉପକରଣ ଗୁଡ଼ିକୁ ପ୍ରତି ସେସନ ପରେ ସଫା କରାଯିବ । ଯୋଗ କେନ୍ଦ୍ର ପରିସରରେ ଛେପ ପକାଇବାକୁ ମନା ହୋଇଛି ।
ଏହାସହ ବ୍ୟୟାମ ଚାଲିଥିବା ବେଳେ ଚଟାଣକୁ ସଫା କରାଯିବ । ଜିମରେ ପ୍ରତି ବ୍ୟାୟାମ ଉପକରଣ ପାଖରେ ସାନିଟାଇଜ ରଖାଯିବ । ସମସ୍ତ ଉପକରଣ ବ୍ୟବହାର କରିବା ପୂର୍ବରୁ ହାତକୁ ସାନିଟାଇଜ କରିବା ବାଧ୍ୟତାମୂଳକ ହୋଇଛି । ଲକର, ଚେଞ୍ଜିଙ୍ଗ ଏରିଆ, ସାୱାର ରୁମ ସାନିଟାଇଜ କରାଯିବ । ଜିମ ବନ୍ଦ ହେବା ପୂର୍ବରୁ ଉପକରଣଗୁଡ଼ିକୁ ଭଲରେ ବିଷୋଧନ କରାଯିବ । ଏହାସହ ସମସ୍ତେ ଆରୋଗ୍ୟ ସେତୁ ଆପ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking