29.1 C
Bhubaneswar
Saturday, April 27, 2024
Homeଓଡିଶାନିଆଁ ଲାଗି ଜଳିଗଲା ୩ ଦୋକାନ

ନିଆଁ ଲାଗି ଜଳିଗଲା ୩ ଦୋକାନ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ବସ ଷ୍ଟାଣ୍ଡ ନିକଟରେ ଥିବା ତିନୋଟି ଦୋକାନରେ ସୋମବାର ସକାଳେ କୌଣସି କାରଣ ବଶତଃ ତିନୋଟି ଦୋକାନରେ ନିଆଁ ଲାଗି ଯାଇଥିଲା । ଫଳରେ ତିନୋଟି ଯାକ ଦୋକାନ ଜଳି ଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଜଣା ପଡିଛି ।
ସୂଚନା ଅନୁଯାୟୀ, ବସ ଷ୍ଟାଣ୍ଡ ନିକଟରେ ଥିବା ୱେଲଡିଙ୍ଗ ଦୋକାନରେ ସଟ ସର୍କିଟ ଯୋଗୁଁ ପ୍ରଥମେ ନିଆଁ ଲାଗିଥିବା ସହ ଏହାକୁ ଲାଗି ରହିଥିବା ଅନ୍ୟ ଦୁଇଟି ଦୋକାନକୁ ବ୍ୟାପିଥିବା ଅନୁମାନ କରାଯାଉଛି । ଖବର ପାଇ ବେଦାନ୍ତ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳକୁ ପହଂଚି ନିଆଁକୁ ଆୟତ କରିଥିଲେ । ଘଟଣାସ୍ଥଳକୁ ତହସିଲଦାର ଦୀଲିପ କୁମାର ପ୍ରଧାନ ପହଂଚି ସ୍ଥିତି ପରିଖିବା ସହ ଟାଉନ ଥାନା ଅଧିକାରୀ ସାବିତ୍ରୀ ବଳ ଦୋକାନରେ ନିଆଁ କିପରି ଲାଗିଲା ସେ ନେଇ ତଦନ୍ତ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking