30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଝାଡଖଣ୍ଡ ଓ ପଶ୍ଚିମବଙ୍ଗର ୫୧ ଶ୍ରମିକ ମାଲକାନଗିରିରେ ଫସିଛନ୍ତି

ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ୫୧ ଶ୍ରମିକ ମାଲକାନଗିରିରେ ଫସିଛନ୍ତି

ମାଲକାନଗିରି : ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଗୌଡଗୁଡା ଗ୍ରାମ ପଂଚାୟତ ମୂଖ୍ୟ ରାସ୍ତା କଡ଼ରେ ୧ ହଜାର ଶଯ୍ୟା ବିଶିଷ୍ଟ ଛାତ୍ରାବାସ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗର ୫୧ ଜଣ ଶ୍ରମିକ ନିଜ ରାଜ୍ୟକୁ ଯାଇ ନ ପାରି ଅଟକି ରହିଛନ୍ତି । ପଶ୍ଚିମ ବଙ୍ଗର ଉତର ଦିନାଜପୁର ଜିଲ୍ଲାର ୧୬ଜଣ ଏବଂ ଝାଡଖଣ୍ଡ ରାଜ୍ୟର ପଶ୍ଚିମ ସିଙ୍ଗଭୁମର ୩୫ ଜଣ ଶ୍ରମିକ ଦୁଇଗୋଟି ଆପାର୍ଟମେଂଟରରେ ଶ୍ରମିକ ଭାବେ ଦୀର୍ଘ ଛଅମାସ ହେଲା କାର୍ଯ୍ୟ କରୁଛନ୍ତି । ୧୧ କୋଟି ଟଙ୍କା ବ୍ୟୟରେ ଏହି ଦୁଇଟି ଆପାର୍ଟମେଂଟକୁ ଭୁବନେଶ୍ୱରର ଡି.ଏମ୍‌. ମିଶ୍ର କନଷ୍ଟ୍ରକ୍ସନ୍ ଠିକାରେ ନେଇ ଏହି ଶ୍ରମିକମାନଙ୍କୁ ନିୟୋଜିତ କରିଥିଲେ । କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ୍ ଘୋଷଣା କରିବା ପରେ ଏହି ଶ୍ରମିକମାନେ ନିଜ ରାଜ୍ୟକୁ ଯାଇପାରୁନାହାନ୍ତି । ଏମାନଙ୍କ ମଧ୍ୟରେ ପରିବାର ସହ ଆସିଥିବା ତିନିଜଣ ଶିଶୁ ଅଛନ୍ତି ।
ଏହି ଖବର ଜଣାପଡ଼ିବା ପରେ ମାଲକାନଗିରି ତହସିଲଦାର ଡଃ ଗୁଣନିଧି ନାୟକ ଏବଂ ପୌର ପରିଷଦ ନିର୍ବାହୀ ଅଧିକାରୀ ଏମ୍‌. ନିଳକଣ୍ଠ ନାଇଡୁ ଘଟଣା ସ୍ଥଳକୁ ଯାଇ ଶ୍ରମିକମାନଙ୍କ ସହ ଆଲୋଚନା କରି ସେମାନଙ୍କର ଖାଦ୍ୟପେୟ ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହି କମ୍ପାନୀର ଦୁଇଜଣ ସୁପରଭାଇଜର ମହେଶ୍ୱର ଜେନା ଓ ସୁକାନ୍ତ ସାହୁଙ୍କ ସହ ଅଧିକାରୀମାନେ ଆଲୋଚନା କରି ସେମାନଙ୍କୁ ଯେଭଳି ସମସ୍ୟା ନହୁଏ ସେଥିପ୍ରତି ଦୃଷ୍ଟି ଦେବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । କମ୍ପାନୀ ଟଙ୍କା ଦେଉଥିବା ସହ ଏମାନଙ୍କର ସମସ୍ତ ଖାଇବା ରହିବା ବ୍ୟବସ୍ଥା କମ୍ପାନୀ ତରଫରୁ କରାଯାଉଛି । ଲକଡାଉନ ପ୍ରତ୍ୟାହାର ଗାଡି ଚଳାଚଳ ଆରମ୍ଭ ହେଲା ପରେ ଏହି ଶ୍ରମିକମାନଙ୍କୁ ସେମାନଙ୍କର ପ୍ରାପ୍ୟ ପ୍ରଦାନ କରାଯାଇ ନିଜ ନିଜ ରାଜ୍ୟକୁ ପଠାଇ ଦିଆଯିବ ବୋଲି ସୁପରଭାଇଜର ଦ୍ୱୟ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking