28.1 C
Bhubaneswar
Saturday, April 27, 2024
HomeUncategorizedପର୍ବର୍ପବାଣୀରେ କରୋନା ଛିଟା

ପର୍ବର୍ପବାଣୀରେ କରୋନା ଛିଟା

ରାଉରକେଲା : ଆଉ ଦିନ କେଇଟା ପରେ ଗୋଲକବିହାରୀ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମାଷ୍ଟମୀ । ଏହି ଉତ୍ସବକୁ ନେଇ କୋଣକୋଣ  ହୋଇ ଉଠିଥାନ୍ତା କୃଷ୍ଣମୟ, ମାତ୍ର ଚଳିତଥର କରୋନା ମହାମାରୀ ଯୋଗୁ ପର୍ବପର୍ବାଣୀରେ ପ୍ରତିବନ୍ଧକ ଲଗାଯାଇଛି । ସର୍ବସାଧାରଣ ଜାଗାକୁ ବାଦ ଦିଆଯାଇ କେବଳ ଘରେ ପୂଜା ପାଠ ପାଇଁ ଅନୁମତି ଦିଆଯାଇଛି ।ରାଉରକେଲାରେ ଜନ୍ମାଷ୍ଟମୀ ପାଳନ ଏକ ପ୍ରକାର ଫିକା  ପଡ଼ି ଯାଇଛି । ବିଶେଷ କରି ଯାଦବ ଶ୍ରେଣୀୟ ଲୋକ ମାନେ ଜନ୍ମାଷ୍ଟମୀକୁ ଧୂମଧାମରେ ପାଳନ କରିଥାନ୍ତି । ଜନ୍ମାଷ୍ଟମୀ ଦୁଇ ଦିନ ଧରି ପାଳନ କରାଯାଏ । ସାରନଗରୀର ବିଭିନ୍ନ ଅଂଚଳରେ ଶ୍ରୀକୃଷ୍ଣଙ୍କ ପୂଜାରେ ସାମିଲ ହୋଇଥାନ୍ତି ଶ୍ରଦ୍ଧାଳୁ । ଭଜନ,ଭଗବତ ପାଠରେ ପ୍ରକମ୍ପିତ ହୋଇଥାଏ ସମଗ୍ର ଅଂଚଳ । ଅପରପକ୍ଷରେ ଅଂଚଳର ମୂର୍ତି କାରିଗର ମାନେ ଭଗବାନ ଶ୍ରୀକୃଷ୍ଣଙ୍କ ମୁଣ୍ମୟ ମୂର୍ତି ବିକ୍ରି କରି ଦୁଇ ପଇସା ରୋଜଗାର କରନ୍ତି । ଯାହା ଦ୍ୱାରା ସେମାନଙ୍କ ପରିବାର ପ୍ରତିପୋଷଣ ହୋଇଥାଏ । ଚଳିତ ବର୍ଷ ସର୍ବସାଧାରଣରେ ପୂଜା ଆଡମ୍ବରରେ ନହେବା ଯୋଗୁ ମୂର୍ତି ଗୁଡ଼ିକର ଆଶାଜନକ ବିକ୍ରି ହେବା ସମ୍ଭବ ନୁହେଁ ବୋଲି  ବାଲିଯୋଡ଼ି ଅଂଚଳର ମୂର୍ତି କାରିଗର ଭରତ କୁମ୍ଭାର ପ୍ରକାଶ କରିଛନ୍ତି । ସେହିପରି ପୂଜା ପାର୍ବଣରେ ଆଲୋକ ମାଳା, ବାଦ୍ୟଯନ୍ତ୍ର, ଟେଂଟ ଯୋଗାଉଥିବା ବ୍ୟବସାୟୀ ମାନେ ମଧ୍ୟ ଏକପ୍ରକାର ହାତ ବାନ୍ଧି ବସିଛନ୍ତି । ପର୍ବପର୍ବାଣୀ ଉପରେ କରୋନା ପ୍ରହାର ଯୋଗୁ ବ୍ୟବସାୟୀ ମାନେ ଅଂଟା ସଳଖି ଚାଲି ପାରୁନଥିବା ବେଳେ ସେମାନଙ୍କ ଜୀବନ ଜୀବିକା ବହୁଳ ଭାବରେ ପ୍ରଭାବିତ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking