25.1 C
Bhubaneswar
Thursday, May 9, 2024
HomeUncategorizedଖର୍ବା,ଆଦିବାସୀ ଙ୍କ ଆବାସ ଯୋଜନା ଗୃହ ରୁ ଲୁଟ କଲେ ଲକ୍ଷ ଲକ୍ଷ ଟଙ୍କା 

ଖର୍ବା,ଆଦିବାସୀ ଙ୍କ ଆବାସ ଯୋଜନା ଗୃହ ରୁ ଲୁଟ କଲେ ଲକ୍ଷ ଲକ୍ଷ ଟଙ୍କା 

କେନ୍ଦୁଝର – ପଞ୍ଚାୟତ ର ଜି ଆର ଏସ ସାଜିଲେ ଠିକାଦାର । ଗରିବ ଆଦିବାସୀ ଙ୍କର ଆବାସ ଯୋଜନା ଗୃହ ରୁ ଲୁଟ କଲେ ଲକ୍ଷ ଲକ୍ଷ ଟଙ୍କା।ଏହି ପରି ସାଂଘାତିକ ଅଭିଯୋଗ ଆସିଲା କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ପିଠାଗୋଳା ପଞ୍ଚାୟତ ରୁ। ବାସଗୃହ ଯୋଜନାରେ ଅନ୍ତର୍ଭୂକ୍ତ ପରେବି ଭଙ୍ଗାଘରେ ବିତୁଛି ହିତାଧିକାରୀଙ୍କ ଜୀବନ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପିଠାଗୋଳା ଗ୍ରାମ ପଞ୍ଚାୟତ ର ଖର୍ବା ଆଦି ଗ୍ରାମରେ ସରକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୂକ୍ତ ହୋଇଥିବା ଏକାଧିକ ହିତାଧିକାରୀଙ୍କ ଜୀବନ ଭଙ୍ଗା କୁଡିଆରେ ତଥା ମାଟି ଛପର ଘରେ ବିତୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ପିଠାଗୋଳା ଗ୍ରାମ ପଞ୍ଚାୟତରେ ଜି ଆର ଏସ ଭାବେ କାର୍ଯ୍ୟ କରୁଥିବା ବୈଦ୍ୟନାଥ ମହାନ୍ତ ଓରଫ ପିଣ୍ଟୁ ମହାନ୍ତ ଅନେକ ହିତାଧିକାରୀଙ୍କ ଗୃହ ର ଟଙ୍କା ନିଜେ ଉଠାଇଥିଲେ ଓ ନିର୍ମାଣ ଦାୟିତ୍ୱ ନେଇଥିଲେ । ସେହି ଘର ଗୁଡିକ ନିର୍ମାଣ କାର୍ଯ୍ୟକୁ ଆରମ୍ଭ କରି ଅଧପାନ୍ତରିଆ ଅବସ୍ଥାରେ ଛାଡିଦେଇଥିବା ସହ ଅନେକ ଘରର ସମ୍ପୂର୍ଣ୍ଣ ଟଙ୍କା ଉଠାଇନେଇ ମାଲେମାଲ ହୋଇଥିବା କଥା, ବାସହରା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ହିତାଧିକାରୀଙ୍କୁ ମିଳିଥିବା ଘର ଗୁଡିକର ନିର୍ମାଣ କାର୍ଯ୍ୟ ଆଜକୁ ୩ବର୍ଷ ପୂର୍ବେ  ଜି ଆର ଏସ ପିଣ୍ଟୁ ମହାନ୍ତ ନିଜେ ଠିକାଦାର ସାଜି ଆରମ୍ଭ କରିଥିଲେ । ହେଲେ ଆଜକୁ ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ସେହି ଘର ଗୁଡିକର କାର୍ଯ୍ୟ ଆଜି   ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କରାଇନଥିବାରୁ ସେ ଗୁଡିକ ଅସମ୍ପୂର୍ଣ୍ଣ ଭାବେ ପଡିରହିଛି ।ଫଳରେ ଗରିବ ହିତାଧିକାରୀମାନେ ସରକାରୀ ଅନୁଦାନରେ ନିର୍ମିତ ନୂଆ ଘରକୁ ଚାହିଁ ଚାହିଁ ଭଙ୍ଗା ଘରେ ଦୁର୍ଦ୍ଦିନରେ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି । ତେବେ ଜି ଆର ଏସ ପିଣ୍ଟୁ ମହାନ୍ତ ଲକ୍ଷ ଲକ୍ଷ ଟଙ୍କା ଚଳୁ କରି କୋଟିପତି ସାଜି ଥିବା ବେଳେ ତାଙ୍କର ନିଜର ଇଟା ଫ୍ୟାକ୍ଟ୍ରି ମଧ୍ୟ କରି ସାରିଛନ୍ତି। ଏହାଛଡା ଗରିବ ଆଦିବାସୀ ଙ୍କ ଏ ଟି ଏମ କାର୍ଡ ଏବଂ ପାସବୁକ ନିଜ ପାଖରେ ରଖିଛନ୍ତି । ଗରିବ ଆଦିବାସୀ  ମାନଙ୍କ ନିରକ୍ଷରତା ତଥା ଅଶିକ୍ଷିତ ର ଫାଇଦା ଉଠାଇ ଆରାମ ରେ ଟଙ୍କା ଉଠାଇ ନେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ହରିଚନ୍ଦନପୁର ବ୍ଲକ ର ପୂର୍ବତନ ଭାଜପା ଯୁବ ସଭାପତି ଜଳଧର ସାହୁ। ଏହି ବ୍ଲକରେ ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଉକ୍ତ ଯୋଜନାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଉକ୍ତ ହିତାଧିକାରୀଙ୍କ ଅଧସମ୍ପୂର୍ଣ୍ଣ ଘର ଗୁଡିକର ସମ୍ପୂର୍ଣ୍ଣ କରିବାକୁ ଜନସାଧାରଣରେ ଦାବି ହୋଇଛି । ଏନେଇ ଆମେ କେନ୍ଦୁଝର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଙ୍କୁ ପଚାରିବାରୁ ସେ ଏହାର ବିଭାଗୀୟ ତଦନ୍ତ ତୁରନ୍ତ କରାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରକାଶ କରିଛନ୍ତି। 
 -ଅନିଲ ନନ୍ଦ ଙ୍କ ରିପୋର୍ଟ
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking