35.1 C
Bhubaneswar
Wednesday, May 8, 2024
Homeଅପରାଧପୁଅ ହତ୍ୟାର ପ୍ରତିଶୋଧ ନେଲା ବାପା....

ପୁଅ ହତ୍ୟାର ପ୍ରତିଶୋଧ ନେଲା ବାପା….

ଲକ୍ଷ୍ନୌ: ପୁଅ ହତ୍ୟାର ପ୍ରତିଶୋଧ ନେଲା ବାପା । ହତ୍ୟାକାରୀକୁ ଜାମିନରେ ଆଣି ପରେ ତା’ର ଜୀବନ ନେଲେ । ଉତ୍ତରପ୍ରଦେଶ ଖେରି ଜିଲ୍ଲାର ମିତାଉଲି ଅଞ୍ଚଳରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି । ନିଜର ୧୪ ବର୍ଷୀୟ ପୁଅକୁ ସ୍ତ୍ରୀ ଓ ଜଣେ ସମ୍ପର୍କୀୟ ହତ୍ୟା କରିବା ପରେ ପ୍ରତିଶୋଧର ନିଆଁରେ ଜଳୁଥିଲେ ସମ୍ପୃକ୍ତ ବ୍ୟକ୍ତି । ଶୁକ୍ରବାର ରାତିରେ ଶତ୍ରୁଧନ ଲାଲା(୪୭)ଙ୍କ ମୁଣ୍ଡକୁ ୩ଥର ଗୁଳି କରାଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କୁ ଗୁଳି କରିଥିବା ବ୍ୟକ୍ତି ଜଣକ ହେଲେ କାଶୀ କାଶ୍ୟପ(୫୦) । ସୂଚନା ଅନୁଯାୟୀ, ୨୦୨୧ ମସିହାରେ ଲାଲାର ସହାୟତାରେ କାଶୀଙ୍କ ପତ୍ନୀ ନିଜ ପୁଅ ଜିତେନ୍ଦ୍ରଙ୍କୁ ହତ୍ୟା କରିଥିଲେ ।

ସେହି ସମୟରେ କାଶୀ ଅନ୍ୟ ଏକ ମାମଲାରେ ଜେଲ୍‌ରେ ଥିଲେ । ପୁଅକୁ ହତ୍ୟା ଅଭିଯୋଗରେ କାଶୀଙ୍କ ପତ୍ନୀ ଓ ଲାଲାକୁ ଗିରଫ କରାଯାଇ ଜେଲ୍ ପଠା ଯାଇଥିଲା । ହେଲେ ପୁଅ ହତ୍ୟାର ପ୍ରତିଶୋଧ ନେବା ପାଇଁ କାଶୀ ସବୁବେଳେ ଚାହୁଁଥିଲେ । ୨୦୨୨ ମସିହା ଡିସେମ୍ବରରେ କାଶୀ ଜେଲ୍‌ରୁ ବାହାରି ଥିଲେ । ଏହାପରେ ଲାଲାକୁ ଜେଲ୍‌ରୁ ମୁକୁଳାଇବା ପାଇଁ ସେ ଓକିଲ ଠିକ୍ କରିଥିଲେ ବୋଲି ଜଣାପଡ଼ିଛି । ଏପ୍ରିଲ ପ୍ରଥମ ସପ୍ତାହରେ ଲାଲାକୁ ଜାମିନ ମିଳିଥିଲା ଓ ସେବେଠୁ ତାକୁ ଜୀବନରୁ ମାରିବା ପାଇଁ କାଶୀ ସୁଯୋଗ ଅପେକ୍ଷାରେ ଥିଲା । ପରେ ଲାଲାର ଜୀବନ ନେଇଥିଲା କାଶୀ । ଏହି ମାମଲାରେ ପୋଲିସ କାଶୀ ବିରୋଧରେ ପ୍ରମାଣ ଯୋଗାଡ଼ କରିଥିଲା । ସୂଚନାଥାଉ କି, ୨୦୨୦ ମସିହାରେ ଏକ ହତ୍ୟା ମାମଲାରେ କାଶୀ ଜେଲ୍ ଯାଇଥିଲା । ୨୦୨୧ ମସିହାରେ ଜିତେନ୍ଦ୍ର ହଠାତ୍ ଗାଏବ ହୋଇ ଯାଇଥିଲେ । କିଛିଦିନ ପରେ ନଦୀ କୂଳରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏହାପରେ ପୋଲିସ ତଦନ୍ତ କରି କାଶୀଙ୍କ ପତ୍ନୀ ଓ ଲାଲାଙ୍କୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking