29.1 C
Bhubaneswar
Tuesday, May 7, 2024
Homeଓଡିଶାପୁଅକୁ ମାରି ଆଜୀବନ ସଜ୍ଜା କାଟିଲେ ବାପା- ସାବତ ମା’

ପୁଅକୁ ମାରି ଆଜୀବନ ସଜ୍ଜା କାଟିଲେ ବାପା- ସାବତ ମା’

କେନ୍ଦୁଝର : ସାମାନ୍ୟ କେଇଟା ଟଙ୍କା ପାଇଁ ପୁଅକୁ ଜୀବନରେ ମାରିଦେଲା ବାପା । ନାରୀ ହୋଇ ସନ୍ତାନର କଷ୍ଟ ବୁଝିପାରିଲାନି ସାବତ ମା’ । ପୁତ୍ର ହତ୍ୟା ଘଟଣାରେ ବାପା ଓ ସାବତ ମା’ଙ୍କୁ ଆଜୀବନ ଜେଲ୍ । ସମସ୍ତ ପ୍ରମାଣ ଓ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି କେନ୍ଦୁଝର ଚମ୍ପୁଆ ଅତରିକ୍ତ ଜିଲ୍ଲା ଦୌରା ଜଜ୍ ଦୋଳ ଗୋବିନ୍ଦ ବାରିକ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ମୃତକର ସାବତ ଭାଇକୁ ମଧ୍ୟ ବର୍ଷେ ଜେଲ୍ ଦଣ୍ଡାଦେଶ ହୋଇଛି ।

ସୂଚନା ଅନୁଯାୟୀ, ୨୦୧୯ ସେପ୍ଟେମ୍ବର ୧ତାରିଖରେ କେନ୍ଦୁଝର ବାମେବାରୀ ବଳଭଦ୍ରପୁର ଗାଁରେ ଟ୍ରାନ୍ସପୋର୍ଟିଂ ବ୍ୟବସାୟ ଲାଭ ଟଙ୍କା ଭାଗ ବଣ୍ଟାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା । ନାରାୟଣ ମହାନ୍ତ ତାଙ୍କର ତୃତୀୟ ପତ୍ନୀଙ୍କ ପୁଅ ପିତାମ୍ବର ମହାନ୍ତକୁ ଲାଭ ଟଙ୍କା ଦେବାକୁ ଚାହୁଁ ନଥିଲେ, ଯାହାକୁ ନେଇ ସେଦିନ କଳି ଝଗଡ଼ା ଆରମ୍ଭ ହୋଇଥିଲା । ବାପା ନାରାୟଣ ମହାନ୍ତ, ତାଙ୍କର ପ୍ରଥମ ସ୍ତ୍ରୀ ମାଳତି ମହାନ୍ତ ଓ ଦ୍ୱିତୀୟ ସ୍ତ୍ରୀଙ୍କ ପୁଅ ଗୌତମ ମହାନ୍ତ ଏହି ୩ ଜଣ ମିଳିମିଶି ତୃତୀୟ ପତ୍ନୀଙ୍କ ପୁଅ ପିତାମ୍ବରକୁ ଗାଳି ଗୁଲଜ କରିବା ସହ ନିସ୍ତୁକ ମାଡ଼ ମାରିଥିଲେ । ଶେଷରେ ଅତି ନିଷ୍ଠୁର ଭାବରେ ଗୋଟିଏ ପଥରରେ ଛେଚି ଛେଚି ପୁଅକୁ ହତ୍ୟା କରିଥିଲେ ।

ତେବେ ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ୨୦୩ ଦଫାରେ ମାମଲା ରୁଜୁ ହେବା ପରେ ମକଦ୍ଦମା ରୁଜୁ କରିଥିବା ପୋଲିସ୍ । ଆଠ ଜଣ ସାକ୍ଷୀଙ୍କ ଜମାନବନ୍ଦୀ, ଡାକ୍ତରୀ ରିପୋର୍ଟ ଓ କେମିକାଲ ରିପୋର୍ଟକୁ ଭିତ୍ତି କରି ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ହେବା ସହ ପାଞ୍ଚ ହଜାର ଟଙ୍କା ଜୋରିମାନା କରାଯାଇଛି । ଜୋରିମାନା ନଦେଲେ ଆଉ ୬ ମାସ ଜେଲଦଣ୍ଡ ଭୋଗିବେ ସମସ୍ତ ଅଭିଯୁକ୍ତ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking