36.1 C
Bhubaneswar
Tuesday, May 28, 2024
Homeଓଡିଶାଗୋହିରା ଡ୍ୟାମ ପରିଦର୍ଶନ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ

ଗୋହିରା ଡ୍ୟାମ ପରିଦର୍ଶନ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ

ଦେବଗଡ଼ : ଦେବଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚାଷ ଜମି ଫାଟି ଆଁ କରିଥିବା ବେଳେ ଚାଷୀ ଆସନ୍ନ ମରୁଡି ପରିସ୍ଥିତି ଯୋଗୁଁ ହତାଶ ହୋଇ ପଡିଛନ୍ତି l ଏଭଳି ପରିସ୍ଥିତିରେ ଆଜି ଦେବଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ଉମାଶଙ୍କର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ତିଳେଇବଣି ବ୍ଲକ ଢୋଲପଦା, କଂସର ଓ ଦୁଧିଆନାଲି ପଂଚାୟତର ବିଭିନ୍ନ ଗ୍ରାମକୁ ଯାଇ ଚାଷୀ ଓ ଚାଷର ବାସ୍ତବ ସ୍ଥିତି ଅନୁଧ୍ୟାନ କରିଥିଲେ l ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଗୋହିରା ଡ୍ୟାମ ପରିଦର୍ଶନ କରି ଡ୍ୟାମର ଚିତ୍ର ହିଁ ଦେବଗଡ଼ ଜିଲ୍ଲାର ମରୁଡି ପରିସ୍ଥିତିକୁ ବୟାନ କରୁଥିବା ପ୍ରକାଶ କରିବା ସହ ରାଜ୍ୟ ସରକାର ଅବିଳମ୍ବେ ଜିଲ୍ଲାକୁ ମରୁଡି ଘୋଷଣା କରିବାକୁ ଦାବୀ କରିଥିଲେ l

ଏହି ଅବସରରେ ଋଣ କରଜ କରି ଚାଷ କାର୍ଯ୍ୟ ଆରମ୍ଭ କରିଥିବା ଚାଷୀଙ୍କ ଆଜି ଯାଏ ରୁଆ କାର୍ଯ୍ୟ ସରିନଥିବା ବେଳେ ଆଗକୁ ଚାଷ କାର୍ଯ୍ୟ ସମ୍ଭବ ନଥିବାରୁ ଚାଷୀ ଚଳିତ ଖରିଫରେ ମରୁଡିର ସାମ୍ନା କରିବାକୁ ଥିବାରୁ ରାଜ୍ୟ ସରକାର ଆଉ କାଳ ବିଳମ୍ବ ନକରି ଦେବଗଡ଼ ଜିଲ୍ଲାକୁ ମରୁଡି ଘୋଷଣା କରିବାକୁ ଜିଲ୍ଲା କଂଗ୍ରେସ ଦାବୀ କରି ଚାଷୀଙ୍କ ସହ ରହିଥିବା ହତାଶ ଚାଷୀଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ l ସେହିପରି ଦୁଧିଆନାଳି ପଂଚାୟତ ଅନ୍ତର୍ଗତ ଗୋହିରା ମଧ୍ୟମ ଜଳ ସେଚନ ପ୍ରକଳ୍ପର ଜଳ ଭଣ୍ଡାର ସ୍ୱଳ୍ପ ବୃଷ୍ଟିପାତ ଏବଂ ରକ୍ଷଣା ବେକ୍ଷଣ ଅଭାବରୁ ଜଳ ଶୂନ୍ୟ ହୋଈ ପଡ଼ିଥିବାରୁ ଏହି ଜଳ ଭଣ୍ଡାର ଉପରେ ନିର୍ଭର କରୁଥିବା ୧୯ଟି ପାଣି ପଞ୍ଚାୟତ ଅନ୍ତର୍ଗତ ୮୮ଟି ଗ୍ରାମର ସହ ସହ ହେକ୍ଟର ଚାଷ ଜମିକୁ କେନାଲ ପାଣି ପହଞ୍ଚି ନ ପାରି ଚାଷ କାର୍ଯ୍ୟ ପ୍ରଭାବିତ ହୋଇ ପଡିଥିବା ଦେଖିବାକୁ ମିଳିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking