30.1 C
Bhubaneswar
Tuesday, June 18, 2024
Homeଓଡିଶାନିର୍ମାଣ ହେଲା ପନ୍ଦାରି ବଳା ହେବ ରଥଚକ

ନିର୍ମାଣ ହେଲା ପନ୍ଦାରି ବଳା ହେବ ରଥଚକ

ପୁରୀ : ଶୁକ୍ରବାର ରଥ ନିର୍ମାଣର ଚତୁର୍ଦ୍ଦଶ ଦିବସରେ ରଥ ନିର୍ମାଣକାରୀ ସେବକମାନେ ତିନି ରଥ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରଥମେ ତିନି ରଥର ନହାକା ତୁମ୍ବରେ ପନ୍ଦାରି ବଳା ଲାଗି ଅନୂକୂଳ ହେବା ପରେ ତୁମ୍ବ ଅରରେ ପଇ ବିନ୍ଧା ଅନୁକୂଳ ସମ୍ପନ୍ନ ହୋଇଥିଲା । ଏବଂ ମହାରଣା ସେବକମାନେ ମାପ ପ୍ରକାରେ ତୁମ୍ବରେ ପନ୍ଦାରି ଗାଡ ଖୋଦେଇ ଶେଷ କରିଛନ୍ତି । ଏହାପରେ ମୁଖ୍ୟ ମହାରଣାଙ୍କ ଦ୍ୱାରା ପନ୍ଦାରି ବଳା ଅନୁକୂଳ ପୂଜା ପୂର୍ବକ ତୁମ୍ବରେ ପନ୍ଦାରି ବଳା ବସିବା ବିଧି ସମ୍ମନ୍ନ ହୋଇଥିଲା । ଏବଂ ନିର୍ମାଣ କାର୍ଯ୍ୟ ଶେଷ ବେଳକୁ ତିନି ରଥର ଦୁଇଟି ଲେଖାଏଁ ତୁମ୍ବରେ ଅର ସଂଯୋଗ ଓ ପଇ ପିନ୍ଦା କାର୍ଯ୍ୟ ଶେଷ ହୋଇ ପଇ କଳସା କାର୍ଯ୍ୟ ଆରମ୍ଭ ହୋଇଛି । ଏହାସହ ସମାନ୍ତରାଳ ଭାବରେ ତିନି ରଥର ଗୁଜ ୯ ଗୋଟି ଯାଖନ୍ତ୍ର, ୬ ଗୋଟି ଗୁଜ ୪ ଗୋଟି ଲେଖା କୁଡୁକା ଶେଷ ହୋଇଛି । ଏବଂ ରୂପକାର ସେବକ ମାନେ ତିନିରଥର ଗୁଜରେ ନୃସିଂହ ରୂପ ଖୋଦେଇ ଜାରୀ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking