35.1 C
Bhubaneswar
Monday, June 17, 2024
Homeଓଡିଶାଭୟଙ୍କର ଅଗ୍ନିକାଣ୍ଡ ; ହୁତୁ ହୁତୁ ହୋଇ ଜଳିଗଲା ୧୫ରୁ ଉର୍ଦ୍ଧ୍ୱ ଦୋକାନ

ଭୟଙ୍କର ଅଗ୍ନିକାଣ୍ଡ ; ହୁତୁ ହୁତୁ ହୋଇ ଜଳିଗଲା ୧୫ରୁ ଉର୍ଦ୍ଧ୍ୱ ଦୋକାନ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଥାନା ପାଖରେ ଥିବା ଉଠା ଦୋକାନରେ ନିଆଁ । ହୁତୁ ହୁତୁ ହୋଇ ଜଳିଗଲା ୧୫ରୁ ଉର୍ଦ୍ଧ୍ୱ ଦୋକାନ। ସୂଚନା ଅନୁସାରେ ଆଜି ଭୋର ସମୟରେ ଟିଟିଲାଗଡ଼ ହାଟ ପଦା ରେଲୱେ ଓଭର ବ୍ରିଜ ଠାରେ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ୧୫ରୁ ଉର୍ଦ୍ଧ୍ୱ ଦୋକାନ ଆଖି ପିଛୁଳାକେ ନିଆଁ ଲାଗି ଜଳି ପୋଡ଼ି ପାଉଁଶ ହୋଇଯାଇଛି । ସେପଟେ ଅଗ୍ନିଶମ ବିଭାଗର ତିନୋଟି ଗାଡ଼ି ପହଞ୍ଚି ଏଠି ନିଆଁକୁ ଆୟତ୍ତ କରିବାର ପ୍ରୟାସ ଜାରି ରହିଛି । ହେଲେ ଏଯାଏଁ ନିଆଁ ଆୟତ ହୋଇପାରିନାହିଁ। ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରି ଜଳି ନଷ୍ଟ ହୋଇଥିବାର ସୂଚନା ମିଳିଛି। ତେବେ ଘଟଣା ସ୍ଥଳରେ ଟିଟିଲାଗଡ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହି ତଦାରଖ କରୁଛନ୍ତି । ତେବେ ଏହି ଓଭରର୍ବ୍ରିଜ୍ ତଳେ କିଛି ଉଠା ଦୋକାନ ସହ ଛୋଟ ବଡ଼ ଖୁଚୁରା ଓ ଥୋକ ବିକ୍ରେତାଙ୍କ ଦୋକାନ ଥିଲା। କପଡା, ଚପଲ, ଷ୍ଟେସନାରୀ, ପନିପରିବା ତେଜରାଜି ଭଳି ଦୋକାନ ଏଠି ଥିବା ବେଳେ ଏହି ଅଗ୍ନିକାଣ୍ଡରେ ସବୁ ଦୋକାନ ଓ ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡିନଥିବା ବେଳେ କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ଅଭିଯୋଗ ହେଉଛି । ସେପଟେ କ୍ଷତି ଗ୍ରସ୍ତ ହୋଇଥିବା ଦୋକାନୀ ମାନେ ଅଗ୍ନିକାଣ୍ଡର କାରଣ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ଏବଂ ଏଥିରେ ସେମାନଙ୍କ ଦୋକାନ ତଥା ଘର ଜଳି ପୋଡ଼ି ନଷ୍ଟ ହୋଇଥିବାରୁ ସରକାରୀ ସାହାଯ୍ୟ ସେମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking