40.1 C
Bhubaneswar
Monday, June 17, 2024
Homeଅପରାଧପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା : ଟିଏମସି କର୍ମଚାରୀଙ୍କୁ ହତ୍ୟା

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା : ଟିଏମସି କର୍ମଚାରୀଙ୍କୁ ହତ୍ୟା

ପଶ୍ଚିମବଙ୍ଗ : ଦେଶରେ ଚାଲିଛି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ । ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ଭୋଟିଂ। ଉତ୍ତରପ୍ରଦେଶ, ହରିୟାଣା, ପଶ୍ଚିମବଙ୍ଗ, ବିହାର, ଦିଲ୍ଲୀ, ଓଡ଼ିଶା, ଝାରଖଣ୍ଡ, ଜମ୍ମୁ-କଶ୍ମୀରରେ ମତଦାନ ଜାରି ରହିଛି। ଭୋଟିଂ ପ୍ରକ୍ରିୟା ସନ୍ଧ୍ୟା ୬ଟା ଯାଏ ଚାଲିବ। ସୁରକ୍ଷାକୁ ଦୃଷ୍ଟିରେ ରଖି ବୁଥ୍ ଉପରେ ସିସିଟିଭି କ୍ୟାମେରା ଲଗାଯାଇଛି। ଶନିବାର ସକାଳୁ ସକାଳୁ ମତଦାତାମାନେ ନିଜ ନିଜ ଅଞ୍ଚଳର ବୁଥରେ ଲମ୍ବା ଧାଡିରେ ଛିଡା ହୋଇ ଦେଉଛନ୍ତି । ଏହାରି ଭିତରେ ପଶ୍ଚିମବଙ୍ଗରେ ଭୋଟ୍ ବେଳେ ରାଜନୈତିକ କର୍ମକର୍ତ୍ତାଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗର ମେଦିନାପୁରରେ ଜଣେ ଟିଏମସି କର୍ମଚାରୀଙ୍କୁ ହତ୍ୟା କରାଯାଇଛି । ଯାହାକୁ ନେଇ ସେଠାରେ ରାଜନୈତିକ କର୍ମକର୍ତ୍ତାଙ୍କ ଭିତରେ ସଂଘର୍ଷ ଦେଖିବାକୁ ମିଳିଛି । ଏହି ହିଂସାକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଅନ୍ୟ ଜଣେ ଟିଏମସି କର୍ମକର୍ତ୍ତା ଗୁରୁତର ଆହତ ହୋଇଛନ୍ତି । ନିର୍ବାଚନ ପ୍ରତିଦ୍ବନ୍ଦିତା କାରଣରୁ ଶୁକ୍ରବାର ରାତିରେ ଏସ.କେ ମୋଇବୁଲ ନାମକ ଜଣେ ଟିଏମସି କର୍ମକର୍ତ୍ତାଙ୍କୁ ହତ୍ୟା କରାଯାଇଥିଲା । ମୃତ ବ୍ୟକ୍ତି ଜଣକ ଟିଏମଇସିର ଉପାଧ୍ୟାକ୍ଷା ଥିଲେ । ପୀଡିତାଙ୍କୁ ଲୁହା ରଡ ଓ ବାଉଁଶ ହତ୍ୟା କରାଯାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking