40.1 C
Bhubaneswar
Monday, June 17, 2024
Homeଓଡିଶାଅଧର୍ମୀଙ୍କୁ ଧୂଳି ଚଟାଯିବ : ସ୍ମୃତି ଇରାନୀ

ଅଧର୍ମୀଙ୍କୁ ଧୂଳି ଚଟାଯିବ : ସ୍ମୃତି ଇରାନୀ

ଆଳି : ଆଜି ଆଳିରେ ଆୟୋଜିତ ଜନସଭାକୁ ସମ୍ବୋଧନ କରି ସ୍ମୃତି ଇରାନୀ କହିଛନ୍ତି, ଆମେଥିରୁ ଗାନ୍ଧି ପରିବାରର ବେଡିଂ ବିସ୍ତର ଆମେ ବାନ୍ଧି ଦେଇଛୁ। ତେଣୁ କେନ୍ଦ୍ରାପଡ଼ାରୁ ବି ତାମିଲନାଡୁ ରିମୋଟ୍‌ର ବେଡିଂ ବିସ୍ତର ବାନ୍ଧି ଦିଅନ୍ତୁ। ସ୍ୱର ଏପରି ଉଚ୍ଚାରଣ କରନ୍ତୁ ଯେପରି ତାହା ସିଧା ତାମିଲନାଡୁ ରିମୋଟ୍‌ରେ ପହଞ୍ଚିଯିବ। କେନ୍ଦ୍ରାପଡ଼ା ବାସୀ ବର୍ଷ ବର୍ଷ ଧରି ମେଡିକାଲ କଲେଜ ଦାବି କରୁଥିବା ବେଳେ ତାହା କାହିଁକି ପୂରଣ ହେଉନି ବୋଲି ସେ ପ୍ରଶ୍ନ ପଚାରିଛନ୍ତି? ଏଥିସହ କହିଛନ୍ତି, ମୋଦି ଚାଷୀଙ୍କୁ ୬ ହଜାର ଦେଲେ, ହେଲେ ତାମିଲ ଠିକାଦାର ତାହାକୁ ଖାଇଗଲେ। ମୋଦି ଜଳ ଜୀବନ ମିଶନ ପାଇଁ ଟଙ୍କା ଦେଲେ, ତାମିଲ ଠିକାଦାର ନେଇଗଲେ। ଆବାସ ପାଇଁ ମୋଦି ଟଙ୍କା ଦେଲେ, ଠିକା ନେଲେ ତାମିଲନାଡୁ ରିମୋଟ୍‌ କଣ୍ଟ୍ରୋଲ। ରତ୍ନଭଣ୍ଡାର ଚାବି କାହିଁକି ହଜିଲା ସମସ୍ତେ ପ୍ରଶ୍ନ କରୁଛନ୍ତି। ଚାବି ରିପୋର୍ଟ କାହିଁକି ଚାପି ବସିଛନ୍ତି ତାମିଲ ଠିକାଦାର ବୋଲି ପ୍ରଶ୍ନ ପଚାରି ବର୍ଷିଛନ୍ତି ମନ୍ତ୍ରୀ ଇରାନୀ। ଏଥିସହ ସେ କହିଛନ୍ତି, ଆମ ସରକାର ଆସିଲେ ରିପୋର୍ଟ ସାର୍ବଜନୀନ ହେବ। ଅଧର୍ମୀଙ୍କୁ ଧୂଳି ଚଟାଯିବ ବୋଲି ବି ସେ ଚେତାବନୀ ଦେଇଛନ୍ତି। ଏଥିସହ ସେ କହିଛନ୍ତି, ଓଡ଼ିଶା ଲୋକ ଚାହାନ୍ତି, ମୋଦିଙ୍କ ଗ୍ୟାରେଣ୍ଟି। ବିଜେପି ଆସିଲେ ସୁଭଦ୍ରା ଯୋଜନାରେ ୫୦ ହଜାର ମିଳିବ । ବିକାଶର ଲକ୍ଷ୍ମୀଙ୍କୁ ଘରକୁ ଆଣିବାକୁ ଜନତାଙ୍କୁ ଆହ୍ୱାନ ଦେଇଛନ୍ତି ସ୍ମୃତି ଇରାନୀ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking