35.1 C
Bhubaneswar
Monday, June 17, 2024
Homeଓଡିଶାବର୍ଷା ଦିନ ପାଇଁ ସତର୍କତା ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ବର୍ଷା ଦିନ ପାଇଁ ସତର୍କତା ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର : ସତର୍କତା ଜାରି କଲା ସ୍ୱାସ୍ଥ୍ୟ ବିଭାଗ । ବର୍ଷା ଦିନ ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ଜାରି । ସହରାଞ୍ଚଳରେ ଜଳର ଗୁଣବତ୍ତା ପରିଚାଳନା ଏବଂ ଯୋଗାଣକୁ ଗୁରୁତ୍ଵ ଦେବା ସହିତ ଜଳବାହିତ ରୋଗକୁ ନେଇ ସତର୍କ କରାଇଛି ସ୍ୱାସ୍ଥ୍ୟ ବିଭାଗ । ବର୍ଷା ଦିନ ପୂର୍ବରୁ ଜଳର ଗୁଣବତ୍ତା ପରିଚାଳନା ସମେତ ସ୍ୱଚ୍ଛ ଜଳ ଯୋଗାଣ ଆଦିକୁ ଗୁରୁତ୍ଵ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଏହାସହିତ ଜଳ ଦ୍ଵାରା ହେଉଥିବା ରୋଗକୁ ରୋକିବା, ରୋଗର ନିୟନ୍ତ୍ରଣ ଏବଂ ପରିଚାଳନା କରିବା ପାଇଁ ବିଭିନ୍ନ ସମୟରେ ସ୍ୱାସ୍ଥ୍ୟ ବିଭାଗ ଅନେକ ପଦକ୍ଷେପ ଗ୍ରହଣ କରିଆସୁଛି । ଯେହେତୁ ଆଗକୁ ବର୍ଷା ଦିନ ଆସୁଛି ସ୍ୱଚ୍ଛ ଜଳ ଉପରେ ଅଧିକ ଗୁରୁତ୍ଵ ଦେଉଛି ବିଭାଗ । ଏନେଇ ଜିଲ୍ଲାସ୍ତରରେ ଏକ ସ୍ୱାସ୍ଥ୍ୟ ଟିମ ଗଠନ କରାଯାଇଛି ଏଥିପାଇଁ ଜିଲ୍ଲା ଏବଂ ମ୍ୟୁନିସିପାଲିଟି କର୍ପୋରେସନ୍ ପାଇଁ ପୃଥକ ଭାବରେ ୱାଟସଆପ ମାଧ୍ୟମରେ ଏକ ଟିମ୍ ଗଠନ ହେବ । ବିଶେଷ ଭାବରେ ୩୫ (ଜିଲ୍ଲା ପାଇଁ ୩୦ ଏବଂ ମ୍ୟୁନିସପାଲିଟି କର୍ପୋରେସନ୍ ପାଇଁ ୫) ୱାଟସଅପ ଗ୍ରୁପ୍ ରହିବ। ଯେତେବେଳେ କୌଣସି ଜଳ ଦ୍ଵାରା ରୋଗ ହେବା ନେଇ ଅଭିଯୋଗ ଆସିବ (ବିଶେଷ ଭାବରେ ୫ଟି ମାମଲାରୁ ଅଧିକ ଆସିଲେ) ତେବେ ଏହାକୁ ଗୁରୁତର ଭାବରେ ନିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking