28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଠକାମୀର ଶିକାର ଚାଷୀ; କମ୍ପୁଟର ଓଜନକଣ୍ଟା ରିମୋଟ ନିୟନ୍ତ୍ରଣ କରି ହେଉଛି ଠକେଇ

ଠକାମୀର ଶିକାର ଚାଷୀ; କମ୍ପୁଟର ଓଜନକଣ୍ଟା ରିମୋଟ ନିୟନ୍ତ୍ରଣ କରି ହେଉଛି ଠକେଇ

ମୟୁରଭଞ୍ଜ: ସାମ୍ନାକୁ ଆସିଛି ଅଭିନଵ ଠକେଇ। ଠକାମୀର ଶିକାର ହେଉଛି ଅସହାୟ ଚାଷୀ, ଫାଇଦାରେ ଧାନ ବେପାରୀ। ଧାନ କିଣିବା ବେଳେ କମ୍ପ୍ୟୁଟର ଓଜନ କଣ୍ଟାକୁ ରିମୋର୍ଟ ଦ୍ୱାରା ନିୟନ୍ତ୍ରଣ କରି ଓଜନରେ କମ ଦର୍ଶାଇ ଚାଷୀଙ୍କୁ ଠକୁଛି ଘରୋଇ ଧାନ ବେପାରୀ। ଯାହା ମୟୁରଭଞ୍ଜ ଜିଲ୍ଲା ସାରସକଣାବ୍ଲକ ଯୋକା ପଞ୍ଚାୟତର ଦାନାଦର ଗ୍ରାମରେ ଦେଖାଯାଇଛି। ଧାନ ଓଜନରେ ଠକେଇ କରି ଚାଷୀଙ୍କ ପାଖରେ ଧରା ପଡିଥିବାରୁ ଲଜ୍ଜାଜନକ ପରିସ୍ଥିତିରେ ପଡିଛି ଧାନ  ବେପାରୀ। ଶେଷରେ ପରିସ୍ଥିତି ନିୟନ୍ତ୍ରଣ ହରାଇବା ସହିତ ମହିଳାମାନେ ଏକ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧିଲେ ଧାନ  ବେପାରୀକୁ। ସୂଚନା ଅନୁଯାୟୀ ସେହି ଗ୍ରାମର ଚନ୍ଦ୍ର ପ୍ରସାଦ ବେହେରାଙ୍କ ଘରୁ ବେପାରୀମାନେ ଧାନ କିଣିବା ପାଇଁ ପହଞ୍ଚିଥିଲେ। କ୍ୱିଣ୍ଟାଲ ପ୍ରତି ସରକାରୀ ଦର 1850 ଟଙ୍କାଥିବା ବେଳେ ଚାଷୀଙ୍କ ଠାରୁ 13 ଶହ ଟଙ୍କାରେ ବେପାରୀ ଧାନ ନେବା ପାଇଁ ମୁଲଚାଲ ହେଲା। ଚାଷୀ ମଧ୍ୟ 20 ବସ୍ତାଧାନ ଦେବା ପାଇଁ ରାଜି ହେଲେ। ପରେ ଧାନ କମ୍ପ୍ୟୁଟର କଣ୍ଟାରେ ଓଜନ ମଧ୍ୟ ହେଲା। ମାତ୍ର ବିକ୍ରି ପୂର୍ବରୁ ପ୍ଲାଷ୍ଟିକ ଅଖାରେ ଧାନ ଓଜନ କରି ରଖିଥିଲା ଚାଷୀ, ଯାହା ବେପାରୀଙ୍କୁ ଜଣାନଥିଲା।ତେବେ କମ୍ପ୍ୟୁଟର ଓଜନ କଣ୍ଟାରେ ଗୋଟିଏ ବୁରା 73 କେଜି ହେଲା ପରେ  ଅନ୍ୟଟି ହଠାତ 63 , 53 କେଜି ହେବାରୁ ଚାଷୀଙ୍କ ସନ୍ଦେହ ବଢିଲା। ପୁଣି ଓଜନ କରିବାରୁ ଓଜନରେ ହେରଫେର ହୋଇଥିବା ଜଣାପଡିଲା। ଧାନ ବେପାରୀର ଏଭଳି ଖୋଲମଖୋଲା ଠକାମୀ ଧରାପଡି ଯିବାରୁ ପରେ ଯୋକା ଉପରବେଡାର ଧାନବେପାରୀ ରାଜିବଲୋଚନ ମହାନ୍ତ , ଖେରଣା ର ଚନ୍ଦନ ସାହୁଙ୍କୁ ପିଟାମରା କରିବା ସହିତ ଘଟଣାଟି ପ୍ରଘଟ ହୋଇ ଯାଇଥିଲା ବୋଲି ଗ୍ରାମବାସୀ କହିଛନ୍ତି ।  ଏପରିକି ଜଣେ  ଧାନବେପାରୀଙ୍କୁ ବାନ୍ଧି  ଦେଇଥିବା ଦେଖିବାକୁ ମିଳିଛି। ତେବେ ଓଜନରେ କେମିତି ହୁଏ ଠକେଇ, ଦେଖନ୍ତୁ କମ୍ପୁଟର ଓଜନକଣ୍ଟାରେ ସର୍କିଟ ଦ୍ୱାରା ଏକ ରିମୋର୍ଟରେ ସଂଯୋଗ କରାଯାଏ , ସେହି ରିମୋର୍ଟକୁ ଲୁକାୟିତ ଭାବରେ ରଖିଥାଏ ଧାନବେପାରୀ, ରିମୋର୍ଟକୁ ଏପରି ଭାବରେ ଫିଡିଙ୍ଗ କରାଯାଏ ଥରେ ରିମୋର୍ଟ ବଟମକୁ ପ୍ରେସ କଲେ 10kg, ଆଉ ଥରେ ପ୍ରେସ କଲେ 20kg ଏହି ପରି ଯେତେ ଥର ରିମୋର୍ଟ ବଟମକୁ ପ୍ରେସ କରିବେ ସେହି ହାରରେ ଓଜନ କମି କମି ଯିବ, ଚକ୍ରାନ୍ତ ଧରାପଡିଯିବାରୁ ଶେଷରେ ଗ୍ରାମବାସୀ ଓ ଚାଷୀଙ୍କୁ ଧାନବେପାରୀ କ୍ଷତିପୂରଣ ଦେବାରୁ ଗାଁ ଲୋକେ ଛାଡି ଦେଇଥିଲେ ବୋଲି  ଜଣାପଡିଛି ! ବହୁକଷ୍ଟରେ ଚାଷୀ ଧାନ ଅମଳ କରୁଥିବା ବେଳେ, ବେପାରୀମାନେ ସରକାରୀ ଧାର୍ଯ୍ୟ ମୂଲ୍ୟ ଠାରୁ କମ ମୂଲ୍ୟରେ କିଣୁ ଥିବା ବେଳେ ଓଜନ କଣ୍ଟାରେ ଠକେଇ କରୁଥିବା ଜଣାପଡିବା ପରେ ଏଘଟଣା ଉପରେ ଜିଲ୍ଲା ପ୍ରଶାସନ ନିଜ ତରଫରୁ ସମ୍ପୃକ୍ତ ବେପାରୀଙ୍କ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏଭଳି ଠକାମୀ ରୋକିବା ପାଇଁ ଉଦ୍ୟମ କରିବାର ଆବଶ୍ୟକତା ଦେଖାଦେଇଛି ବୋଲି ମତପ୍ରକାଶ ପାଉଛି। ଅନ୍ୟପଟେ ସରକାରୀ ଧାର୍ଯ୍ୟ ମୂଲ୍ୟ ଠାରୁ କମ ଦାମରେ ଚାଷୀଙ୍କ ଠାରୁ କିଣା ଯାଉଥିବା ଧାନ କୋଉଠି ବିକ୍ରି କରୁଛନ୍ତି ମଣ୍ଡି ନା ଅନ୍ୟ ରାଜ୍ୟକୁ ଚାଲାଣ କରୁଛନ୍ତି ଧାନ ବେପାରୀ ତାର ତଦନ୍ତ କରାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking