27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଆଗକୁ ଆସୁଛି ଶୀତ , ଦୂର ହେଉନି କୋରୋନା ଭୟ

ଆଗକୁ ଆସୁଛି ଶୀତ , ଦୂର ହେଉନି କୋରୋନା ଭୟ

ଯାଜପୁର : କୋରୋନାକୁ ହରାଇବାକୁ ହେଲେ ଅଧିକ ସଚେତନତାର ଆବଶ୍ୟକତା ରହିଛି । ଏଭଳି ମାନସିକତା ନେଇ କୋରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ଯାଜପୁରରେ ଗାନ୍ଧୀ ବେଶଧରି ଘୁରି ବୁଲୁଛନ୍ତି ଜଣେ ଯୁବକ ଯାହାଙ୍କ ନାମ ହେଲା ସାଇରାମ୍ ଗାନ୍ଧୀ । ସ୍ବଚ୍ଛଭାରତ ସମ୍ପର୍କରେ ଲୋକଙ୍କୁ ସଚେତନ କରି ଚର୍ଚ୍ଚାକୁ ଆସିଥିଲେ ସାଇରାମ । ନିଜକୁ ରୂପେଲି ରଙ୍ଗରେ ଆଚ୍ଛାଦିତ କରି ଗାନ୍ଧୀ ମହାତ୍ମାଙ୍କ ବେଶ ଧାରଣ କରି ଏହି ଅଭିଯାନ ଚଳାଇଛନ୍ତି ସାଇରାମ୍ । ସାଇରାମ୍ ସିଲଭର୍ ଗାନ୍ଧୀ ଭାବରେ ବେଶ୍ ପରିଚିତ । ଯାଜପୁରର ଅଧିଷ୍ଠାତ୍ରୀ ମା ବିରଜାଙ୍କ ମନ୍ଦିରରୁ କୋରୋନା ସଚେତନତା ଅଭିଯାନ ଆରମ୍ଭ କରି ବିଭିନ୍ନ ବ୍ଲକ୍ ଓ ପୌରାଞ୍ଚଳ ଗସ୍ତ କରୁଛନ୍ତି । ଲୋକଙ୍କୁ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରିବାକୁ ସଚେତନ କରୁଛନ୍ତି । ଏଭଳି ସଚେତନ କରିବା ସମୟରେ ବିଭିନ୍ନ ବ୍ୟକ୍ତିଙ୍କୁ ମାସ୍କ ମଧ୍ୟ ବାଣ୍ଟୁଛନ୍ତି । ସାଇରାମ୍ ଆଜି ବ୍ୟାସନଗର ମୁନିସିପାଲିଟି ସମେତ ଦାନଗଦୀ ଓ ରସୁଲପୁର ବ୍ଲକ୍ ଗସ୍ତ କରି କୋରୋନା ସମ୍ପର୍କରେ ସଚେତନ କରିଥିଲେ । ଗାଁ ଠୁ ସହର ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କୁ ବୁଝାଇଥିଲେ । ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିଥିଲେ । ଆଉ ଗାନ୍ଧୀଜୀଙ୍କ କଥା ମନେ ପକାଇ କୋରୋନା ବିରୋଧରେ ଲଢିବାକୁ ଖୋରାକ୍ ଦେଇଥିଲେ । ଯାତ୍ରା ସମୟରେ କେଉଁଠି ସେ କୋରୋନା ଯୋଦ୍ଧା ଭାବରେ ଅବତୀର୍ଣ୍ଣ ହୋଇଥିବା ମହିଳା ଓ ଯୁବ ସ୍ବେଚ୍ଛାସେବୀଙ୍କୁ ସାକ୍ଷାତ କରୁଛନ୍ତି ତ ଆଉ କେଉଁଠି ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ୍ ଓ ପ୍ରଶାସନିକ ଅଧିକାରୀଙ୍କୁ ଭେଟି ସାବାସି ଦେଉଛନ୍ତି । ସ୍ଲୋଗାନ ଦେଉଛନ୍ତି ହାରିବ କୋରୋନା ଜିତିବ ଓଡିଶା, ହାରିବ କୋରୋନା ଜିତିବ ଯାଜପୁର । ତାଙ୍କର ଏଭଳି ଚିନ୍ତା ଚେତନା ଓ କାର୍ଯ୍ୟଧାରା ନିକଟରେ ଆପେ ଆପେ ମୁଣ୍ଡ ନଇଁ ଯାଉଛି । ସ୍ବେଚ୍ଛାସେବୀ ଠାରୁ ଆରମ୍ଭ କରି ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ଯାଏ ସଭିଏଁ ତାଙ୍କର ଏହି ଯାତ୍ରାର ଶୁଭ ମନାସିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking