27.1 C
Bhubaneswar
Wednesday, May 8, 2024
Homeଓଡିଶାବିଶିଷ୍ଟ କଣ୍ଠଶିଳ୍ପୀ ଶକ୍ତିମିଶ୍ର ଗୁରୁତର

ବିଶିଷ୍ଟ କଣ୍ଠଶିଳ୍ପୀ ଶକ୍ତିମିଶ୍ର ଗୁରୁତର

ଭୁବନେଶ୍ୱର: ବିଶିଷ୍ଟ  ଓଡ଼ିଆ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ତାଙ୍କୁ ଏବେ ଆଇସିୟୁରେ ରଖାଯାଇଛି। ସେ ହାର୍ଟ ଓ ଲିଭର ଜନିତ ସମସ୍ୟାରେ ପୀଡ଼ିତ ଥିବା ଶକ୍ତି ମିଶ୍ରଙ୍କ ସ୍ତ୍ରୀ ସୂଚନା ଦେଇଛନ୍ତି। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି। ନବେ ଦଶକରେ ଓଡ଼ିଆ ସିନେ ଜଗତ ଓ ଆଲ୍‌ବମ୍‌ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଶକ୍ତି ମିଶ୍ର। ‘ମୋର ଭୂଗୋଳରେ ଭଲ ହେଉଥିଲା’, ‘ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା’, ‘ବୟସର ରାଜପଥରେ’, ‘ତୋର ଲମ୍ବା ବେଣୀ’ ଆଦି ବହୁ ହିଟ୍ ଗୀତ ସେ ଗାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking