32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଗିରଫର ଦିନକ ପରେ ଏନ୍‌କାଉଣ୍ଟରରେ ଟଳିଲା ଟପ୍‌ ଆତଙ୍କବାଦୀ ନଦିମ୍‌ ଅବ୍‌ରାର୍‌

ଗିରଫର ଦିନକ ପରେ ଏନ୍‌କାଉଣ୍ଟରରେ ଟଳିଲା ଟପ୍‌ ଆତଙ୍କବାଦୀ ନଦିମ୍‌ ଅବ୍‌ରାର୍‌

ଶ୍ରୀନଗର: ଗିରଫର ଦିନକ ପରେ ଟପ୍‌ ଲସ୍କର-ଇ-ତୋଇବା ଆତଙ୍କବାଦୀ ନଦିମ୍‌ ଅବ୍‌ରାର୍‌ ଏନ୍‌କାଉଣ୍ଟରରେ ନିହତ ହୋଇଛି। ଜମ୍ମୁ ଓ କାଶ୍ମୀରର ପାରିମ୍ପୋରା ଅଞ୍ଚଳରେ ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ ବେଳେ ନଦିମ୍‌ ନିହତ ହୋଇଥିବା ବେଳେ ଆଉ ଜଣେ ପାକିସ୍ତାନୀ ଆତଙ୍କବାଦୀ ମଧ୍ୟ ନିହତ ହୋଇଛି। ସେ ଅନେକ ସୁରକ୍ଷାକର୍ମୀଙ୍କ ହତ୍ୟା ମାମଲାରେ ଜଡ଼ିତ ଥିଲା। ସୋମବାର ପାରିମ୍ପୋରାରେ ଗାଡ଼ି ଚେକିଂ ବେଳେ ପୋଲିସ୍‌ ତାକୁ ଗିରଫ କରି ପଚରାଉଚରା ଚଳାଇଥିଲା। ପୋଲିସ୍‌ର ଜେରା ବେଳେ ନଦିମ ଅନେକ କିଛି ଖୁଲାସା କରିଥିଲା। ମାଲୋରା ଅଞ୍ଚଳର କେଉଁ ସ୍ଥାନରେ ସେ AK-47 ରାଇଫଲ୍‌ ଲୁଚାଇଥିଲା ଏହା ସେ ପୋଲିସ୍‌ ଆଗରେ କହିଥିଲା। ଆତଙ୍କବାଦୀମାନେ ହାଇୱେରେ ଆକ୍ରମଣର ଯୋଜନା ଚଳାଇଥିବା ନେଇ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା। ଏହାପରେ ଜମ୍ମୁ-କାଶ୍ମୀର ପୋଲିସ୍‌ ଓ ସିଆର୍‌ପିଏଫ୍‌ ଯବାନ ବିଭିନ୍ନ ଚେକ୍‌ପୋଷ୍ଟରେ କଡ଼ାକଡ଼ି ଚେକିଂ ଆରମ୍ଭ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking