28.1 C
Bhubaneswar
Saturday, April 27, 2024
Homeଓଡିଶାତ୍ରିସ୍ତରୀୟ ନିର୍ବାଚନରେ ଫ୍ୟାମିଲି ଫାଇଟ

ତ୍ରିସ୍ତରୀୟ ନିର୍ବାଚନରେ ଫ୍ୟାମିଲି ଫାଇଟ

ବଲାଙ୍ଗୀର: ରାଜନୈତିକ ଦୃଷ୍ଟିକୋଣରୁ ସମ୍ବେଦନଶୀଳ ହେଉଛି ବଲାଙ୍ଗୀର ଜିଲ୍ଲା । ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ କଂଗ୍ରେସର ବରିଷ୍ଠ ନେତା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ପରିବାରରେ ଏଥର ଫ୍ୟାମିଲି ଫାଇଟ ଦେଖିବାକୁ ମିଳିଛି । ନିର୍ବାଚନ ମଇଦାନରେ ଭାଇ ବିରୋଧରେ ଭାଇ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏପରିକି ରୋଚକ ମୋଡରେ ଦୁଇ ଯାଆଙ୍କ ଲଢେଇ ବି ରହିଛି । ନରସିଂହ ବଲାଙ୍ଗୀର ବିଧାୟକ ଥିବା ବେଳେ ଗତଥର ସାଂସଦ ପ୍ରାର୍ଥୀ ଥିଲେ ତାଙ୍କ ପୁଅ ସମରେନ୍ଦ୍ର । ଜିଲ୍ଲା କଂଗ୍ରେସ ରାଜନୀତିରେ ନରସିଂହ ପରିବାରର ବେଶ ଦବଦବା ରହିଛି । ନରସିଂହ ମିଶ୍ରଙ୍କ ଦୁଇ ଭାଇ ହେଉଛନ୍ତି ବିନାୟକ ମିଶ୍ର ଓ ବିଘ୍ନରାଜ ମିଶ୍ର । ବିନାୟକଙ୍କ ପୁଅ ହେଉଛନ୍ତି ସିଦ୍ଧାର୍ଥ ମିଶ୍ର ଓ ବିଘ୍ନରାଜଙ୍କ ପୁଅ ହେଉଛନ୍ତି ସ୍ମାରକ ମିଶ୍ର । ଦୁଇ ଭାଇ ପୁଇଁନ୍ତଳା ବ୍ଲକ ପିପିର୍ଡା ପଂଚାୟତରେ ସମିତି ସଭ୍ୟ ପଦ ପାଇଁ ମୁହାଁମୁହିଁ ହୋଇଛନ୍ତି । ଛତାମଖନା ପଂଚାୟତରେ ସିଦ୍ଧାର୍ଥ ଓ ସ୍ମାରକ ଉଭୟଙ୍କର ମା ତଥା ଦୁଇ ଯାଆ ଗୀତାଂଜଳି ମିଶ୍ର ଓ ଜ୍ୟୋତ୍ସା ମିଶ୍ର ମୁହାଁମୁହିଁ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking