26.1 C
Bhubaneswar
Friday, March 29, 2024
Homeଯୁଦ୍ଧ ଆରମ୍ଭ (ମେଜୋର କିମ୍ବା ହେଭିୱେଟ୍ ପ୍ରାର୍ଥୀ)ସୁନ୍ଦରଗଡ଼ରେ କିଏ ହାତେଇବ ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ

ସୁନ୍ଦରଗଡ଼ରେ କିଏ ହାତେଇବ ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ

ସୁନ୍ଦରଗଡ଼: ଟାଙ୍ଗରପାଲି ବ୍ଲକ ତସଲାଡିହି ବିଧାୟିକା କୁସୁମଙ୍କ ଗାଁ ହୋଇଥିବା ବେଳେ ଯୋଗେଶ ଲେଫ୍ରିପଡ଼ା ବ୍ଲକ ସର୍ଗିପାଲି ବାସିନ୍ଦା। ପୂର୍ବ ଜମିଦାରିକୁ ନେଇ ଯୋଗେଶଙ୍କ ପ୍ରଭାବ ଏହି ଅଞ୍ଚଳରେ ଅଧିକ। ଏହି କାରଣରୁ ଏ ଦୁଇ ବ୍ଲକର ଜିଲ୍ଲା ପରିଷଦ ଓ ପଞ୍ଚାୟତସମିତି ଅଧ୍ୟକ୍ଷ ଆସନ ଉଭୟ ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ। ଉଭୟ ଦଳର ଜୟ ବା ପରାଜୟ ସହ ସେମାନଙ୍କ ପତିଆରାର ସମ୍ପର୍କ ଥିବାରୁ ସୁନ୍ଦରଗଡ଼ ବ୍ଲକ୍ ପରି ଏଠାରେ ମଧ୍ୟ ଉଭୟେ ମୁହାଁମୁହିଁ। ପ୍ରଥମେ ଆସିବା ଟାଙ୍ଗରପାଲି ବ୍ଲକକୁ। ମହିଳାଙ୍କ ପାଇଁ ସଂରକ୍ଷିତ ଟାଙ୍ଗରପାଲି-୯ ‘କ’ ଜିଲ୍ଲା ପରିଷଦ ଆସନରେ ବିଜେଡିରୁ ଗେଲବତି ପଟେଲ, ବିଜେପିରୁ ପୂଜା ପଟେଲ, କଂଗ୍ରେସରୁ ଯଶୋଦା ପଟେଲ ଓ ସିପିଆଇରୁ ସୁଲୋଚନା ଭୋଇ ପ୍ରତିଦ୍ବିନ୍ଦ୍ବିତା କରୁଛନ୍ତି।

ମଙ୍ଗସପୁର, ରେମେଣ୍ଡା, ନିଆଲିପାଲି, ଯୋଗୀମାଲ, କିରିପସିରା, ଉଜ୍ବଳପୁର, ଗମ୍ଭାରୀଡିହି ପଞ୍ଚାୟତର ୨୪୩୬୦ ଭୋଟର ନିଜ ପ୍ରତିନିଧି ନିର୍ବାଚିତ କରିବେ। ଏହି ଆସନରେ ପୂର୍ବରୁ ୨୦୧୨ରେ ବିଜେଡିର ବଲ୍ଲଭୀ ନାଏକ ଓ ୨୦୧୭ରେ ବିଜେପିର ରବିରତ୍ନ କିସାନ ନିର୍ବାଚିତ ହୋଇଥିଲେ। ଚଳିତ ନିର୍ବାଚନରେ ୩ ପ୍ରମୁଖ ବିଜେଡି, ବିଜେପି ଓ କଂଗ୍ରେସ ବାଜି ମାରିବାକୁ କସରତ ଆରମ୍ଭ କରି ଦେଇଥିବା ବେଳେ ପ୍ରଥମ ଥର ପାଇଁ ସିପିଆଇ ପ୍ରାର୍ଥିନୀ ୩ ଦଳକୁ ଟକ୍କର ଦେବାକୁ ଆଗେଇ ଆସିଛି। ବିଜେଡିର ଗେଲବତୀ ପଟେଲ ରାଜନୀତିରେ ବିଜେପି ଯୁବନେତା ତଥା ଲେଫ୍ରିପଡା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଅମୀର ନାଏକ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଜୋର୍ ଲଗାଇଛନ୍ତି। ଏଥର ଦଳ ଗିରିଙ୍ଗକେଲାର ରାଜେଶ ସୋରେଙ୍ଗଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ଓ ସିପିଏମ ମଧ୍ୟ ନିଜ ନିଜର ପ୍ରାର୍ଥୀ ଛିଡ଼ା କରିଛନ୍ତି। ପ୍ରଥମେ ପାଦ ଦେଇଥିଲେ ମଧ୍ୟ ସେ ଜଣେ ଆଇନଜୀବୀ ଓ ଉଚ୍ଚ ଶିକ୍ଷିତା ଭାବେ ପରିଚିତା। ଅନ୍ୟପଟେ ଟାଙ୍ଗରପାଲି ପଞ୍ଚାୟତସମିତି ଅଧ୍ୟକ୍ଷ ଜଟିଆ ମୁଣ୍ଡା ‘କ’ ଜୋନ୍ ବାସିନ୍ଦା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking