32.1 C
Bhubaneswar
Friday, April 26, 2024
Homeଓଡିଶାଇଂଲିଶ ମିଡିୟମ ଶିକ୍ଷୟିତ୍ରୀଙ୍କ କାରନାମା ପର୍ଦ୍ଦାଫାସ.....

ଇଂଲିଶ ମିଡିୟମ ଶିକ୍ଷୟିତ୍ରୀଙ୍କ କାରନାମା ପର୍ଦ୍ଦାଫାସ…..

ବ୍ରହ୍ମପୁର: ଅନେକ ସମୟରେ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ଦୁର୍ବ୍ୟବହାରର ଶିକାର ହେଉଥିବା ଜଣାପଡିଛି । କେବେ ବିଦ୍ୟାଳୟରେ ଶିକ୍ଷକ ପିଲାମାନଙ୍କ ଦ୍ୱାରା ମାଲିସ ହେଉଛନ୍ତି ତ କେବେ ଅନ୍ୟ କୌଣସି କାମରେ ପିଲାଙ୍କୁ ନିୟୋଜିତ କରୁଥିବା ଦେଖିବାକୁ ମିଳୁଛି । ତେବେ ଏଭଳି ଏକ ଲଜ୍ଜା ଜନକ ଗଟଣା ବ୍ରହ୍ମପୁରରେ ଦେଖିବାକୁ ମିଳିଛି । ଯେଉଁ ଘଟଣା ବିଷୟରେ ଆପଣ ଜାଣିଲେ ମଧ୍ୟ ସହଜରେ ବିଶ୍ୱାସ କରିପାରିବେ ନାହିଁ । ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲର ଶିକ୍ଷୟତ୍ରୀ ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କ ପ୍ୟାଣ୍ଟ ଖୋଲି ନେଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ , ଗତକାଲି ଶନିବାର ଥିବାରୁ ପ୍ରଥମ ଶ୍ରେଣୀରେ ପଢୁଥିବା ଛାତ୍ରୀ ଜଣକ ସ୍କୁଲ ୟୁନିଫର୍ମ ପିନ୍ଧିନଥିବାରୁ ଶ୍ରେଣୀଗୃହରେ ସମସ୍ତ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଛାତ୍ରୀଙ୍କୁ ଉଲଗ୍ନ କରିଛନ୍ତି ଶିକ୍ଷୟିତ୍ରୀ । ଏହି ଘଟଣା ବ୍ରହ୍ମପୁର ଏକ ଇଂଲିଶ ମିଡିୟମ୍ ସ୍କୁଲର । ଏକ ଇଂଲିଶ ମିଡିୟମ୍ ସ୍କୁଲରେ ପ୍ରତ୍ୟେକ ଶନିବାର ଧଳା ରଙ୍ଗର ୟୁନିଫର୍ମ ପିନ୍ଧିବାର ନିୟମ ରହିଛି । ହେଲେ ଛାତ୍ରୀ ଜଣକ ଧଳା ରଙ୍ଗର ଫ୍ରକ ପିନ୍ଧିଥିବା ବେଳେ ଏକ କଳାରଙ୍ଗର ଲେଗିଙ୍ଗସ୍ ପ୍ୟାଣ୍ଟ ପିନ୍ଧିଥିଲା । ସ୍କୁଲର ଶିକ୍ଷୟିତ୍ରୀ ଛାତ୍ରୀର କଳା ଲେଗିଙ୍ଗସ୍ ପ୍ୟାଣ୍ଟକୁ ଖୋଲି ନେଇଥିଲେ । ସେ ଛାତ୍ରୀଙ୍କୁ ତାଗିଦ୍ କରିଥିଲେ । ଛାତ୍ରୀ ଜଣକ ପ୍ରଥମ ଶ୍ରେଣୀରେ ପାଠ ପଢୁଥିବା ଜଣାପଡିଛି ।
ଶିକ୍ଷୟିତ୍ରୀ ଲେଗିଙ୍ଗସ୍ ଖୋଲି ନେଇଯିବା ନେଇ ଛାତ୍ରୀ ଜଣକ ମାନସିକ ଭାବେ ଆଘାତ ପାଇଥିଲେ । ପରେ କାନ୍ଦି କାନ୍ଦି ବାପାଙ୍କୁ ପୂରା ଘଟଣା କହିଥିଲେ । ଏକଥା ଶୁଣିବା ପରେ ଛାତ୍ରୀଙ୍କ ବାପା ଉତକ୍ଷିପ୍ତ ହୋଇ ଘଟଣା ସମ୍ପର୍କରେ ଅଧ୍ୟକ୍ଷଙ୍କ ପାଖରେ ଅଭିଯୋଗ କରିଥିଲେ । ତା’ପରେ ଛାତ୍ରୀଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଘଟଣାକୁ ଗୁରୁତର ସହ ନେଇ ଲେଗିଙ୍ଗସ ଖୋଲିଥିବା ଶିକ୍ଷୟିତ୍ରୀ ଓ ଅଧ୍ୟକ୍ଷଙ୍କୁ ଥାନାକୁ ଡାକି ଜେରା କରିଥିଲା । ସ୍କୁଲର ଶିକ୍ଷୟିତ୍ରୀ ଓ ଅଧ୍ୟକ୍ଷ ଘଟଣାକୁ ମଧ୍ୟ ସ୍ୱୀକାର କରିବା ସହିତ ଏପରି କେବେ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏପରିକି ସେମାନେ ପୁଲିସ ପାଖରେ ସ୍ୱୀକାରନାମା ଲେଖି ଦେଇଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ଜାଣିବା ପରେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଥିଲେ ଅଭିଭାବକ । ଏହାପରେ ସ୍କୁଲରେ ଉତ୍ତେଜନା ଦେଖାଦେଇଥିଲା । ଶିକ୍ଷୟିତ୍ରୀଙ୍କ ଉପରେ ଅସନ୍ତୋଷ ଜାହିର କରିଥିଲେ ଅଭିଭାବକ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking