28.1 C
Bhubaneswar
Saturday, April 27, 2024
Homeଓଡିଶାଖୋଲିଲା ଏକାମ୍ର ହାଟ : ହେବ ନାହିଁ ଏକାମ୍ର ସଂସ୍କୃତି ସନ୍ଧ୍ୟା

ଖୋଲିଲା ଏକାମ୍ର ହାଟ : ହେବ ନାହିଁ ଏକାମ୍ର ସଂସ୍କୃତି ସନ୍ଧ୍ୟା

ଭୁବନେଶ୍ୱର: କରୋନା କଟକଣା ତଥା ନବୀକରଣ ପାଇଁ ଗତ ୧ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବନ୍ଦ ଥିବା ଏକାମ୍ର ହାଟକୁ ବିଧିବଦ୍ଧ ଭାବେ ଶନିବାର ଖୋଲା ଯାଇଛି । ଅନ୍ୟପଟେ ଏକାମ୍ର ହାଟର ନବୀକରଣ ଉଦ୍‌ଘାଟନ ସହ ପ୍ରତି ସନ୍ଧ୍ୟାରେ ପର୍ଯ୍ୟଟକଙ୍କ ପାଇଁ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଏକାମ୍ର ସଂସ୍କୃତି ସନ୍ଧ୍ୟା’ ବାତିଲ କରିଦିଆଯାଇଛି । ଲଗାତର ଭାବେ ଗତ ସେପ୍ଟେମ୍ବର ୧୪ ତାରିଖ ଏବଂ ୨୮ ତାରିଖରେ ସଂସ୍କୃତି ସନ୍ଧ୍ୟା ଶୁଭାରମ୍ଭ ନେଇ ସଂସ୍କୃତି ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ôଚବା ସହ ଏଥିରେ ବିଭାଗମାନଙ୍କୁ କାର୍ଯ୍ୟଭାର ମଧ୍ୟ ବଣ୍ଟନ କରାଯାଇଥିଲା ।

ଏପରିକି ଶୁଭାରମ୍ଭ ପୂର୍ବଦିନ ଅକ୍ଟୋବର ୧ରେ ଲୋଗୋ ଉନ୍ମୋଚନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ତେବେ କରୋନା ସହକ୍ରମଣକୁ ଦୃଷ୍ଟିରେ ରଖି ଶେଷ ମୁହୂର୍ତ୍ତରେ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଥିଲା । ସୂଚନା ଥାଉ କି, ହାଟକୁ ‘ଏକାମ୍ର କୁଟୀର’ ଓ ‘ଏକାମ୍ର ବଜାର’ ଭାବେ ଦୁଇଟି ଜୋନ୍‌ରେ ବିଭକ୍ତ କରାଯାଇଛି । ଏକାମ୍ର କୁଟୀରରେ ୮ଟି କଳା ପ୍ରଦର୍ଶନ ଷ୍ଟଲ ସହିତ ୫୦ଟି ଷ୍ଟଲ ରହିଥିବାବେଳେ ଏକ ଖୋଲା ଜାଗା ପରିବେଷ୍ଟିତ ‘ଏକାମ୍ର ବଜାର’ରେ ୩୩ଟି ଷ୍ଟଲ ରହିଛି । ସମୁଦାୟ ୮୩ଟି ଷ୍ଟଲ ମଧ୍ୟରୁ ୫୬ଟି ହସ୍ତଶିଳ୍ପ ପାଇଁ ଓ ୨୭ଟି ହସ୍ତତନ୍ତ ପାଇଁ ଉଦ୍ଦିଷ୍ଟ ଅଛି । ପରିଦର୍ଶକମାନେ ହସ୍ତଶିଳ୍ପୀ ଓ ବୁଣାକାରମାନଙ୍କଦ୍ୱାରା ହସ୍ତଶିଳ୍ପ ତଥା ହସ୍ତତନ୍ତର ପ୍ରତ୍ୟକ୍ଷ ପ୍ରଦର୍ଶନ କରିିପାରିବେ । ଏହାଦ୍ୱାରା ସେମାନେ ଓଡ଼ିଶାର ହସ୍ତଶିଳ୍ପ ତଥା ହସ୍ତତନ୍ତର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରି ପାରିବେ । ହାଟରେ ବୟନିକା, ଅମ୍ଳାନ, ସମ୍ବଲପୁରୀ ବସ୍ତ୍ରାଳୟ ଓ ଉତ୍କଳିକା ସଂସ୍ଥାମାନଙ୍କ ଷ୍ଟଲ ଖୋଲାଯାଇଛି ।

ଏହାବ୍ୟତୀତ ହାଟରେ ୧୦ଟି ସ୍ୱତନ୍ତ୍ର ଜଳପାନ ଷ୍ଟଲ ବ୍ୟବସ୍ଥା କରାଯାଇଛି । ଏହି ଷ୍ଟଲଗୁଡିକରେ ପାରମ୍ପରିକ ଓଡ଼ିଆ ଖାଦ୍ୟ ସହିତ ଭାରତର ଅନ୍ୟାନ୍ୟ ପ୍ରାନ୍ତର ସୁସ୍ୱାଦୁ ଖାଦ୍ୟମାନ ଗୋଟିଏ ଛାତ ତଳେ ଉପଲବ୍ଧ ହୋଇ ପାରିବ । ପରିଦର୍ଶକ, କ୍ରେତାମାନଙ୍କ ସୁବିଧା ନିମନ୍ତେ ହାଟ ପରିସରରେ ସମ୍ମିଳନୀ କକ୍ଷ, ମୁକ୍ତାକାଶ ମଞ୍ଚ, ଏଟିଏମ୍‌, ପାର୍କିଂ ସ୍ଥଳ ଓ କିଓସ୍କ ଆଦିର ସୁବିଧା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking