31.1 C
Bhubaneswar
Tuesday, May 7, 2024
Homeଓଡିଶାଭିଜାଇବ କାଳବୈଶାଖୀ ବର୍ଷା : ଆଜି ୧୪ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ

ଭିଜାଇବ କାଳବୈଶାଖୀ ବର୍ଷା : ଆଜି ୧୪ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଅପସାରିତ ହେବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଉତ୍ତର-ପଶ୍ଚିମ ଦିଗ ପଟୁ ଏହି ପ୍ରକ୍ରିୟା ଆରମ୍ଭ ହେବା ସମ୍ଭାବନା ଥିବାବେଳେ ଆସନ୍ତା ୬ରୁ ୨୦ ତାରିଖ ଯାଏ ଏହା ଜାରି ରହିବା ନେଇ ପାଣିପାଗର ବିଭିନ୍ନ ମଡେଲରୁ ପ୍ରକାଶ ପାଇଛି । ରାଜସ୍ଥାନ ଦେଇ ମୌସୁମୀ ବାୟୁ ଚଳିତବର୍ଷା ବିଦାୟ ନେବ । ହେଲେ ତା ପୂର୍ବରୁ ଓଡ଼ିଶାକୁ ଭିଜାଇବ କାଳବୈଶାଖୀ ବର୍ଷା । ବାୟୁମଣ୍ଡଳରେ ଲମ୍ବିଥିବା ନିମ୍ନଚାପରେଖା ପ୍ରଭାବରେ ଆସନ୍ତାକାଲି ଓ ସୋମବାର ରାଜ୍ୟର ଏକାଧିକ ଜିଲ୍ଳାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ୱାସ କହିଛନ୍ତି । ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, ନୟାଗଡ଼, କଟକ, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଳାକୁ କାଳବୈଶାଖୀ ନେଇ ସତର୍କ କରାଯାଇଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ବାକି ଜିଲ୍ଲାଗୁଡ଼ିକର ସ୍ଥାନେ ସ୍ଥାନେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ସତର୍କ କରାଇଛି ।

ସୂଚନାଥାଉ କି, ବର୍ତ୍ତମାନ ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି । ୬ ଅକ୍ଟୋବର ଆଡ଼କୁ ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଏଥିସହ ଅକ୍ଟୋବର ୨୦ ସୁଦ୍ଧା ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେଇପାରେ ବୋଲି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି । ସାଧାରଣ ଭାବେ ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ ଫେରିଯିବାର ୪୫ ଦିନ ପରେ ଓଡ଼ିଶାରୁ ମୌସୁମୀ ବିଦାୟ ନେଇଥାଏ । ଏଣୁ ଆହୁରି ଦେଢ଼ ମାସ ପର୍ଯ୍ୟନ୍ତ ରାଜ୍ୟରେ ମୌସୁମୀ ସକ୍ରିୟ ରହିବାର ସମ୍ଭାବନା ରହିଛି । ଅର୍ଥାତ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ବିଳମ୍ବରେ ଆରମ୍ଭ ହେଲେ ବି ତ୍ୱରିତ ବେଗରେ ଏହି ପ୍ରକ୍ରିୟା ଶେଷ ହୋଇପାରେ ଏବଂ ଆଉ ୪୫ ଦିନ ସମୟ ନ ନେଇ ୧୫ ଦିନ ଭିତରେ ବି ମୌସୁମୀ ଓଡ଼ିଶା ଛାଡ଼ିପାରେ ବୋଲି ବିଶେଷଜ୍ଞ ଶ୍ରୀ ଦାସ କହିଛନ୍ତି । ଅନ୍ୟପଟେ ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ଥିବା ଯୋଗୁଁ ବିଭିନ୍ନ ଜିଲ୍ଲାରେ ଅଳ୍ପ ବହୁତ ବର୍ଷା ଜାରି ରହିବ । ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି ।

ବିଶେଷ କରି ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୫ ଅକ୍ଟୋବର ଆଡ଼କୁ ବିଜୁଳି, ଘଡ଼ଘଡ଼ି ସହ ବର୍ଷାର ପରିମାଣ କମିବ ବୋଲି ଶ୍ରୀ ଦାସ କହିଛନ୍ତି । ଅକ୍ଟୋବର ମାସର ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ୯.୯ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକଠାରୁ ୮% ନିଅଣ୍ଟ ଥିବାବେଳେ ୫ ଜିଲ୍ଲାରେ ମୂଳରୁ ବର୍ଷା ହୋଇନାହିଁ । ୧୨ ଜିଲ୍ଲାରେ ଅଭାବୀ ବର୍ଷା ରେକର୍ଡ ହୋଇଥିବାବେଳେ ୨ ଜିଲ୍ଲାରେ ସାମାନ୍ୟ ଅଭାବୀ, ୨ ଜିଲ୍ଲାରେ ସ୍ୱାଭାବିକ, ୨ ଜିଲ୍ଲାରେ ସ୍ୱାଭାବିକରୁ ସାମାନ୍ୟ ଅଧିକ ଏବଂ ୬ ଜିଲ୍ଲାରେ ଆବଶ୍ୟକଠାରୁ ଅଧିକ ବର୍ଷା ରେକର୍ହ ହୋଇଛି । ଉତ୍ତର-ପଶ୍ଚିମ ସଲଂଗ୍ନ ଓଡ଼ିଶାରେ ଲଘୁଚାପ ପ୍ରଭାବରେ ବର୍ଷା ଜାରି ଥିବାବେଳେ ପଶ୍ଚିମ ସୀମାନ୍ତର ସମସ୍ତ ଜିଲ୍ଲାରେ ଅଧିକ ପରିମାଣର ବର୍ଷା ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ସେପଟେ ଆସନ୍ତା ୭ ତାରିଖବେଳକୁ ମିଆଁମାର ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ୮ ତାରିଖବେଳକୁ ବଙ୍ଗୋପସାଗରରେ ପହଞ୍ଚିବ । ହେଲେ ଏହା ବିଶେଷ ଘନୀଭୂତ ହେବା ସମ୍ଭାବନା କମ୍ ରହିଛି । କିନ୍ତୁ ଆସନ୍ତା ୧୧ ତାରିଖବେଳକୁ ଓଡ଼ିଶାରେ ଏହାର ପ୍ରଭାବ ଆରମ୍ଭ ହେବ । ୧୨ ଓ ୧୩ରେ ପ୍ରଭାବ ଅଧିକ ରହିବ । ମାତ୍ର ବିଶେଷ ବର୍ଷା ସମ୍ଭାବନା କମ୍ । ଏହାପରେ ପୁଣି ୧୫ କିମ୍ବା ୧୬ ତାରିଖବେଳକୁ ମିଆଁମାରର ଦକ୍ଷିଣ ଉପକୂଳ ପଟୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking