28.1 C
Bhubaneswar
Saturday, April 27, 2024
Homeପଶ୍ଚିମବଙ୍ଗ ନିର୍ବାଚନଭବାନୀପୁର ଉପନିର୍ବାଚନ : ତୃତୀୟ ରାଉଣ୍ଡ ଗଣତି ଶେଷ, ମମତା ୪୬୦୦ ଭୋଟରେ ଆଗୁଆ

ଭବାନୀପୁର ଉପନିର୍ବାଚନ : ତୃତୀୟ ରାଉଣ୍ଡ ଗଣତି ଶେଷ, ମମତା ୪୬୦୦ ଭୋଟରେ ଆଗୁଆ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ଭବାନୀପୁର ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଗ୍ୟ ପରୀକ୍ଷା ହେବ । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ଏହି ଆସନରେ ମମତା ଓ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବରୱେଲଙ୍କ ମଧ୍ୟରେ ଲଢ଼େଇ ହେଉଛି । କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ଆରମ୍ଭ ହୋଇଛି । ତେବେ ତୃତୀୟ ରାଉଣ୍ଡ ଭୋଟ ଗଣତି ସମାପ୍ତି ହୋଇଛି । ମମତା ବର୍ତ୍ତମାନ ସୁଦ୍ଧା ୪୬୦୦ ଭୋଟରେ ଆଗୁଆ ରହିଥିବା ଜଣାପଡ଼ିଛି । ସେହିପରି, ପ୍ରଥମ ପର୍ଯ୍ୟାୟ ଗଣନା ପରେ ଜଙ୍ଗିପୁର ଆସନରେ ମଧ୍ୟ ‘ତୃଣମୂଳ କଂଗ୍ରେସ’ ୪,୫୪୨ ଖଣ୍ଡ ଭୋଟ୍‌ରେ ଆଗୁଆ ରହିଛି। ସେଠାରେ ‘ବିଜେପି’ ୨,୮୨୫ ‌ଭୋଟ୍‌ ପାଇ ଦ୍ବିତୀୟ, ୨୫୫ ଭୋଟ୍‌ ପାଇ ‘ଆର୍‌ଏସ୍‌ପି’ ତୃତୀୟ ସ୍ଥାନରେ ରହିଛି। ‘ପୋଷ୍ଟାଲ୍‌ ବାଲଟ୍‌’ ଗଣନା ପରେ ‘ତୃଣମୂଳ କଂଗ୍ରେସ୍‌’ ପ୍ରାର୍ଥୀ ଜାକିର ହୋସେନ୍‌ ୧,୭୧୭ ଖଣ୍ଡ ଭୋଟ୍‌ରେ ଆଗୁଆ ଥିଲେ। ରାଜ୍ୟର ତିନୋଟି ବିଧାନସଭା ଆସନ ଯଥା:- ଭବାନୀପୁର, ସାମଶେରଗଞ୍ଜ ଏବଂ ଜଙ୍ଗିପୁରରେ ଉପନିର୍ବାଚନରେ ଏପର୍ଯ୍ୟନ୍ତ ‘ତୃଣମୂଳ କଂଗ୍ରେସ’ ଅଗ୍ରଣୀ ଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking