26.1 C
Bhubaneswar
Wednesday, May 8, 2024
Homeଓଡିଶାଅଭୟକାନ୍ତ ପାଠକଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ଅଭୟକାନ୍ତ ପାଠକଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ଭୁବନେଶ୍ୱର: ପୂର୍ବତନ ଆଇଏଫ୍‌ଏସ୍ ଅଭୟକାନ୍ତ ପାଠକଙ୍କ ୬୬ ଲକ୍ଷ ଟଙ୍କାର ସଂପତ୍ତି ଆଟାଚ୍ କଲା ଇଡି । ପ୍ରିଭେନସନ୍ ଅଫ୍ ମନିଲଣ୍ଡରିଂ ଆଇନ୍ ବଳରେ ଇଡି ସମ୍ପତ୍ତି ଆଟାଚ୍ କରିଛି । ଆୟବହିର୍ଭୂତ ସମ୍ପତ୍ତି ଓ ଚାକିରି କରାଇ ଦେବା ନାଁରେ ଅର୍ଥ କାରବାର ମାମଲାର ତଦନ୍ତ ଏବେବି ଜାରି ରଖିଛି ଇଡି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଅଭୟକାନ୍ତ ପାଠକ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଥିବା ୯ କୋଟି ୩୫ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଥିଲା କଟକ ଭିଜିଲାନ୍ସ ସେଲ୍ । ଏହି ମାମଲାକୁ ନେଇ ତଦନ୍ତ କରୁଥିଲା ଇଡି ।

ନିକଟରେ ପୁଅ ଆକାଶ ପାଠକଙ୍କ ଦାମୀ ବିଏମ୍‌ଡବ୍ଲୁ କାରକୁ ଜବତ କରିଥିଲା ଇଡି । ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ପ୍ରଥମେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ ସେତେବେଳେ ଗିରଫ୍ ହୋଇଥିଲେ । ପରେ ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking