31.1 C
Bhubaneswar
Tuesday, May 7, 2024
Homeସ୍ୱାସ୍ଥ୍ୟଶର୍କରା ଯୁକ୍ତ ଖାଦ୍ୟ ବଢାଇପାରେ ଅନ୍ତଃସ୍ଥଳୀ ରୋଗ ସମସ୍ୟା

ଶର୍କରା ଯୁକ୍ତ ଖାଦ୍ୟ ବଢାଇପାରେ ଅନ୍ତଃସ୍ଥଳୀ ରୋଗ ସମସ୍ୟା

ଭୁବନେଶ୍ୱର: ଉଚ୍ଚ ଶର୍କରା ଯୁକ୍ତ ଖାଦ୍ୟ ଅନ୍ତଃନଳୀ ସମସ୍ୟା, ବିଶେଷତଃ ପ୍ରଦାହ ଜନିତ ଅନ୍ତଃସ୍ଥଳୀ ରୋଗର ସମସ୍ୟାକୁ ବୃଦ୍ଧି କରିପାରେ । ଜର୍ନାଲ୍ ସେଲୁଲାର୍ ଏବଂ ମଲିକୁଲାର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ ହେପାଟୋଲୋଜିରେ ପ୍ରକାଶିତ ଏକ ଅନୁସନ୍ଧାନ ବା ଅଧ୍ୟୟନରୁ ଏହା ଜଣାପଡିଛି । ଅଧିକ ଶର୍କରା ଯୁକ୍ତ ଖାଦ୍ୟ ପ୍ରଦାହ ଜନିତ ଅନ୍ତଃସ୍ଥଳୀ ରୋଗ ଆଶଙ୍କାକୁ ବୃଦ୍ଧି କରିଥାଏ । ଗବେଷକମାନେ ପିଟ୍ସବର୍ଗ ବିଶ୍ୱବିଦ୍ୟାଳୟର ମାଉସ୍ ମଡେଲ ଉପରେ ହୋଇଥିବା ଏକ ଅଧ୍ୟୟନରେ ଏହା ନିଶ୍ଚିତ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ଶର୍କରାର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ବିଷୟରେ ଅନେକ ଗବେଷଣା କରାଯାଥିଲା । ତେବେ ପ୍ରାୟ ଗବେଷଣାରେ ଜଣାପଡିଥିଲା ଯେ, ଶର୍କରା ଶରୀର ଉପରେ କୁପ୍ରଭାବ ପକାଇଥାଏ । ଏଥି ସହିତ ଡାକ୍ତରମାନେ ଏହା ମଧ୍ୟ କହିଛନ୍ତି ଯେ ଅଧିକ ଶର୍କରା ଯୁକ୍ତ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ସବୁ କ୍ଷେତ୍ରରେ କ୍ଷତିକାରକ ଅଟେ ।

ଉଲ୍ଲେଖନୀୟ ବିଷୟ ହେଉଛି, ଅଧିକ ଶର୍କରା ଯୁକ୍ତ ଖାଦ୍ୟ ଶରୀରରେ ପ୍ରଦାହ ବୃଦ୍ଧି ହେବାର ଅନ୍ୟତମ କାରଣ ଭାବରେ ବିବେଚନା କରାଯାଏ । ଏହା ସହିତ ମେଦବହୁଳତା, ବୃକକ୍ ରୋଗ ଏବଂ ହୃଦ୍ରୋଗ ଭଳି ଅନେକ ଗୁରୁତର ସମସ୍ୟା ହେବାର ମଧ୍ୟ ଆଶଙ୍କା କରାଯାଇଥାଏ । ଏଭଳି ପରିସ୍ଥିତିରେ ପ୍ରଦାହ ଜନିତ ଅନ୍ତଃସ୍ଥଳୀ ରୋଗର ସମସ୍ୟାକୁ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ପ୍ରଦାହ ଜନିତ ଅନ୍ତଃସ୍ଥଳୀ ରୋଗ ହେଉଛି ଅନ୍ତନଳୀ ସମସ୍ୟା । ଯାହାକି ଅନ୍ତନଳୀରେ ସମସ୍ୟା କରିଥାଏ । ଯେତେବେଳେ ଏହି ସମସ୍ୟା ବଢେ ତେବେ ପେଟ ଏବଂ ଅନ୍ତନଳୀରେ ସମସ୍ୟା ହୋଇଥାଏ । କ୍ରୋନ୍ ରୋଗ ଏବଂ ଅଲସରାଟିଭ କୋଲାଇଟିସ୍ ମଧ୍ୟ ଏହି ପ୍ରକାରର ରୋଗ ଅଟେ । ତେବେ ପ୍ରକାଶିତ ତଥ୍ୟ ଅନୁସାରେ, ବିଶ୍ୱରେ ୬ ମିଲିୟନରୁ ଅଧିକ ଲୋକ ଏହି ସମସ୍ୟାର ଶିକାର ହେଉଛନ୍ତି । ଆମର ହଜମ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଅନ୍ତନଳୀ ।

ଏପରି ପରିସ୍ଥିତିରେ, ଆଇବିଡିର ବିପଦ ବୃଦ୍ଧି କିମ୍ବା ହ୍ରାସ କରିବା ଏବଂ ଏହାର ଲକ୍ଷଣ ହ୍ରାସ କିମ୍ବା ବୃଦ୍ଧି କରିବାରେ ଡାଏଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଉଲ୍ଲେଖନୀୟ କଥା ହେଉଛି, ଆଇବିଡିର ଲକ୍ଷଣ ବୃଦ୍ଧି ଏବଂ ହ୍ରାସ କରିବାରେ ଖାଦ୍ୟର ଭୂମିକା ବିଷୟରେ ପୂର୍ବରୁ ଅନେକ ଗବେଷଣା କରାଯାଇଛି । ସେଥିମଧ୍ୟରୁ କେତେକ ପ୍ରଦାହ ଜନିତ ଅନ୍ତ ରୋଗର ବିକାଶରେ ଶର୍କରା ଯୁକ୍ତ ଖାଦ୍ୟର ବିପଦ ବିଷୟରେ ଉଲ୍ଲେଖ କରାଯାଇଛି । ତେବେ ଏହାକୁ ସତ୍ୟ ପ୍ରମାଣ କରିବା ପାଇଁ ପିଟ୍ସବର୍ଗ ବିଶ୍ୱବିଦ୍ୟାଳୟର ଗବେଷକମାନେ ଔଷଧ ଉପରେ ଏହି ଗବେଷଣା କରିଛନ୍ତି । ସେଲୁଲାର୍ ଏବଂ ମଲିକୁଲାର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ ହେପାଟୋଲୋଜି ପତ୍ରିକାରେ ପ୍ରକାଶିତ ଅଧ୍ୟୟନର ବରିଷ୍ଠ ଲେଖକ ତଥା ପିଟ୍ସ୍ୱର୍ଗ ବିଶ୍ୱବିଦ୍ୟାଳୟର ପିପିସବର୍ଗର ୟୁପିଏମସି ଶିଶୁ ହସପିଟାଲର ପ୍ରଫେସର ତଥା ଇମ୍ୟୁନୋଲୋଜିର ଆସୋସିଏଟ୍ ପ୍ରଫେସର ଡକ୍ଟର ଟିମ୍ ହ୍ୟାଣ୍ଡ୍ ମେଡିକାଲ୍ ଏକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଆଇବିଡି ସହ ଶର୍କରାର ପ୍ରଭାବକୁ ନେଇ ଗବେଷଣା କରାଯାଇଥିଲା ।

ତେବେ ମୂଷାଙ୍କ କ୍ଷେତ୍ରରେ ଏହି ପରୀକ୍ଷଣ କରାଯାଇଥିଲା । ଜଣକୁ ଅଧିକ ଶର୍କରା ଏବଂ ଅନ୍ୟ ଜଣକୁ ଆବଶ୍ୟକତା ଅନୁସାରେ ଶର୍କରା ପ୍ରଦାନ କରାଯାଇଥିଲା । ଏହି ଦୁଇଟି ଗୋଷ୍ଠୀରେ, ଆଇବିଡି ପରି ପ୍ରଭାବ ଦେଖିବା ପାଇଁ ସେମାନଙ୍କ ଉପରେ ରାସାୟନିକ ଚିକିତ୍ସା ମଧ୍ୟ କରାଯାଇଥିଲା । ୧୪ ଦିନ ଧରି ଚାଲିଥିବା ଏହି ପରୀକ୍ଷଣରେ, ଉଚ୍ଚ ଶର୍କରା ଯୁକ୍ତ ଖାଦ୍ୟ ଖାଇଥିବା ଗୋଷ୍ଠୀର ସମସ୍ତ ମୂଷା ନଅ ଦିନ ମଧ୍ୟରେ ମରିଯାଇଥିଲେ । ଅନ୍ୟପକ୍ଷରେ, ଯେଉଁ ଗୋଷ୍ଠୀକୁ ମାନକ ଶର୍କରା ଡାଏଟ୍ ଦିଆଯାଇଥିଲା, ସମସ୍ତେ ୧୪ ଦିନ ବଞ୍ଚିଥିଲେ । ପରୀକ୍ଷଣ ସମାପ୍ତ ହେବା ପରେ, ଯେତେବେଳେ ଅନୁସନ୍ଧାନକାରୀମାନେ ମୂଷାଙ୍କ କୋଲ୍‌ଡ୍ରିକ୍ସକୁ ଯାଞ୍ଚ କଲେ, ଯେଉଁଥିରେ ଉଚ୍ଚ ଶର୍କରା ଯୁକ୍ତ ଖାଦ୍ୟ ଖାଇଥିଲେ, ସେମାନଙ୍କ ଅନ୍ତସ୍ଥଳୀରେ ଗଭୀର ପ୍ରଭାବ ପଡିଥିବା ଜାଣିବାକୁ ପାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking