29.1 C
Bhubaneswar
Tuesday, May 7, 2024
Homeଅପରାଧପରକୀୟା ପ୍ରୀତିର କରୁଣ ପରିଣତି; ସ୍ତ୍ରୀକୁ ଚାରି ମହଲା ଛାତରୁ ଫିଙ୍ଗିଦେଲା ସ୍ୱାମୀ

ପରକୀୟା ପ୍ରୀତିର କରୁଣ ପରିଣତି; ସ୍ତ୍ରୀକୁ ଚାରି ମହଲା ଛାତରୁ ଫିଙ୍ଗିଦେଲା ସ୍ୱାମୀ

ଗାନ୍ଧୀନଗର: ପରକୀୟାପ୍ରୀତିର କରୁଣ ପରିଣତି । ସ୍ତ୍ରୀକୁ ହତ୍ୟା କରି ଚାରି ମହଲା ଛାତରୁ ଫିଙ୍ଗିଦେଲା ସ୍ୱାମୀ । ଗୁଜୁରାଟ ସୁରଟ ସ୍ଥିତ ଲାସକାନାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ମହିଳା ଜଣକ ହେଉଛନ୍ତି ରାଜକୁମାରୀ । ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି । ସୂଚନା ଅନୁଯାୟୀ, ସୁରତ ସହରର ଲାସକାନା ସ୍ଥିତ ହୀରାନଗର ଅଞ୍ଚଳ ବାସିନ୍ଦା ୨୯ ବର୍ଷୀୟ ରମେଶ କୋଲ ଓଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ । ଘରେ ତାଙ୍କର ଦୁଇଟି ସନ୍ତାନ ଏବଂ ସ୍ତ୍ରୀ’ ଥିଲେ ।

ରମେଶଙ୍କ ସ୍ତ୍ରୀ’ ରାଜକୁମାରୀ ଉକ୍ତ ଅଞ୍ଚଳରେ ରହୁଥିବା ଜଣେ ଟ୍ରକ ଚାଳକ ସହ ଅନୈକିତ ସମ୍ପର୍କ ଥିଲା । ଏହି ଘଟଣା ରମେଶ ଜାଣିବାକୁ ପାଇଥିଲେ । ଏନେଇ ସେ ତାଙ୍କ ସ୍ତ୍ରୀ’କୁ ବିରୋଧ ମଧ୍ୟ କରିଥିଲେ । ପରକୀୟା ସମ୍ପର୍କକୁ ନେଇ ଅନେକ ସମୟରେ ସେମାନଙ୍କ ମଧ୍ୟରେ ଝଗଡ଼ା ଏବଂ ମାରପିଟ୍ ହୁଏ । ଏହାପରେ ମଧ୍ୟ ରାଜକୁମାରୀ ଉକ୍ତ ବ୍ୟକ୍ତି ସହ ସମ୍ପର୍କ ଜାରି ରଖିଥିଲେ । ସ୍ତ୍ରୀର ଗତିବିଧି ଉପରେ ନଜର ରଖୁଥିଲେ ରମେଶ । ଶନିବାର ରାତି ରାଜକୁମାରୀ ଟ୍ରକ୍ ଚାଳକଙ୍କ ସହ ଫୋନ୍ ଯୋଗେ କଥା ହେବାବେଳେ ରମେଶଙ୍କ ହାବୁଡରେ ପଡ଼ିଥିଲେ । ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଲା । ଏଥିରେ ଉତ୍ୟକ୍ତ ହୋଇ ଅଭିଯୁକ୍ତ ସ୍ୱାମୀ ରାଜକୁମାରୀଙ୍କୁ ହତ୍ୟା କରିଥିଲେ ।

ଏହାପରେ ମୃତଦେହକୁ ଚାରି ମହଲା ଛାତ ଉପରୁ ଫିଙ୍ଗି ଘଟଣାସ୍ଥଳରୁ ଫେରାର ହୋଇଗଲେ । ସ୍ଥାନୀୟ ପଡ଼ୋଶୀ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇ ସରଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା ଏବଂ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଘଟଣାର ତଦନ୍ତ ବେଳେ ପୋଲିସ ସ୍ୱାମୀକୁ ଧରିବାରେ ସଫଳ ହୋଇଛି । ତେବେ ସ୍ତ୍ରୀକୁ ହତ୍ୟା କରିଥିବା ନେଇ ପୋଲିସ ନିକଟରେ ସ୍ୱାମୀ ସ୍ୱୀକାର କରିଛି । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଏହି ଘଟଣାର ତଦନ୍ତ ଜାରି ରଥିଛି । ରାଜକୁମାରୀଙ୍କ ଦୁଇଟି ସନ୍ତାନ । ଜଣେ ୭ ବର୍ଷର ହୋଇଥିବାବେଳେ ଅନ୍ୟ ଜଣେ ୩ ବର୍ଷର ହୋଇଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking