31.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶଉତ୍ତର କୋରିଆର ବର୍ବରତା: ୨ ବର୍ଷର ଶିଶୁକୁ ଆଜୀବନ ଜେଲଦଣ୍ଡ

ଉତ୍ତର କୋରିଆର ବର୍ବରତା: ୨ ବର୍ଷର ଶିଶୁକୁ ଆଜୀବନ ଜେଲଦଣ୍ଡ

ପୋଙ୍ଗୟାଙ୍ଗ: ଉତ୍ତର କୋରିଆ ନିଜର ନିଷ୍ଠୁର ଆଇନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ । କିମ୍ ଜଙ୍ଗ ଉନ୍ ସରକାରର ନୃଶଂସ ଚେହେରା ଅନେକ ସମୟରେ ସାମ୍ନାକୁ ଆସିଥାଏ । ଏହି ଦେଶରେ ସାମାନ୍ୟ ଭୁଲ୍ ପାଇଁ ବି ଛୋଟ ପିଲାମାନେ ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଥାନ୍ତି । ନିକଟରେ ଆମେରିକା ବୈଦେଶିକ ବିଭାଗର ଧାର୍ମିକ ସ୍ୱାଧିନତା ରିପୋର୍ଟରେ ଏହିଭଳି ଆଉ ଏକ ବର୍ବରତାର ଖୁଲାସା ହୋଇଛି । ଆମେରିକାର ରିପୋର୍ଟ ଅନୁସାରେ, ଉତ୍ତର କୋରିଆରେ ଜଣେ ୨ ବର୍ଷର ନିରୀହ ଶିଶୁକୁ ଆଜୀବନ ଜେଲଦଣ୍ଡ ଦିଆଯାଇଛି ।

ଶିଶୁର ଭୁଲ୍ ଏତିକି ଥିଲା ଯେ, ତା’ର ବାପାମାଆ ହାତରେ ବାଇବେଲ ଧରିଥିବା ବେଳେ ଧରାପଡିଥିଲେ । ଯାହାର ଫଳ କୁନି ପିଲାଟିକୁ ଭୋଗିବାକୁ ପଡିଛି । ଧାର୍ମିକ ସ୍ୱାଧିନତା ରିପୋର୍ଟ ୨୦୨୨ ଅନୁସାରେ, ଉତ୍ତର କୋରିଆରେ ଏବେସୁଦ୍ଧା ପାଖାପାଖି ୭୦ ହଜାର ଖ୍ରୀଷ୍ଟିଆନ ଓ ଅନ୍ୟ ଧର୍ମାବଲମ୍ବୀଙ୍କୁ ଜେଲଦଣ୍ଡ ଦିଆଯାଇଛି । ସେମାନଙ୍କ ମଧ୍ୟରେ ଜଣେ ୨ ବର୍ଷର ଶିଶୁ ରହିଛି । ଶିଶୁଟିର ବାପାମାଆ ଧର୍ମଗ୍ରନ୍ଥ ବାଇବେଲ ଧରିଥିବା ବେଳେ ଧରା ପଡିଯାଇଥିଲେ । ଏହି କାରଣରୁ ସେମାନଙ୍କର ୨ ବର୍ଷର ଶିଶୁ ସହ ପୁରା ପରିବାରକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ୨୦୦୯ରୁ ସେମାନେ ଏହି ଜେଲଦଣ୍ଡ ଭୋଗି ଆସୁଛନ୍ତି । ସେହିପରି ଉତ୍ତର କୋରିଆ ଜେଲରେ ଥିବା ଖ୍ରୀଷ୍ଟାଧର୍ମାବଲମ୍ବୀଙ୍କୁ ଶାରିରୀକ ନିର୍ଯାତନା ଦିଆଯାଉଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଉତ୍ତର କୋରିଆରେ ଧାର୍ମିକ ସ୍ୱାଧିନତା ବୋଲି କିଛି ନାହିଁ ।

ଏହି ଦେଶର ଲୋକମାନେ ବାଇବେଲ ରଖିବା ଓ ପଢିବା ବେଆଇନ । ଏଥିପାଇଁ ମୃତ୍ୟୁଦଣ୍ଡ ଓ ଆଜୀବନ ଜେଲଦଣ୍ଡର ବ୍ୟବସ୍ଥା ରହିଛି । ଉତ୍ତର କୋରିଆରେ ଖ୍ରୀଷ୍ଟିଆନ ମହିଳାମାନେ ଅକଥନୀୟ ଅତ୍ୟାଚାର, ଯୌନ ନିର୍ଯାତନାର ଶିକାର ହୋଇଥାନ୍ତି । ୨୦୨୧ରେ ଏକ ସଂସ୍ଥା କିମ୍ ଜଙ୍ଗ ଉନ୍ ସରକାରରେ ମହିଳାଙ୍କ ପ୍ରତି ଧାର୍ମିକ ସ୍ୱାଧୀନତାର ଅପବ୍ୟବହାର ଉପରେ ଏକ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିଥିଲା । ଏଥିରେ ନିର୍ଯାତନାର ଶିକାର ହୋଇଥିବା ୧୫୧ ଜଣ ଖ୍ରୀଷ୍ଟଧର୍ମାବଲମ୍ବୀ ମହିଳାଙ୍କ ସାକ୍ଷାତକାର ନିଆଯାଇଥିଲା । କିଛି ଦିନ ତଳେ ଉତ୍ତର କୋରିଆରେ ଦୁଇ ଜଣ ସ୍କୁଲ ଛାତ୍ରଙ୍କୁ ସର୍ବ ସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଥିଲା । ଶତ୍ରୁଦେଶ ଦକ୍ଷିଣ କୋରିଆର କେ-ଡ୍ରାମା ଦେଖିଥିବାରୁ ଦୁହିଁଙ୍କ ଏଭଳି ମୃତ୍ୟୁଦଣ୍ଡ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking