27.1 C
Bhubaneswar
Wednesday, May 8, 2024
Homeଓଡିଶାରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ହେଉନାହଁ: ଶକ୍ତିମନ୍ତ୍ରୀ

ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ହେଉନାହଁ: ଶକ୍ତିମନ୍ତ୍ରୀ

  • ଭୁବନେଶ୍ୱର: ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ହେଉନାହିଁ । ଏହି କଥାକୁ ସ୍ୱୀକାର କରିବାକୁ ନାରାଜ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ । କିନ୍ତୁ ବିଦ୍ୟୁତ ଭିତ୍ତିଭୂମି ଦୁର୍ବଳ ଥିବା ନେଇ ସ୍ୱୀକାର କରିଛନ୍ତି । ଭିତ୍ତିଭୂମି ଦୁର୍ବଳ ଯୋଗୁଁ ପାୱାର ଟ୍ରିପ ହେଉଛି ବୋଲି ସେ ସଫେଇ ଦେଇଛନ୍ତି । ୨୦୨୫ ସୁଦ୍ଧା ବିଦ୍ୟୁତ ଭିତ୍ତିଭୂମି ସଜାଡ଼ି ହୋଇଯିବ । ରାଜ୍ୟ ସରକାର ଏଥିପାଇଁ ଅନେକ ପଦକ୍ଷେପ ହାତକୁ ନେଇଛନ୍ତି । ଆଗାମୀ ଦିନରେ ଏଭଳି ପରିସ୍ଥିତ ହେବ ନାହିଁ ବୋଲି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି । ପ୍ରତି ବର୍ଷ ରାଜ୍ୟ ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହେଉଛି ।
  • ତାର ମୁକାବିଲା ପାଇଁ ରାଜ୍ୟ ସରକାର ଓଡ଼ିଶା ଉପକୂଳବର୍ତ୍ତୀ ତଥା ବାତ୍ୟା ପ୍ରଭାବିତ ଜିଲ୍ଲାରେ ଅଣ୍ଡର ଗ୍ରାଉଣ୍ଡ କେବଲିଂ ପାଇଁ ଯୋଜନା କରିଛନ୍ତି। ଭୁବନେଶ୍ୱରର ୩ଟି ଜାଗାରେ ଅଣ୍ଡର ଗ୍ରାଉଣ୍ଡ କେବଲିଂ ସରିଛି । ଗତ ୪ ବର୍ଷ ମଧ୍ୟରେ ଶକ୍ତି ବିଭାଗର ବିଭିନ୍ନ କାର୍ଯ୍ୟ ଏବଂ ସଫଳତାର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଥିଲେ । ୨୦୧୯ରେ ଓପିଜିସିର ପୂର୍ବତନ କ୍ଷମତା ୪୨୦ ମେଗାୱାଟ ସହ ଅତିରିକ୍ତ ୧୩୨୦ ମେଗାୱାଟ କ୍ଷମତା ଯୋଗ କରାଯାଇ ରାଜ୍ୟର ଶକ୍ତି ନିରାପତ୍ତା ସୁନିଶ୍ଚିତ କରାଯାଇଥିବା ବିଭାଗ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking