28.1 C
Bhubaneswar
Saturday, April 27, 2024
Homeଓଡିଶାଖୁବ୍‌ଶୀଘ୍ର ଡିପ୍ଲୋମା ପରୀକ୍ଷା ନେଇ ହେବ ନିଷ୍ପତ୍ତି

ଖୁବ୍‌ଶୀଘ୍ର ଡିପ୍ଲୋମା ପରୀକ୍ଷା ନେଇ ହେବ ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟରେ ଖୁବ୍‌ଶୀଘ୍ର ଡିପ୍ଲୋମା ପରୀକ୍ଷା ନେଇ ନିଷ୍ପତ୍ତି ହେବ । ଅନ୍‌ଲାଇନ୍ କିମ୍ବା ଅଫ୍‌ଲାଇନ୍ ମାଧ୍ୟମରେ ପରୀକ୍ଷା ହେବ । ତେବେ କରୋନା ସଂକ୍ରମଣର ସ୍ଥିତିକୁ ଅନୁଧ୍ୟାନ କରିବା ପରେ ନିଷ୍ପତ୍ତି ଗ୍ରହଣ କରାଯିବ । ନଭେମ୍ବର କିମ୍ବା ଡିସେମ୍ବରରେ ପ୍ରଥମ, ତୃତୀୟ ଏବଂ ୫ମ ସେମିଷ୍ଟର ଅର୍ଥାତ ଅଡ୍ ସେମିଷ୍ଟର କରାଯିବ । ସେହିପରି ଏପ୍ରିଲ କିମ୍ବା ମେ’ରେ ଇଭେନ୍ ସେମିଷ୍ଟର ପରୀକ୍ଷା ହେବ । ବର୍ତ୍ତମାନ ୨ୟ, ୪ର୍ଥ ଏବଂ ଷଷ୍ଠ ସେମିଷ୍ଟର ଚାଲିଛି । ତେବେ ୩ୟ ଏବଂ ୫ମ ସେମିଷ୍ଟର ବ୍ୟାକ୍ ପେପର ପରୀକ୍ଷା ବିଳମ୍ବ ହେବ ବୋଲି ବିଭାଗ ପକ୍ଷରୁ ଜଣାପଡ଼ିଛି ।

ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତିକୁ ଗୁରୁତ୍ୱ ଦେଇ ମାଟ୍ରିକ ଏବଂ +୨ ପରୀକ୍ଷା ବାତିଲ କରାଯାଇ ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ ମାର୍କିିଂ କରାଯାଇଛି । ସେହିଭଳି ଡିପ୍ଲୋମା ପରୀକ୍ଷା ଲାଗି ବିକଳ୍ପ ବ୍ୟବସ୍ଥା କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି । ରାଜ୍ୟରେ ଡିପ୍ଲୋମା ଶିକ୍ଷାନୁଷ୍ଠାନ ଖୁବଶୀଘ୍ର ଖୋଲିବା ପରେ ପାଠପଢ଼ା ଆରମ୍ଭ ହେବ । ତେବେ ସେ ସମ୍ପର୍କରେ ବିଭାଗ ପକ୍ଷରୁ କୌଣସି ଏସ୍‌ଓପି ଜାରି କରାଯାଇ ନାହିଁ । ଘରୋଇ ଡିପ୍ଲୋମା କଲେଜଗୁଡ଼ିକ ବନ୍ଦ ରହିଥିବା ବେଳେ ସରକାରୀ ଅନୁଷ୍ଠାନରେ ମଧ୍ୟ ଶ୍ରେଣୀ ପାଠପଢ଼ା ବନ୍ଦ ରହିଛି । କଲେଜଗୁଡ଼ିକରେ ପିଲାଙ୍କ ସଂଖ୍ୟାକୁ ଦେଖି ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯିବ ବୋଲି ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିବା ବେଳେ ପରୀକ୍ଷାରେ ବିଳମ୍ବ ହେଲେ ଛାତ୍ରଛାତ୍ରୀ କ୍ୟାମ୍ପସ ଏବଂ ଉଚ୍ଚଶିକ୍ଷାରୁ ବଞ୍ôଚତ ହେବେ ବୋଲି ଅନେକ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ତେବେ ପ୍ରମୁଖ ଘରୋଇ ଡିପ୍ଲୋମା ଶିକ୍ଷାନୁଷ୍ଠାନଗୁଡିକରେ ଅନ୍‌ଲାଇନ୍‌ରେ ପାଠପଢ଼ା ହେଉଛି । ପରୀକ୍ଷା ଲାଗି କୌଣସି ଅସୁବିଧା ହେବ ନାହିଁ କଲେଜ କର୍ତ୍ତୃପକ୍ଷ କହୁଥିବା ବେଳେ ସରକାରୀ ଅନୁଷ୍ଠାନ ପରୀକ୍ଷା ପରିଚାଳନା ନେଇ କର୍ତ୍ତୃପକ୍ଷ କୌଣସି ମୁହଁ ଖୋଲୁନଥିବା ଜଣାପଡ଼ିଛି । ତେବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନଜର ଦେଇ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ସଠିକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏସ୍‌ସିଟିଇଆଣ୍ଡଭିଟିର ଅଧିକାରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking