28.1 C
Bhubaneswar
Saturday, April 27, 2024
Homeଅପରାଧଦୀପ୍ତିକାନ୍ତ ହତ୍ୟା ଘଟଣା : ନ୍ୟାୟ ପାଇଁ ଗୁହାରିକଲେ ପରିବାର ଲୋକେ 

ଦୀପ୍ତିକାନ୍ତ ହତ୍ୟା ଘଟଣା : ନ୍ୟାୟ ପାଇଁ ଗୁହାରିକଲେ ପରିବାର ଲୋକେ 

କଟକ : ମାହାଙ୍ଗା ଥାନା ଅନ୍ତର୍ଗତ ବାଜପୁରା ଗ୍ରାମର ବହୁଚର୍ଚ୍ଚିତ ଦୀପ୍ତିକାନ୍ତ ସାହୁଙ୍କ ହତ୍ୟା ଘଟଣାର ସିବଆଇ ତଦନ୍ତ ସହ ନ୍ୟାୟ ପ୍ରଦାନ ନିମନ୍ତେ ତାଙ୍କ ପରିବାର ଲୋକେ ଦାବି କରିଛନ୍ତି । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜର ଦାବି ଜଣାଇଛନ୍ତି । ସୂଚନାଯୋଗ୍ୟ ୨୮ ଫେବୃୟାରୀ ୨୦୧୪ରେ ବାଜପୁରା ଗ୍ରାମର ଦୀପ୍ତିକାନ୍ତ ସାହୁଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏ ସମ୍ପର୍କରେ ଦୀପ୍ତିକାନ୍ତଙ୍କ ଭାଉଜ ଅନ୍ନପୂର୍ଣ୍ଣା ମାହାଙ୍ଗା ଥାନାରେ ଅଭିଯୋଗ କରିଥିଲେ । ୩୪/୧୪ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବାବେଳେ ହତ୍ୟାକାରୀମାନେ ତାଙ୍କ ଘରକୁ ପୋଡ଼ିଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । ମାହାଙ୍ଗା ପୁଲିସ ରାଜନୈତିକ ଚାପରେ କେସ୍‌କୁ ରଫାଦଫା କରି ଚୁପ୍ ବସିଯାଇଥିବା ପରିବାର ଲୋକେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ସବୁ ଆଡୁ ନିରାଶ ହେବା ପରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ, କେନ୍ଦ୍ର ମାନବାଧିକାର କମିଶନର, ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି, ସିବିଆଇ ନିର୍ଦ୍ଦେଶକ, ଓଡ଼ିଶା ହାଇକୋର୍ଟ ମୁଖ୍ୟବିଚାରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ପ୍ରମୁଖଙ୍କୁ ମଧ୍ୟ ଅଭିଯୋଗ କରିଥିଲେ । ରାଜ୍ୟପାଳ ରାଜ୍ୟ ଗୃହ ସଚିବଙ୍କୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା କୁଆଁପାଳସ୍ଥିତ ବଣୁଆ ମହାପୁରୁଷ ପୀଠରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦୀପ୍ତିକାନ୍ତଙ୍କ ଭାଇ ଦିଲ୍ଲୀପ ପ୍ରକାଶ କରିଛନ୍ତି । ଅପର ପକ୍ଷେ ଦିଲ୍ଲୀପ ଏହି ଘଟଣାର ସିବିଆଇ ତଦନ୍ତ ନିମନ୍ତେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଆକୁଳ ନିବେଦନ କରି ପତ୍ର ଲେଖିଥିବା ବେଳେ ଆବଶ୍ୟକ ହେଲେ ତାଙ୍କୁ ଭେଟିବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking