24.1 C
Bhubaneswar
Thursday, May 9, 2024
Homeଓଡିଶାଛିଣ୍ଡୁଛି ‘ମୋ ସାଇକେଲ୍‌’ ଅଡ଼ୁଆ: ଆପୋଷ ସମାଧାନ ମସୁଧା

ଛିଣ୍ଡୁଛି ‘ମୋ ସାଇକେଲ୍‌’ ଅଡ଼ୁଆ: ଆପୋଷ ସମାଧାନ ମସୁଧା

ଭୁବନେଶ୍ୱର: ଛିଣ୍ଡୁଛି ମୋ ସାଇକେଲ୍ ଖିଅ । କବାଡ଼ିଖାନାରେ ମୋ ସାଇକେଲ୍ ବିକ୍ରି ହେବା ଘଟଣା ସାମ୍ନାକୁ ଆସିବା ପରେ ଏବେ ପ୍ରଶାସନିକ ସ୍ତରରେ ଛକାପଞ୍ଝା ଜାରି ରହିଛି । ଏହି ଭିତରେ ଗୁରୁବାର ଥାନାରେ ହାଜର ହେବା ପାଇଁ ସହିଦ ନଗର ଥାନା ପୋଲିସ୍ ହେକ୍ସି କର୍ତ୍ତୃପକ୍ଷଙ୍କୁ ତାଗିଦ୍ କରିଥିଲା । ହେଲେ ଗୁରୁବାର ‘ହିରୋ ୟୁ ଅନ୍‌’ କର୍ତ୍ତୃପକ୍ଷ ବିକାଶ ସିଂଘଲ ଭୁବନେଶ୍ୱର ଆସିବା ସତ୍ତ୍ୱେ ଥାନାକୁ ଯିବା ପରିବର୍ତ୍ତେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର ସଞ୍ଜୟ ସିଂହଙ୍କ ନିକଟରେ ଫେରାଦ ହୋଇଥିବା କଥା ସାମ୍ନାକୁ ଆସିଛି । ଯେଉଁଥି ପାଇଁ ଏହି ମାମଲାର ଆପୋଷ ସମାଧା କରାଯିବା ନେଇ ମସୁଧା କରାଯାଉଥିବା ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ (ବିଏସ୍‌ସିଏଲ୍‌)ର ଜନୈକ ବରିଷ୍ଠ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ହେକ୍ସି କର୍ତ୍ତୃପକ୍ଷ ଭୁବନେଶ୍ୱର ପାଇଁ ହଜାରେ କାର୍ଯ୍ୟକ୍ଷମ ସାଇକେଲ୍ ଯୋଗଇବାକୁ ସହମତି ପ୍ରକାଶ କରିଛନ୍ତି । ଏନେଇ ସେ ଥାନାରେ ନିଜ ପକ୍ଷ ରଖିବା ପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।

ସୂଚନା ଅନୁଯାୟୀ, ହେକ୍ସି ଓ ବିଏସ୍‌ସିଏଲ୍ ମଧ୍ୟରେ ହୋଇଥିବା ଚୁକ୍ତି ମୁତାବକ ସହରରେ ହେକ୍ସିର ହଜାରେ ମୋ ସାଇକେଲ୍ ଉପଲବ୍ଧ ରହିବା ସହ ତା’ର ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ହେକ୍ସି କରିବ । ସେହି ସର୍ତ୍ତ ମୁତାବକ ହେକ୍ସି ବର୍ତ୍ତମାନ ପୁଣି ଭୁବନେଶ୍ୱର ପାଇଁ ୧୦୦୦ ସାଇକେଲ୍ ଯୋଗାଇବାକୁ ସହମତି ପ୍ରକାଶ କରିବା ସହ ଘଟଣାକୁ ଆପୋଷ ସମାଧାନ ମଧ୍ୟରେ ସମାଧାନ କରିବାକୁ ମସୁଧା ଚଳାଇଥିବା ଜଣାପଡ଼ିଛି । ସେପଟେ ସହିଦନଗର ଥାନାରେ ବିଏସ୍‌ସିଏଲ୍ ପକ୍ଷରୁ ଅଭିଯୋଗ ହେବା ପରେ ଏଯାବତ୍ ସହିଦନଗର ଥାନା ପକ୍ଷରୁ ୫୮ ହେକ୍ସି ସାଇକେଲ୍‌କୁ ଉଦ୍ଧାର କରାଯାଇଥିବାବେଳେ ବାକି ସାଇକେଲ୍‌ଗୁଡ଼ିକୁ ଖୁବ୍‌ଶୀଘ୍ର ଜବତ କରାଯିବ । ଶୁକ୍ରବାର ହେକ୍ସି କର୍ତ୍ତୃପକ୍ଷ ଥାନାକୁ ଡକାଯାଇଛି, ଯେଉଁଠି ସେମାନେ ତାଙ୍କ ପକ୍ଷ ରଖିବେ ବୋଲି ସହିଦନଗର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking