40.1 C
Bhubaneswar
Saturday, April 27, 2024
Homeଓଡିଶାବର୍ଷାଦିନରେ କେନାଲରେ ପାଣିନାହିଁ, ଚାଷୀ ହତାଶ 

ବର୍ଷାଦିନରେ କେନାଲରେ ପାଣିନାହିଁ, ଚାଷୀ ହତାଶ 

ତୁମୁଡ଼ିବନ୍ଧ: ଚଳିତ ବର୍ଷ ଭଲ ବର୍ଷାହେବ ବୋଲି ଅନୁମାନ କରାଯାଇଥିଲା । ଏହା ଜାଣିପାରି ଚାଷୀଭାଇ ମାନେ ଖରିଫ୍ ଧାନଚାଷ ପାଇଁ ଆନନ୍ଦରେ ଚାଷ କାର୍ଯ୍ୟରେ ନିଜେକୁ ନିୟୋଜିତ କରିଥିଲୋ । ତଳି ଘରା ପ୍ରସ୍ତୁତ କରି ଦୀର୍ଘ ଏକମାସରୁ ଊର୍ଦ୍ଧ୍ୱ ଦିନ ହେଲାଣି ତଳି ରୁଆ ପାଇଁ ପ୍ରସ୍ତୁତ ହେବାବେଳକୁ ବର୍ଷର ଦେଖାନାହିଁ । ଆଷାଢ଼ରେ ଗ୍ରୀଷ୍ମଭଳି ଟାଣ ଖରା ଯୋଗୁଁ ଧାନ ତଳିଗୁଡ଼ିକ ପାଚି ହଳଦିଆ ପଡ଼ି ମରିଯିବାକୁ ବସିଲାଣି । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଅଣ ଜଳସେଚିତ ଚାଷ ଜମି ଗୁଡ଼ିକ ଯାହାକି ମୌସୁମୀ ବର୍ଷା ଉପରେ ନିର୍ଭର କରୁଥିବା ଚାଷୀ ମୁଣ୍ଡରେ ଏବେ ହାତ ଦେଇ ବସିଛନ୍ତି । ତୁମୁଡ଼ିବନ୍ଧ ଥାନା ନିକଟରେ ଏକ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରହିଛି । ଏହାର ବାମ ଓ ଦକ୍ଷିଣ ପାଶ୍ୱର୍ରେ ମଧ୍ୟ ଦୁଇଟି କେନାଲ୍ ରହିଛି । ବହୁ ବର୍ଷ ଧରି ରକ୍ଷଣା ବେକ୍ଷଣ ଅଭାବରୁ ଏହି ପ୍ରକଳ୍ପଟି ଆଉ କାର୍ଯ୍ୟକ୍ଷମ ହେଉନାହିଁ । ବାମ କେନାଲରେ କିଛି ଚଳ ସେଚନ ବ୍ୟବସ୍ଥା ହେଉଥିବା ବେଳେ ଦକ୍ଷିଣ କେନାଲିଯି ଯାହାକି ଶଗଡ଼ିଆ ସାହି ଦେଇ ମାଲିପଡ଼ା ଆଡ଼କୁ ଯାଇଛି ତାହା ସଂପୂର୍ଣ୍ଣଭାବେ ପୋତି ହୋଇ ଜଳ ସେଚନ ହୋଇପାରୁନାହିଁ । ତେବେ ଗତ ଦିନରେ କେନାଲ୍ ମରାମତି ପାଇଁ କିଛି ଅନୁଦାନ ଆସିଥିଲେ ମଧ୍ୟ ତାହାକୁ ଠିକାଦାର ଓ ବିଭାଗୀୟ ଅଧିକାରୀ ମିଳିତ ଭାବେ ନିମ୍ନ ମାନର କାର୍ଯ୍ୟ କରି ସିହ ଭାଗ ଅର୍ଥ ଆତ୍ମସାତ୍ କରି ଥିବାର ବହୁ ଚାଷୀ ଏଠାରେ ଅଭିଯୋଗ କରିଛନ୍ତି । ଫଳରେ ଏହି କେନାଲ୍ ଅନ୍ତର୍ଗତ ସେଚ ଜମି ଗୁଡ଼ିକ ବର୍ତ୍ତମାନ ପରିସ୍ଥିତିରେ ଟାଙ୍ଗରା ହୋଇ ପଡ଼ିରହିଛି । ଏହି କେନାଲ୍ ଅନ୍ତର୍ଗତ ଏକର ଏକର ଜମି ପଡ଼ିଆ ପଡ଼ିଥିବାର ଦେଖାଯାଇଛି । ଏହି ଜଳ ଚେସନ ପ୍ରକଳ୍ପ ଦାୟିତ୍ୱରେ ଥିବା କନିଷ୍ଟଯନ୍ତ୍ରୀ ତୁମୁଡ଼ିବନ୍ଧରେ ନରହି ସବ୍‌ଡିଭିଜନ୍ ଅଭିଡ଼୍ ବାଲିଗୁଡ଼ାରେ ରହୁଥିବା ବେଳେ ବାସ୍ତବିକ ସମସ୍ୟା ପ୍ରତି ସେ ଗୁରୁତ୍ୱ ଦେଉନଥିବା ଅନେକ ଚାଷୀ ଏଠାରେ ଅଭିଯୋଗ କରିଛନ୍ତି । ତେବେ ଯନ୍ତ୍ରୀ ଜଣକ ବେଳେ ବେଳେ ତୁମୁଡ଼ିବନ୍ଧ ଆସୁଥିଲେ ମଧ୍ୟ ଚାଷୀମାନେ ସାକ୍ଷାତ କରି ସମସ୍ୟା ଜଣାଇବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସେ ପୁଣିଥରେ ଫେରି ଆସୁଥିବା ଯୋଗୁଁ ସାକ୍ଷାତ ହୋଇ ପାରିନଥାଏ ବୋଲି ଅନେକ ଚାଷୀ ଏଠାରେ ଅଭିଯୋଗ କରିଛନ୍ତି । ତେବେ ଏନେଇ ବିଭାଗୀୟ କନିଷ୍ଠଯନ୍ତ୍ରୀଙ୍କୁ ଫୋନ୍ ମାଧ୍ୟମରେ ସମସ୍ୟା ନେଇ ଯୋଗାଯୋଗ ପରେ ଟେଣ୍ଡର ହୋଇଛି , କାମ ଆରମ୍ଭ ହେବ ବୋଲି କହିଥିଲେ । ତେବେ କେବେ କାମ ଆରମ୍ଭ ହେବ ତାହାକ ୁନେଇ ଚାଷୀମାନେ ଅନାଇ ବସିଛନ୍ତି । ବର୍ତ୍ତମାନ ସମୟରେ କେନାଲ୍ ଜଳର ଆବଶ୍ୟକତା ଥିବା ବେଳେ କେନାଲ୍ ମରାମତି ପୂର୍ବରୁ କାହିଁକି କରାଯାଇନାହିଁ ବୋଲି ଚାଷୀମାନେ ପ୍ରଶ୍ନ ଉଠାଇଛନ୍ତି । ଏଭଳି ସ୍ଥଳେ ଚାଷୀମାନେ ଋଣ ଓ ଦୁଃଖ କଷ୍ଟରେ ପେଶିହେଉଥିବା ବେଳେ କେବେ ବିଭାଗୀୟ କର୍ମଚାରୀଙ୍କର ଆଖି ଫିଟିବ ବୋଲି ମଧ୍ୟ ଅନେକ ଚାଷୀ ପ୍ରକାଶ କରିଛନ୍ତି । ତେବେ ଗୋଟିଏ ପଟେ ଚାଷୀଙ୍କ ପାଇଁ ସରକାର ଯୋଜନା ଉପରେ ଯୋଜନା କରୁଥିବା ବେଳେ ଦାୟିତ୍ୱରେ ରହରୁଥିବା ଅଧିକାରୀମାନଙ୍କର ଇଛାଶକ୍ତି ଅଭାବ ଯୋଗୁଁ ଅନେକ ସମୟରେ ଚାଷୀମାନଙ୍କ ପ୍ରତି ବହୁ ଅଘଟଣା ଘଟୁଥିବାର ମଧ୍ୟ ବହୁ ନିଜର ରହିଛି ବୋଲି ସାଧାରଣରେ ଅଭିଯୋଗ ହୋଇଥିବା ବେଳେ ତୁରନ୍ତ କୌଣସି ଏକ ବିକଳ୍ପ ବ୍ୟବସ୍ଥା କରି ଚାଷୀଙ୍କୁ ସହଯୋଗ କରିବାକୁ ଚାଷୀମାନେ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking