37.1 C
Bhubaneswar
Thursday, March 28, 2024
Homeଓଡିଶାନୂଆପଡ଼ାରେ ଦୁଇଟି ଜେଏମ୍‌ଏଫ୍‌ସି କୋର୍ଟ ଲୋକାର୍ପିତ

ନୂଆପଡ଼ାରେ ଦୁଇଟି ଜେଏମ୍‌ଏଫ୍‌ସି କୋର୍ଟ ଲୋକାର୍ପିତ

ନୂଆପଡ଼ା: ନୂଆପଡା ଜିଲ୍ଲା ସିନାପାଲି ସ୍ଥିତ ସରାଧାପୁର ଠାରେ ନବ ନିର୍ମିତ ଦେବାନୀ ଓ ଫୌଜଦାରୀ ଅଦାଲତର ନୂତନ ଭବନ ଲୋକାର୍ପିତ ହୋଇଯାଇଛି । ଏହି ଭବନ ଜିଲ୍ଲା ସମନ୍ୱିତ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଦୁଇ କୋଟି ୫୫ ଲକ୍ଷ ୮୨ ହଜାର ୮ ଶହ ଅଟକଳ ମୂଲ୍ୟରେ ଏହି ଭବନ ନିର୍ମିତ ହୋଇଛି । ଯାହାକି ସୁଉଚ୍ଚ କୋଟିର ଏବଂ ତିନି ମହଲା ବିଶିଷ୍ଟ କୋଠା ନିର୍ମାଣ ହୋଇଛି । ଆଜି ଏହି ନୂତନ ଭବନକୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏସ୍ ମୁରଲୀଧର, ଅତିରିକ୍ତ ଜଜ୍ ସଂଗ୍ରାମ କିଶୋର ସାହୁଙ୍କ ସମେତ ନୂଆପଡା ଜିଲ୍ଲା ସିଜେଏମ୍ ସୌମ୍ୟା ପ୍ରିୟଦର୍ଶନୀ ଯୋଗଦେଇ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ସିନାପାଲି ଜେଏମ୍‌ଏଫସି ମାଜିଷ୍ଟ୍ରେଟ ସରୋଜିନୀ ସାହୁ ,ବରିଷ୍ଠ ଦେବାନୀ ଅଦାଲତ ଅଧିକାରୀ ସୁଧୀର ମିଶ୍ର ପ୍ରମୁଖ ବିଚାରପତି ଯୋଗଦାନ କରି ନୂତନ ଭବନର ଲୋକାର୍ପଣ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଅଦାଲତ ନିର୍ମାଣ ପାଇଁ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ପାଣ୍ଠି ପ୍ରଦାନ କରାଯାଇଥିଲା । ଏହି କାମକୁ ସୂଚାରୁରୂପେ ସମ୍ପାଦିତ ହେବା ପରେ ପ୍ରଶାସନ ତରଫରୁ ଆଜି ଲୋକାର୍ପିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମକୁ ସିନାପାଲି ବାର ଆସୋସିଏସନ ସଭାପତି ଖୀରସିନ୍ଧୁ ମେହେର, ସମ୍ପାଦକ ସୁବ୍ରତ ମେହେର ,ବରିଷ୍ଠ ଆଇନଜୀବୀ ବୈଷମ୍ପାୟନ ମେହେର, ବାଣୀ ବଲ୍ଲଭ ମେହେର, ବରିଷ୍ଠ ଆଇନଜୀବୀ ତଥା ନୂଆପଡା ଜିଲ୍ଲା ବିଜେଡି ଉପସଭାପତି ଭୀଷ୍ମରାଜ ସୁନାନୀ, ହରେଶ କୁମାର ଜୈନ, ସଂଜୟ ବେହେରା, ଦୁର୍ଗା ପ୍ରସାଦ ମେହେର, ଯୁଧିଷ୍ଠିର ପ୍ରକାଶ ମେହେର, ଜ୍ୟୋତି ପ୍ରକାଶ ମେହେର ସମେତ ଖଡ଼ିଆଳ ଓକିଲ ସଂଘ ସମ୍ପାଦକ ରବୀନ୍ଦ୍ର କୁମାର , ଭବେଶ ପାଣିଗ୍ରାହୀ, ଚିତ୍ତରଞ୍ଜନ ସିଂ ଦେଓ, ଶଙ୍କର ପଣ୍ଡା ସମେତ ସିନାପାଲି, ଖଡ଼ିଆଳ ଓ ବୋଡ଼େନ ତହସିଲ ଅଞ୍ଚଳର ଅନେକ ଆଇନଜୀବୀ ଓ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ସାମିଲ ଥିଲେ । ସେହିପରି କୋମନା ଠାରେ ଜେଏମଏଫସି ( ଗ୍ରାମ୍ୟ ନ୍ୟାୟାଳୟ ) କୋର୍ଟ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ନୂଆପଡ଼ା ଜିଲ୍ଲା ଜଜ୍ ଭଗବାନ ପ୍ରଧାନ, ରେଜିଷ୍ଟାର ସିଭିଲ କୋର୍ଟ ନୂଆପଡ଼ା ଜୟ ପ୍ରକାଶ ନାଏକ, କୋମନା ଗ୍ରାମ୍ୟ ନ୍ୟାୟାଧିକାରୀ ବର୍ଷା ଦାସ, ନୂଆପଡ଼ା ଜିଲ୍ଲାପାଳ ସ୍ୱାଧ୍ୟାଦେବ ସିଂ ,ଏସ୍‌ପି ପ୍ରତ୍ୟୁଷ ଦିବାକର , କୋମନା ବାର ଆସୋସିଏସନ ସଭାପତି କୁମାର ପାଢୀ, ସମ୍ପାଦକ ପ୍ରଦୀପ କୁମାର ସାହୁ ସମେତ ବାର ଆସୋସିଏସନର ସମସ୍ତ ସଦସ୍ୟ ଯୋଗଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking