32.1 C
Bhubaneswar
Friday, April 26, 2024
Homeଓଡିଶାଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣା : ଆଉ ୨ ଜଣଙ୍କୁ ଜେରା

ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣା : ଆଉ ୨ ଜଣଙ୍କୁ ଜେରା

କଟକ: ବହୁ ଚର୍ଚ୍ଚିତ ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣାରେ ଜଣେ ବ୍ୟବସାୟୀ ଓ ଜଣେ ଆଇନଜୀବୀଙ୍କ ମଙ୍ଗଳାବାଗ ପୋଲିସ ଜେରା କରିଛି । ଆଇନଜୀବୀ ପଦ୍ମାଳୟା ମହାପାତ୍ର ଓ ବ୍ୟବସାୟୀ ଅରବିନ୍ଦ ମହାପାତ୍ରଙ୍କୁ ପୋଲିସ ପକ୍ଷରୁ ଜେରା କରାଯାଇଛି । ଆଜି  ଏ ଦୁହିଁଙ୍କୁ ମଧ୍ୟ ଜେରା କରାଯିବ ବୋଲି ପୋଲିସ  କହିଛି । ଗତ ଆଠ ତାରିଖରେ ଦୁଷ୍ମନ୍ତଙ୍କ ମୃତ୍ୟ ହୋଇଥିଲା ବେଳେ ଉକ୍ତ ଆଇନଜୀବୀ ଏବଂ ବ୍ୟବସାୟୀ  ତାଙ୍କ ସହିତ ୭ ତାରିଖରେ ଦୀର୍ଘ ସମୟ  ମୋବାଇଲ୍‌ରେ କଥାବାର୍ତ୍ତା ହୋଇଥିଲେ ।

ଏ ନେଇ ସିଡିଆର୍ ରିପୋର୍ଟରୁ ଜଣା ପଡିବା ପରେ ପଦ୍ମାଳୟା ଏବଂ ଅରବିନ୍ଦଙ୍କୁ ପୁଲିସ ଡାକି ଜେରା କରିଛି । କେଉଁ ଉଦ୍ଦେଶ୍ୟରେ ସେମାନେ ଦୁଷ୍ମନ୍ତଙ୍କ ସହିତ କଥାବାର୍ତ୍ତା ହେଉଥିଲେ ସେନେଇ ପୁଲିସ ଖୋଳତାଡ ଆରମ୍ଭ କରିଛି ।  ସୂଚନାଯୋଗ୍ୟ ଏହି ମାମଲାରେ ମଙ୍ଗଳାବାଗ ପୁଲିସ  ଏକ ୱେବପୋର୍ଟାଲର ଦୁଇ ଜଣ ପ୍ରତିନିଧି ଅସିତ ରାଉତ ଓ ଦିପ୍ତୀ ସେଠୀଙ୍କ ସହିତ କଟକ ଦୀପ୍ତି ରଂଜନ ସାହୁଙ୍କୁ ଜେରା କରିଥିଲା । ଏମାନେ ନିୟମିତ ଦୁଷ୍ମନ୍ତଙ୍କ ସହିତ ମଧ୍ୟ ଯୋଗସୂତ୍ରରେ ରହୁଥିଲେ ବୋଲି ଜଣାପଡିଥିଲା । କାହିଁକି ଦୁଷ୍ମନ୍ତଙ୍କ ସହିତ ରୀତିମତ ଯୋଗସୂତ୍ରରେ ରହିଥିଲେ ସେନେଇ ସେମାନଙ୍କୁ ପଚରା ଉଚରା କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ପୁଲିସ ଏ ମାମଲାରେ ୫ ଜଣଙ୍କୁ ପଚରା ଉଚରା କରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking